Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ଭାବ୍ୟ ବାତ୍ୟା ‘ୟସ୍’ ପାଇଁ ୭୪ଟି ଟ୍ରେନ୍ ବାତିଲ୍ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର: ବଙ୍ଗୋପସାଗରରେ ବାତ୍ୟା ଆସୁଛି । ୨୬ରେ ଛୁଇଁପାରେ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ । ସମ୍ଭାବ୍ୟ ବାତ୍ୟା ନେଇ ପାଣିପାଗ ବିଭାଗର ଏଭଳି ଆକଳନ ପରେ ପଦକ୍ଷେପ ନେଇଛି ପୂର୍ବତଟ ରେଳପଥ । ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ମୋଟ ୭୪ଟି ଟ୍ରେନକୁ ବାତିଲ୍ କରାଯାଇଛି । ଏହି…

ଶନିବାର ଏହି ୨ ଜିଲ୍ଲାରେ ବନ୍ଦ ରହିବ କୋଭିଡ୍ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଜାରି ରହିଛି । ଆଜି ରାଜ୍ୟର ୩୯୪ଟି କେନ୍ଦ୍ରରେ ୪୯ ହଜାର ୫୫୦ ଡୋଜ୍ ଟିକା ଦିଆଯାଇଛି । ଏଥିସହ ରାଜ୍ୟରେ ମୋଟ ୬୯ ଲକ୍ଷ ୧୯ ହଜାର ୯୮୬ ଡୋଜ୍ ଟିକାକରଣ ହୋଇଛି । ଅନ୍ୟପଟେ ଆସନ୍ତାକାଲି ରାଜ୍ୟର ୨ଗୋଟି ଜିଲ୍ଲା କେନ୍ଦୁଝର ଓ ସୋନପୁରରେ ଟିକାକରଣ ହେବ ନାହିଁ ।…

ନୟାଗଡ଼ରୁ ପୁଣି ବ୍ରାଉନସୁଗାର ଜବତ, ୨ ଗିରଫ

ନୟାଗଡ଼: ଜ଼ିଲ୍ଲାରେ ଦିନକୁ ଦିନ ବ୍ରାଉନ ସୁଗାର ବେପାର ବୃଦ୍ଧି ପାଇବାରେ ଲାଗିଛି । ଆଜି ପୋଲିସ ନୟାଗଡ ଷ୍ଟେସନରୁ ଦୁଇ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ସିଦ୍ଧାନ୍ତ ନାୟକ ଓ ପ୍ରକାଶ ନାୟକ । ଏମାନେ ଖୋର୍ଦ୍ଧାର ବୋଲି ଜଣାପଡିଛି । ଏମାନଙ୍କ ଠାରୁ ୪ଗ୍ରାମ…

ପୁରୀରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ପରିସରରେ କୋଭିଡ୍ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦଘାଟନ କରିଛନ୍ତି । ଏହି ହସ୍ପିଟାଲରେ ୧୫୦ ଶଯ୍ୟା ରହିଛି । ଏହି ହସ୍ପିଟାଲକୁ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ପରିଚାଳନା କରିବ । ହସ୍ପିଟାଲରେ ୯୦ଟି ସାଧାରଣ…

ସମ୍ଭାବ୍ୟ ବାତ୍ୟା ନେଇ ହାଇଆଲର୍ଟରେ ଉପକୂଳ ଜିଲ୍ଲା, ଅଚଳ ଟିୱେଲ୍ ମରାମତି ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ବିଭିନ୍ନ ବିଭାଗ ସହ କଥା ହୋଇଛନ୍ତି । ପାଣିପାଗ ବିଭାଗର ଆକଳନ ଅନୁସାରେ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଏକ ସାଇକ୍ଲୋନ୍ ସୃଷ୍ଟି ହୋଇପାରେ । ୩ରୁ ୪ ଦିନ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଆସିବାର…

କୋଭିଡ୍ ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର ସର୍ତ୍ତାବଳୀରେ ସଂଶୋଧନକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । କୋଭିଡ୍ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର ପ୍ରସ୍ତାବର ସର୍ତ୍ତାବଳୀକୁ ଅନୁମୋଦନ ଦିଆଯାଇଛି । ୧୯ ତାରିଖରେ ଭ୍ୟାକ୍ସିନ୍ ଉତ୍ପାଦନକାରୀ…

ଲାଲଗଡ ମାଟିରେ ପାଦ ଥାପିଲା ସ୍ୱାସ୍ଥ୍ୟ ବିଭାଗ

ମାଲକାନଗିରି: ବର୍ତ୍ତମାନର ସ୍ଥିତି କାହାକୁ ବି ଅଜଣା ନାହିଁ । କରୋନା ପାଇଁ ଚାରିଆଡେ ଲୋକେ ଜୀବନ ସହ ସଂଘର୍ଷ କରୁଛନ୍ତି । ଏପରି ସ୍ଥିତିରେ ସବୁଠୁ ପ୍ରମୁଖ ଭୂମିକା ତୁଲାଉଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । କଥାରେ ଅଛି କଲିକତାରେ ରାତି ନାହିଁ । ଠିକ୍ ସେମିତି ସ୍ୱାସ୍ଥ୍ୟ ବିଭାଗକୁ ବି…

କରୋନା ସଂକ୍ରମଣ ରୋକିବାକୁ ୩-ଏସ୍ ଅଭିଯାନ ଆରମ୍ଭ

ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ଼-୧୯ ସଂକ୍ରମଣ ଚେନ୍ କୁ ଗାଁ ଅଞ୍ଚଳରେ ରୋକିବା ପାଇଁ ୱାଇ.ଏସ୍.ଡି (YSD)ର ‘୩-ଏସ୍’ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାରେ ସଚେତନ, ସତର୍କତା ଓ ସହଭାଗିତାକୁ ଗୁରୁତ୍ଵ ଦିଆଯାଇଛି । ହେମଗିରି, ସୁନ୍ଦରଗଡ଼ ଜିଲ୍ଲାରେ ଗାଁ ଅଞ୍ଚଳରେ…

ଆଜି ବି ୧୧ ଶହ ପାର୍, ରାଜଧାନୀରୁ ଆଉ ୧୧୮୬ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୧୧ ଶହ ଉପରେ ରହୁଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜଧାନୀରୁ ୧୧୮୬ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୪୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୪୪ଟି ସ୍ଥାନୀୟ ସଂକ୍ରମଣ ମାମଲା ଆସିଛି ।…

ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୧ ଜିଲ୍ଲାରେ ବର୍ଷା, ୨୬ ସକାଳେ ଛୁଇଁପାରେ ବାତ୍ୟା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର । ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ । ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର…