Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ,୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ ହେଲା ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଛି । ଆଜି ଲଘୁଚାପର ରୂପ ନେବ ଉତ୍ତରଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ।ଏହାର ପ୍ରଭାବରେ କିଛି ଅଞ୍ଚଳରେ ବର୍ଷା ସ୍ୱଳ୍ପ ଓ ମଧ୍ୟମ ଧରଣର ବର୍ଷା ହେବ । ଟ୍ରପ ଲାଇନ ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ପାଗ…

ବିଏସଏଫ୍ କ୍ୟାମ୍ପରେ ଆତ୍ମହତ୍ୟା କଲେ ଯବାନ

କୋରାପୁଟ: ବିଏସଏଫ କ୍ୟାମ୍ପରେ ଯବାନଙ୍କ ଆତ୍ମହତ୍ୟା ଅଭିଯୋଗ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଏସଏଫ୍ କ୍ୟାମ୍ପ ୧୫୫ ବାଟାଲିୟନର ଜଣେ ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ଆସେଫ୍ କୁମାର ବରିହା । ମୃତକଙ୍କ ଘର ଗୁଜରାଟରେ ବୋଲି ଜଣା ପଡିଛି । ବିଏସଏଫ୍ କ୍ୟାମ୍ପ ଭିତରେ…

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ, ଜାଣନ୍ତୁ ଏହାର ମାହାତ୍ମ

ପୁରୀ: ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି । ଏହି ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ । ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଆରମ୍ଭ ହୋଇଥାଏ ଏହି ବେଶ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ…

ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ପରଲୋକରେ ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ । ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ତାଙ୍କର ହୃଦଘାତରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଉମେଶ ସ୍ୱାଇଁଙ୍କ ବିୟୋଗରେ ରାଜନୈତିକ ମହଲରେ…

ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଅସୁସ୍ଥ

ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଅସୁସ୍ଥ । ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବରର ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତ ଦୁଇ ଦିନ ପୂର୍ବରୁ ମର୍ଣ୍ଣିଂ ଓ୍ବାକ୍ କରୁଥିବା ବେଳେ, ହଠାତ୍ ତଳେ ପଡ଼ି ଯାଇଥିଲେ । ଫଳରେ ଅସୁସ୍ଥ ହୋଇ ସ୍ଥାନୀୟ ଡାକ୍ତର ଦ୍ବାରା…

ଏମ୍‌ସ ଭୁବନେଶ୍ବର ତତ୍ତ୍ବାବଧାନରେ ଅନୁଷ୍ଠିତ ହେବ ଏମ୍‌ସ ଗୌହ୍ବାଟିର ପ୍ରଥମ ବ୍ୟାଚ୍‌ ଛାତ୍ରଛାତ୍ରୀଙ୍କ ପରୀକ୍ଷା

ଭୁ‌‌ବନେଶ୍ବର : ଏମ୍‌ସ ଭୁବନେଶ୍ବର‌ର ସଫଳତାରେ ଯୋଡି ହୋଇଛି ଆଉ ଏକ ଅଧ୍ୟାୟ । ଡାକ୍ତରୀ ଶିକ୍ଷା ତଥା ଗ‌ବେଷଣା କ୍ଷେତ୍ରରେ ଦେଶରେ ସୁନାମ ଅର୍ଜନ କରିଥିବା ଭୁ‌ବନେଶ୍ବର ଏମ୍‌ସର ନିର୍ଦ୍ଦେଶିକା ବି. ଗୀତାଞ୍ଜଳିଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏମ୍‌ସ ଗୌହ୍ବାଟିର ପ୍ରଥମ ବ୍ୟାଚ୍‌…

ସମ୍‌ରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର

ଭୁବନେଶ୍ବର : ସମ୍‌ ହସପିଟାଲରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର ଓ ଚିକିତ୍ସା ଫଳରେ ନୂଆ ଜୀବନ ପାଇଛନ୍ତି ଜଣେ ଯୁବକ । ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ ଆଣ୍ଡ ସମ୍ ହସପିଟାଲରେ ଡାକ୍ତରଙ୍କ ବିରଳ ଅସ୍ତ୍ରୋପଚାର ଯୋଗୁଁ ସୁସ୍ଥ ହୋଇଛନ୍ତି ଜଣେ…

୫ ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି । ଚତୁର୍ଥ ପର୍ଯ୍ୟାୟରେ ଆଜି ନୂଆପଡା, ଗଞ୍ଜାମ, ସମ୍ଵଲପୁର, ରାୟଗଡ଼ା ଓ ନୟାଗଡ଼ ଜିଲ୍ଲାର ୧୩୦ଟି…

ରେଡ୍ ବେଳେ CBI ଅଧିକାରୀଙ୍କୁ ମାଡ ମାରିଲେ ଗାଁ ଲୋକ

ଢେଙ୍କାନାଳ : ରେଡ ବେଳେ ମାଡ ଖାଇଲେ ସିବିଆଇ ଅଧିକାରୀ । ଢେଙ୍କାନାଳର ଜଣେ ଯୁବକଙ୍କ ଘରେ ସକାଳୁ ସିବିଆଇ ଛାନଭିନ କରୁିଥିଲା । ଜୁବଲି ଟାଉନ କଲୋନୀ ସାହିର ସୁରେନ୍ଦ୍ର ନାୟକ ଓରଫ ମିଥୁନଙ୍କ ଘରେ ସକାଳୁ ସିବିଆଇର ୪ ଜଣିଆ ଟିମ୍ ରେଡ୍ କରୁଥିଲା ।  ହେଲେ ଯାଞ୍ଚ କରୁଥିବା ଅଧିକାରୀ ସିବିଆଇର…

ଆସନ୍ତାକାଲି ଆୟକର ବିଭାଗ ପକ୍ଷରୁ ଆୟୋଜିତ ହେବ ‘ଟ୍ୟାକ୍ସାଥନ୍’

ଭୁବନେଶ୍ୱର : ଆସନ୍ତାକାଲି ପାଳିତ ହେବ ଆଜାଦୀ କା ଅମୃତ ମହୋତ୍ସବ । ଦେଶ ସ୍ୱାଧିନତାର ୭୫ ବର୍ଷ ଉପଲକ୍ଷେ ଦେଶ ବ୍ୟାପି ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ । ଏହି ଅବସରରେ ଆସନ୍ତା କାଲି ସକାଳ ୬ ଟାରେ ଭୁବନେଶ୍ୱର ସ୍ଥିତ ଆୟକର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପଦଯାତ୍ରା ଆୟୋଜନ…