Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଟିଆରେ ମାଗଣା ସ୍ବାସ୍ଥ୍ୟ ଶିବିର ସହ ପୋଷଣ ଦିବସ ପାଳିତ, ବାଲ୍ୟ ବିବାହ ରୋକିବାକୁ କରାଗଲା ସଚେତନ

କୋରାପୁଟ : କୋଟିଆରେ ପାଳିତ ହୋଇଛି ମାଗଣା ସ୍ବାସ୍ଥ୍ୟ ଶିବିର ସହ ପୋଷଣ ଦିବସ । ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଭାଗବତ ମୁର୍ମୁଙ୍କ ଅଧ୍ୟକ୍ଷତାରେ ଏହି ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ କୋଟିଆ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର…

ପୋଲିସ ପଞ୍ଝାରେ ୪ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା

ନବରଙ୍ଗପୁର : ନବରଙ୍ଗପୁର ପୋଲିସକୁ ସଫଳତା । ପଞ୍ଝାରେ ପଡିଛନ୍ତି ୪ ଆନ୍ତଃରାଜ୍ୟ ଏଟିଏମ୍ ଲୁଟେରା । ଏକ ଏଟିଏମରେ ଏହି ଗ୍ୟାଙ୍ଗ ଟଙ୍କା ହେରଫେର କରୁଥିବା ବେଳେ ଏମାନଙ୍କୁ ଧରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର କମଲ ଖାନ, ଗୋବିନ୍ଦ ଚୌରାସିଆ, ରିତେଶ ସିଂ, ଆକାଶ ସିଂ ।…

ଭିଜିଲାନ୍ସ ଜାଲରେ ଦେବଗଡ ଅବକାରୀ ଅଧୀକ୍ଷକ

ଦେବଗଡ଼ : ଭିଜିଲାନ୍ସ ଜାଲରେ ଦେବଗଡ ଅବକାରୀ ଅଧୀକ୍ଷକ ଅଜିତ ମହାପାତ୍ର । ଅବକାରୀ ଅଧୀକ୍ଷକଙ୍କ ଦେବଗଡ଼ ସ୍ଥିତ ବାସଭବନରେ ରେଡ କରିଛି ଭିଜିଲାନ୍ସ । ଅବକାରୀ ଏଏସଆଇ ମଥୁରା ମୋହନ ପ୍ରଧାନଙ୍କ ଜରିଆରେ ଲାଞ୍ଚ ନେବା ଅଭିଯୋଗରେ ଚଢ଼ାଉ ହୋଇଛି । ମଦ ଭାଟି ମାଲିକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା…

କିମ୍‍ସରେ ହେଲା ସଫଳ କିଡ୍‍ନୀ ପ୍ରତ୍ୟାରୋପଣ

ଭୁବନେଶ୍ୱର: କିମ୍‍ସରେ ସଫଳ କିଡ୍‍ନୀ ପ୍ରତ୍ୟାରୋପଣ, ସୁସ୍ଥ ହୋଇ ଘରକୁ ଫେରିଲେ ଯୁବକ । ପ୍ରଥମର ଥର ଲାଗି କିମ୍‍ସରେ ସଫଳ କିଡ୍‍ନୀ ପ୍ରତ୍ୟାରୋପଣ କରାଯାଇଛି । କିମ୍‍ସରେ ଜଣେ ୨୩ ବର୍ଷୀୟ ଯୁବକଙ୍କଠାରେ ସଫଳ କିଡ୍‍ନୀ ପ୍ରତ୍ୟାରୋପଣ କରାଯାଇଛି । ଯୁବକ ଜଣକ ସୁସ୍ଥ ହେବା ପରେ ଆଜି ଘରକୁ…

ଲଟେରୀ ଜରିଆରେ ମଦ ବ୍ୟବସାୟ ପ୍ରସଙ୍ଗ, ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ

କଟକ : ରାଜ୍ୟରେ ମଦ ଦୋକାନ ଲାଇସେନ୍ସ ଆବଣ୍ଟନ ଲଟେରୀ ମାଧ୍ୟମରେ କରିବାକୁ ସରକାର ନେଇଥିବା ନିଷ୍ପତ୍ତିକୁ କାଏମ ରଖିଛନ୍ତି ହାଇକୋର୍ଟ । ଏଥିସହ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଦାୟର ସମସ୍ତ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଗତ ଜାନୁଆରୀ ୭…

ଚର୍ଚ୍ଚିକା ପୀଠରେ ଷୋଡ଼ ଉପଚାର ପୂଜା

ବାଙ୍କୀ: ଆଜି ଠାରୁ ଆରମ୍ଭ ହୋଇଛି ମାଆଙ୍କ ପୀଠରେ ଷୋଡ଼ ଉପଚାର ପୂଜା । ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମାଆ ଚର୍ଚ୍ଚିକାଙ୍କ ପୀଠରେ ଷୋଡ଼ ଉପଚାର ପୂଜା । ମାଆ ଚର୍ଚ୍ଚିକାଙ୍କ ସେବାୟତମାନେ ମହାନଦୀ ରେଣୁକା ଘାଟଠାରୁ ପାଣିଆଣି ମାଙ୍କୁ ସ୍ନାନକରି ସ୍ଵତସ୍ତ୍ର ପୂଜା ରିତିନୀତିରେ ପୂଜାପାଠକରି…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ବର : ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ । ଏଥିରେ ୪୯ ହଜାର ୨୭୯ ଜଣଙ୍କୁ ପରୀକ୍ଷାରେ ରାଙ୍କ ମିଳିଛି । କରୋନା ମହାମାରୀ ଭିତରେ ଏଥର ପରୀକ୍ଷା ଦେଇଥିଲେ ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ । ବି.ଟେକ୍ (ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ, ବି.ଫାର୍ମାରେ ଲକ୍ଷ୍ମୀପ୍ରିୟା…

୪ କେଜି କୁଟୁରା ମାଂସ ଜବତ, ଜଣେ ଗିରଫ

ମୟୂରଭଞ୍ଜ : କୁଟୁରା ମାଂସ ବ୍ୟବସାୟର ପର୍ଦ୍ଦାଫାସ । ବିଶେଷ ସୁତ୍ରରୁ ଖବର ପାଇ ବାରିପଦା ବନାଞ୍ଚଳ ଅଧିକାରୀ ଲଷ୍ମୀଧର ବେହେରାଙ୍କ ତତ୍ୱାବଧାନରେ ଏକ ଦଳ ଚଢଉ କରି ୪ କେଜି କୁଟୁରା ମାଂସ ଜବତ କରିବା ସହ ଅଭିଯୁକ୍ତ ଖେଲା ମାହିଲକୁ ଗିରଫ କରିଛନ୍ତିି । ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା…

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ,ଭରଣ ପୋଷଣ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ

କଟକ : ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ୫ଟି ତାରିଖରେ ଭରଣ ପୋଷଣ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସିଆର୍‌ପିସିର ଧାରା ୧୨୫ରେ ଦାୟର ଭରଣ ପୋଷଣ ମାମଲାର ୫ଟି ତାରିଖରେ ଶୁଣାଣି ଶେଷ କରି ରାୟ ପ୍ରକାଶ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏପରି…

ମା’ ସମଲେଶ୍ବରୀଙ୍କ ପୀଠରେ ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା

ସମ୍ବଲପୁର : ଆଜିଠୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡ଼ଶ ଉପଚାର ପୂଜା । ବିଧି ମୁତାବକ ମା ସମଲେଶ୍ବରୀଙ୍କ ସମସ୍ତ ନୀତିକାନ୍ତି କରାଯାଇଥିଲା । ସ୍ନାନ ପରେ ସ୍ବତନ୍ତ୍ର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ମା’ ସମଲେଶ୍ବରୀ । ଷୋଡ଼ଶ ଦ୍ବୀପ…