Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜେଲରେ ବ୍ୟାପୁଛି କରୋନା: ଓଡ଼ିଶାର ଏହି ଜେଲରୁ ୮୩ ପଜିଟିଭ୍

ବରଗଡ଼: ଜେଲରେ ବ୍ୟାପୁଛି କରୋନା । ଓଡ଼ିଶାର ଗୋଟିଏ ପରେ ଗୋଟିଏ ଜେଲରୁ କଏଦୀ ସଂକ୍ରମିତ ହେଉଛନ୍ତି । ବରଗଡ଼ ଜିଲ୍ଲା ପଦ୍ମପୁର ସବ୍-ଜେଲରେ ୮୩ ଜଣ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ପଦ୍ମପୁର ଏସଡିଏମଓ । ସଂକ୍ରମିତଙ୍କୁ ଆଇସୋଲେସନ୍ ଓ୍ୱାର୍ଡରେ ରଖି ଚିକିତ୍ସା…

ଆଉ ଜଣେ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ଆଗେଇ ଚାଲିଥିବା ବେଳେ ଜଣଙ୍କ ପରେ ଜଣେ ସେବାୟତ କରୋନା ସଂକ୍ରମିତ ହେଉଛନ୍ତି । ପୁଣି ଜଣେ ମହାରଣା ଓ ଭୋଇ ସେବକ କରୋନା ପଜିଟିଭ୍ ବାହାରିଛନ୍ତି । ତେବେ ନୂଆ ସଂକ୍ରମିତ ସେବାୟତ ରଥ ନିର୍ମାଣ କରୁ ନଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।…

ରାଜ୍ୟରୁ ୧୧ ହଜାର ୧୦୮ ସଂକ୍ରମିତ ଚିହ୍ନଟ, ଲୋକାଲ କେସ୍ ରହିଛି ୪୮୮୯

ଭୁବନେଶ୍ୱର: ଦିନକରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୧୧ ହଜାର ୧୦୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୨୧୯ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୮୮୯ଟି। https://twitter.com/IPR_Odisha/status/1395940265290985474?s=19 ଏନେଇ ଟ୍ବିଟ୍ କରି…

ଆଜି ରାଜ୍ୟରୁ କରୋନା ନେଲା ଆଉ ୨୬ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୨୬ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ୧୧ ଜିଲ୍ଲାରୁ ଚିକିତ୍ସାଧୀନ ଅବସ୍ଥାରେ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କଳାହାଣ୍ଡି ଜିଲ୍ଲାରୁ…

ବାତ୍ୟା ମୁକାବିଲା ପ୍ରସ୍ତୁତିର ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହେଲେଣି ଓଡ଼ିଶା ସରକାର । ପ୍ରଶାସନିକସ୍ତରରେ ଘନ ଘନ ବୈଠକ ବସୁଛି । ଆଲ୍ରଟରେ ଉପକୂଳବର୍ତ୍ତୀ ଜିଲ୍ଲା । ଆଜି ବାତ୍ୟା ମୁକାବିଲାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣରେ ସମୀକ୍ଷା ବୈଠକ ରହିଛି । ରାଜ୍ୟର…

ଆଜି ଜଣାପଡ଼ିବ ସମ୍ଭାବ୍ୟ ବାତ୍ୟା ‘ୟସ୍’ ଯିବ କୁଆଡ଼େ ?

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଲଘୁଚାପ ବଳୟ । ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଅଧିକ ଘନୀଭୂତ ହେବ । ୨୪ ତାରିଖ ବେଳକୁ ଲଘୁଚାପ ସାଇକ୍ଲୋନ ବା ବାତ୍ୟାର ରୂପ ନେବ । ବାତ୍ୟାର ନାଁ ରହିବ ୟସ ।…

ପାଟ୍ରୋଲିଂ ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଫରେଷ୍ଟ ଗାର୍ଡ ମୃତ

ବଲାଙ୍ଗିର: ରାତିରେ ପାଟ୍ରୋଲିଂ ବେଳେ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ । ଏଥିରେ ଜଣେ ଫରେଷ୍ଟର ଗାର୍ଡଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗିର ଜିଲ୍ଲା ସଇଁତଲା ରେଞ୍ଜ ଅନ୍ତର୍ଗତ ରେଙ୍ଗାଳିବାହାଲ ଅଞ୍ଚଳରେ ଏହି ଘଟଣା ଘଟିଛି । ମୃତ ଫରେଷ୍ଟର ହେଲେ ଜୁଗେଶ୍ୱର ବୁଡ଼େକ। । ଗତକାଲି ରାତିରେ କରମତଲା…

ପଇଡ଼ ବୋଝେଇ ଟ୍ରକରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଜଣ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ ଫନ୍ଦି । ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । କୋରାପୁଟ ଜିଲ୍ଲା ପାଡୁଆରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ନନ୍ଦପୁର ଥାନା ପୋଲିସ । ଏହି ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ବ୍ଲକ ଛକରେ ଚେକିଂ ବେଳେ ପଇଡ଼ ବୋଝେଇ…

ନିୟମଗିରିର ଦୁଇଟି ସ୍ଥାନରେ ୯୮ ଜଣ ଡଙ୍ଗରିଆ ମହିଳା ପୁରୁଷଙ୍କ ହେଲା ସ୍ୱାବ ଟେଷ୍ଟ

କଲ୍ୟାଣସିଂହପୁର : ଶେଷରେ ସ୍ୱାବ୍ ଟେଷ୍ଟ ପାଇଁ ରାଜି ହେଲେ ରାୟଗଡା କଲ୍ୟାଣସିଂହପୁର ନିୟମଗିରିର ଅଞ୍ଚଳରେ ଡଙ୍ଗରିଆକନ୍ଧମାନେ । ଆଜି ସ୍ଥାପନୀୟ ବିଡିଓ କାଳୁଚରଣ ନାୟକଙ୍କ ଉପସ୍ଥିତିରେ ନିୟମଗିରିର ସୁନାଖଣ୍ଡି ପଞ୍ଚାୟତର ଦୁଇଟି ଗାଁ କାଡ୍ରାକା ବଣ୍ଡେଲି ଓ ପାରାମାଳି ଗାଁର ମୋଟ ୯୮ ଜଣ…

ମହଙ୍ଗା ପଡ଼ିଲା ଲାଞ୍ଚ

ମାଲକାନିଗିରି:ଫସିଗଲେ ଡାକ୍ତର ବାବୁ । ମହଙ୍ଗା ପଡ଼ିଲା ଲାଞ୍ଚ । ମାଲକାନିଗିରି ସରକାରୀ ଡାକ୍ତରଖାନାରେ ଲାଞ୍ଚ ମାଗି ହଟ ହଟା ହୋଇଛନ୍ତି ଡ଼ାକ୍ତର ଆଉ କର୍ମଚାରୀ । ରୋଗୀଙ୍କୁ ଲାଞ୍ଚ ମାଗିବା ଘଟଣା ପ୍ରସାରଣ ପରେ ନିଆଯାଇଛି କାର୍ଯ୍ୟନୁଷ୍ଠାନ। ଚାକିରୀରୁ ନିଲମ୍ବିତ ହୋଇଛନ୍ତି ଦୁଇ ଜଣ…