Latest Odisha News

BREAKING NEWS

Browsing Category

ଓଡିଶା

Odisha

ସଟଡାଉନରେ ବେଆଇନ୍ ବନ୍ଧୁକ ବେପାର, ରାଜଧାନୀରେ ଜଣଙ୍କୁ ମାଡ଼ି ବସିଲା ଏସଟିଏଫ

ଭୁବନେଶ୍ୱର: ସଟଡାଉନରେ ଟ୍ୱିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଛି । ଚେକିଂ ବ୍ଲକିଂ ମଧ୍ୟ କରାଯାଇଛି । ହେଲେ ଅପରାଧୀଙ୍କ ଡର ନାହିଁ । ଶନିବାର ସକାଳେ ବେଆଇନ୍ ବନ୍ଧୁକ ଓ ଗୁଳିଗୋଳା ବିକ୍ରି ପାଇଁ ଡିଲ୍ ବେଳେ ଏସଟିଏଫ୍ ଓ କମିଶନରେଟ୍ ପୋଲିସ ହାତରେ ଧରା ପଡ଼ିଛି…

କାଳବୈଶାଖୀ ନେଇ ୧୩ ଜିଲ୍ଲାକୁ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ସାମାନ୍ୟରୁ ମଧ୍ୟମଧରଣର କାଳବୈଶାଖୀ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୧୩ ଗୋଟି ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି । ଏହି ସମୟରେ ଝଟକା ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବ । ୧୩ ଜିଲ୍ଲାର କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା…

କେମିତି ପାଇବେ କୋଭିଡ ଟେଷ୍ଟ ରିପୋର୍ଟ, ଜାଣନ୍ତୁ…

ଭୁବନେଶ୍ୱର: ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି । କୋଭିଡ-୧୯ ପରୀକ୍ଷା ଯଥା ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ…

କଟକ; ଟିକାକରଣ ପାଇଁ ଆଜି ସନ୍ଧ୍ୟା ୬ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ

କଟକ: ଆଜି ସନ୍ଧ୍ୟା ୬ଟାରୁ କଟକବାସୀଙ୍କ ଲାଗି ଟିକାକରଣ ପାଇଁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ। ଏ ନେଇ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ସୂଚନା ଦେଇଛି। ଶନିବାର ସନ୍ଧ୍ୟା ୬ଟାରେ ସହରରେ କୋଭିଡ୍‌-୧୯ ଟିକାକରଣ ପାଇଁ ଅନଲାଇନ୍ ବୁକିଂ ଖୋଲିବ। ଉଭୟ ୧୮ ରୁ ୪୪ ବୟସ ବର୍ଗ ଏବଂ ୪୫…

ନନ୍ଦନକାନନର ପ୍ରାଣୀଙ୍କୁ ଏବେ ଦେଖିପାରିବେ ଭର୍ଚୁଆଲି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦକାନନ ପ୍ରାଣୀ ଉଦ୍ୟାନ ବନ୍ଦ କରାଯାଇଥିଲା। ହେଲେ ଏବେ ପର‌୍ୟ୍ୟଟକ ମାନେ ପ୍ରାଣୀ ଉଦ୍ୟାନରେ ପଶୁ ଏବଂ ପକ୍ଷୀମାନଙ୍କୁ ଘରେ ବସି ଆରାମରେ ଦେଖିପାରିବେ। ଲକଡାଉନ ଯୋଗୁଁ ଓଡିଶା ବାସୀ ଘର ଭିତରେ ଏକପ୍ରକାର ବାନ୍ଧି ହୋଇ ରହୁଥିବା ବେଳେ…

ପରଲୋକରେ ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ

ଭୁୁବନେଶ୍ୱର: ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କ ପରଲୋକ ହୋଇଛି। ସେ ଜଣେ ଯୁବ ଉଦ୍ୟୋଗୀ, ସମାଜସେବୀ ଥିଲେ। ଚିକତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା। ଫୁସଫୁସ୍ ସଂକ୍ରମଣରୁ…

ମାତିଲେ ଭେଜାଲ ବେପାରୀ, କଟକରେ ସିଲ୍ ଗୁଟୁଖା କମ୍ପାନୀ

କଟକ: ପୁଣି ମାତିଲେ ଭେଜାଲ ବେପାରୀ । ଏବେ ବି କଟକରେ ତିଷ୍ଠି ରହିଛି ଅପମିଶ୍ରଣ ସାମ୍ରାଜ୍ୟ । ତେଲ, ମସଲା, ଘିଅ, ଟମାଟୋ ସସ୍ ଓ ସିନ୍ଥେଟିକ୍ ପନିରଠାରୁ ଆରମ୍ଭ କରି ପାନମସଲା ଓ ଗୁଟୁଖା ବି ଏଠି ଅପମିଶ୍ରିତ । ତେବେ କିଛିଦିନ ଧରି ଧରପଗଡ ପରେ ବନ୍ଦ ରହିଥିଲା ଏଠିକାର ନକଲି କାରବାର । ହେଲେ…

ବାଇକରେ ବୁହା ହେଲା ମୃତ ଦେହ

ଖୈରପୁଟ :ପୁଣି ମୃତ ଦେହକୁ ଅସମ୍ମାନ । ମେଡିକାଲରୁ ମିଳିଲାନି ଗାଡ଼ି । ଶେଷରେ ବାଇକରେ  ବୁହା ହେଇ ଆସିଲା ମୃତ ଦେହ । ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମର ଶୁକ୍ରା ଶିଶା । କାମ କରୁଥିବା ବେଳେ ହଠାତ୍ ତାଙ୍କର ହୃଦଘାତ ହୋଇଯାଇଥିଲା । ଯନ୍ତ୍ରଣାରେ ଛଟପଟ…

ଗୁଳି ମାଡ଼ରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ

ସଇଁନ୍ତଳା: ପାଟ୍ରୋଲିଂ ବେଳେ ଗୁଳିମାଡ଼ । ଦୁୂର୍ବୁ୍ତ୍ତଙ୍କ ଗୁଳି ମାଡ଼ରେ ଫରେଷ୍ଟଗାର୍ଡଙ୍କ ଆଜି ମୃତ୍ୟୁ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ସଇଁନ୍ତଳା ବ୍ଳକ ରେଙ୍ଗାଳ ବାହାଲ ନିକଟରେ ଫରେଷ୍ଟ ଗାର୍ଡ ଜଟିଆ ରାଣା ପାଟ୍ରୋଲିଙ୍ଗ କରୁଥିଲେ । ଏହି…

ୟସ୍ ନେବ ଅତି ଭୀଷଣ ବାତ୍ୟାର ରୂପ, ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳ ଦେଇ ଗତି କରିବ

ଭୁବନେଶ୍ୱର: ଆସୁଛି ବାତ୍ୟା ୟସ୍ । ଆଜି ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଆସନ୍ତା ୨୪ ତାରିଖରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ଏନଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟା ଅଧିକ ଘନୀଭୂତ ହୋଇ ଭେରି…