Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅନୁଗୁଳରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ଘଟଣା : ଦୃତ ଗତିରେ ଚାଲିଛି ମରାମତି କାର୍ଯ୍ୟ

ଭୁବନେଶ୍ବର : ଦୃତ ଗତିରେ ଚାଲିଛି ଅନୁଗୁଳରେ ଲାଇନଚ୍ୟୁତ୍ ହୋଇଥିବା ମାଲବାହୀ ଟ୍ରେନର ବଗି କଢ଼ା କାର୍ଯ୍ୟ । ସମସ୍ତ ଓ୍ବାଗନ ଗୁଡିକୁ ରେଳ ଧାରଣା ଓ ବ୍ରିଜ୍ ଉପରୁ କଢ଼ା ଯାଇଥିବା ବେଳେ, ଆଜି ଇଞ୍ଜିନକୁ ମଧ୍ୟ ରେଳ ଧାରଣା ଓ ବ୍ରିଜ ଉପରୁ କଢ଼ାଯାଇଛି । ଏନେଇ ସୂଚନା ଦେଇଛି ରେଳବାଇ ।…

ଏନସିସି କମିଟିର ଅଧ୍ୟକ୍ଷ ହେଲେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ : ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମିଳିଛି ବଡ଼ ଦାୟିତ୍ୱ । ବୈଜୟନ୍ତ ପଣ୍ଡାଙ୍କୁ ଜାତୀୟ କ୍ୟାଡେଟ୍ କର୍ପସ୍ ବା ଏନସିସି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଏନସିସିକୁ ଅଧିକ ପ୍ରାସଙ୍ଗିକ କରିବା…

ମହଙ୍ଗା ପଡ଼ିଲା ମିଛ ଅପହରଣ ନାଟକ, ଗିରଫ ହେଲା ପତିତପାବନ

ଭୁବନେଶ୍ବର : ମହଙ୍ଗା ପଡିଲା ମିଛ ଅପହରଣ ନାଟକ । ଶେଷରେ ପୋଲିସ ହାତରେ ଧରାପଡିବା ପରେ ଗିରଫ ହେଲା ନିଜକୁ ଡେଲିଭରୀ ବୟ କହୁଥିବା ପତିତପାବନ ଓରଫ ଚିକୁନ୍ । ଆଜି ପତିତପାବନକୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ପୋଲିସର ସୂଚନା ଅନୁସାରେ, ସେ ଡେଲିଭରି ବୟ…

ଖୋଲୁଛି ଚାନ୍ଦିପୁର ଆଇଟିଆର ଗୁପ୍ତ ତଥ୍ୟ ଲିକର ଗୁମର, ଆଉ ଜଣେ ଗିରଫ

ବାଲେଶ୍ବର : ଖୋଲୁଛି ଚାନ୍ଦିପୁର ଆଇଟିଆର ଗୁପ୍ତ ତଥ୍ୟ ଲିକର ଗୁମର । ବିଦେଶୀ ରାଷ୍ଟ୍ରକୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୫ରେ ପହଞ୍ଚିଛି । ଗିରଫ ଅଭିଯୁକ୍ତ ହେଲା ଉତ୍ତରପ୍ରଦେଶର ସଚିନ କୁମାର…

ବନ୍ୟା ପାଣି ଘେରରେ ପଟ୍ଟାମୁଣ୍ଡାଇର ୧୩ ପଞ୍ଚାୟତ

କେନ୍ଦ୍ରାପଡ଼ା : ଲଗାଣ ବର୍ଷା ଫଳରେ ଫୁଲୁଛି ବ୍ରାହ୍ମଣୀ । ନଦୀର ଜଳସ୍ତର ବଢ଼ିବା ସହ ଲୋକଙ୍କ ଚିନ୍ତା ବି ବଢ଼ିଲାଣି । ବ୍ରାହ୍ମଣୀ ଓ ଏହାର ଶାଖା ନଦୀ କାଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ପଟ୍ଟାମୁଣ୍ଡାଇ ଧୋୟା ଅଞ୍ଚଳର ୧୩ଟି ପଞ୍ଚାୟତ ସଂପୂର୍ଣ୍ଣ ପାଣି ଘେରରେ ରହିଛି । ବ୍ଲକର…

ମହାନଦୀରେ ଆସିବ ମଧ୍ୟମ ଧରଣର ବନ୍ୟା, ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ମହାନଦୀରେ ଆସୁଛି ବନ୍ୟା । ହୀରାକୁଦରୁ ବନ୍ୟା ଛଡାଯିବା ପରେ ଫୁଲୁଛି ମହାନଦୀ । ଆସନ୍ତାକାଲି ମୁଣ୍ଡଳି ଓ ନରାଜରୁ ଅଧିକ ପାଣି ମହାନଦୀର ତଳି ଅଞ୍ଚଳକୁ ଛଡାଯିବ । ଫଳରେ ତଳିଆ ଅଞ୍ଚଳରେ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା ରହିଛି । ଏଥିପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା…

ଚର୍ଚ୍ଚାରେ ଏମାର ମଠ, ମେଟାଲ ଡିଟେକ୍ଟରରେ କରାଗଲା ଯାଞ୍ଚ

ପୁରୀ : ପୁଣି ଚର୍ଚ୍ଚାରେ ପୁରୀର ଏମାର ମଠ । ପୋତାଧନ ଥିବା ସନ୍ଦେହରେ ଆଜି ପୁଣି ମଠକୁ ଟିକିନିଖି ଯାଞ୍ଚ କରିଛି ଏଏସଆଇ ଓ ପୁରୀ ପ୍ରଶାସନର ସ୍ବତନ୍ତ୍ର ଟିମ । ମେଟାଲ ଡିଟେକ୍ଟର ସହାୟତାରେ ମଠର ଯାଞ୍ଚ ହୋଇଛି । ଦୁଇଟି ସ୍ଥାନରେ ପୋତାଧନ ଥିବା ନେଇ ଟିମ୍ ସନ୍ଦେହ କରିଛି । ଟ୍ରଷ୍ଟ ବୋର୍ଡ…

ଶ୍ରୀମନ୍ଦିର କୃଷ୍ଣଲୀଳାରେ କଂସ ବଧ

ପ୍ରବଳ ପ୍ରତାପୀ କଂସ ବଧ ସହିତ ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣଲୀଳା ପରିସମାପ୍ତି ଘଟିଛି । ଭାଦ୍ରବ ଶୁକ୍ଲ ଦଶମୀ ଅବସରରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମହାଜନ ସେବକ ରାମକୃଷ୍ଣଙ୍କୁ ସିଂହାସନରେ ବିଜେ କରାଇଥିଲେ । ସେଠାରେ ଆଜ୍ଞାମାଳ ଲାଗି ହେବା ପରେ ଦୁଇ ଠାକୁରଙ୍କୁ ବଟ ବୃକ୍ଷ…

ଲକି କୂପନ ବାହାନା କରି ଠକେଇ

ମୟୂରଭଞ୍ଜ: ଲକି କୂପନ ବାହାନା କରି ଠକୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ । ଲକି କୂପନ ବାହାନା କରି ଲୋକଙ୍କୁ ଠକୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ମୟୁରଭଞ୍ଜ ପୋଲିସ । ମୟୁରଭଞ୍ଜ ଜିଲ୍ଲା ଝରପୋଖରିଆ ଥାନା ପୋଲିସ ଠକେଇ ଅଭିଯୋଗରେ ୬ ଜଣ ଠକକୁ ଗିରଫ କରିବା ସହ ଏକ ବୋଲେର ଗାଡି, ୭ ଟି ମୋବାଇଲ…

ଦରଦାମ ବୃଦ୍ଧିର ପ୍ରତିବାଦ

ପୁରୀ: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ଫଳରେ ଦେଶରେ ତୈଳ, ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ଦର ଆକାଶ ଛୁଆଁ । ବିଦ୍ୟୁତ ଘରୋଇ ଟାଟା ପାୱାର ହାତରେ ଟେକି ଦେବା ଯୋଗୁଁ ଉପଭୋକ୍ତା ଦୁର୍ଦଶା ଭୋଗୁଛନ୍ତି । କୋଭିଡରେ ଲୋକଙ୍କ ଜୀବନ ଜୀବିକା ସୁରକ୍ଷା ପାଇଁ କୋଡିଏ ଲକ୍ଷ କୋଟି କୁଆଡେ…