Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୬ରୁ ବୁର୍ଲା ଭିସୁଟରେ ଆରମ୍ଭ ହେବ ଅଫଲାଇନ୍ କ୍ଲାସ

ସମ୍ବଲପୁର: ପୂର୍ବରୁ କଣ୍ଟେନମେଣ୍ଟ ଜୋନ୍ ହଟିଥିବା ବେଳେ ଆସନ୍ତା ୧୬ରୁ ବର୍ଲା ଭିସୁଟରେ ଆରମ୍ଭ ହେବ ପାଠପଢ଼ା । ଅନଲାଇନ୍ କ୍ଲାସ୍ ବନ୍ଦ କରାଯାଇ ଅଫଲାଇନ୍ କ୍ଲାସ ଆରମ୍ଭ ହେବ । ଏନେଇ ଭିସୁଟ୍ କୁଳପତି ଭି.ଭି ପତି ସୂଚନା ଦେଇଛନ୍ତି । ୧୭ ତାରିଖରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ କ୍ୟାମ୍ପସ…

ଉମରକୋଟରେ ଗୁଳିମାଡ଼, ବ୍ୟବସାୟୀ ଗୁରୁତର

ଉମରକୋଟ : ଉମରକୋଟରେ ବ୍ୟବସାୟୀଙ୍କୁ ଗୁଳିମାଡ଼ । ପିଏନବି ଶାଖା ଆଗରେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଟି. ସଞ୍ଜୀବ ସୁବୁଦ୍ଧି ନାମକ ଜଣେ ବ୍ୟବସାୟୀ ବ୍ୟାଙ୍କ ଆଗରେ ବାଇକ୍ ଧରି ଛିଡ଼ା ହୋଇଥିବା ବେଳେ, ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ ପରେ…

ରାଜ୍ୟରେ ଗଠନ ହେଲା କରୋନା କମିଟି

ଭୁବନେଶ୍ବର : ମହାରାଷ୍ଟ୍ର ସମେତ ଦେଶର କିଛି ରାଜ୍ୟରେ ଦୃତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ । ଏଥିପାଇଁ ଲୋକଙ୍କ ମନରେ ପଶିଲାଣି ଛନକା । ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ, ରାଜ୍ୟରେ ସତର୍କ ହୋଇଉଠିଛି ସ୍ବାସ୍ଥ୍ୟ ବିଭାଗ । କରୋନା ମହାମାରୀକୁ ଦେଖି ଜନସ୍ବାସ୍ଥ୍ୟ…

ମାର୍ଚ୍ଚ ୨୮ରୁ ଝାରସୁଗୁଡ଼ାରୁ ଚେନ୍ନାଇକୁ ଉଡିବ ବିମାନ

ଭୁବନେଶ୍ୱର: ସ୍ପାଇସଜେଟ୍ ପକ୍ଷରୁ ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଇ ବିମାନବନ୍ଦରରୁ ଚେନ୍ନାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଝାରସୁଗୁଡା ବିମାନବନ୍ଦରର ନିର୍ଦ୍ଦେଶକ କିଶୋର ସେନାପତିଙ୍କ ସୂଚନା ଅନୁଯାୟୀ, ସପ୍ତାହରେ ପ୍ରତିଦିନ ବିମାନ ସେବା ଉପଲବ୍ଧ ହେବ।…

ବେଦାନ୍ତ ପକ୍ଷରୁ ଲାଞ୍ଜିଗଡ ଓ ଝାରସୁଗୁଡାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ବେଦାନ୍ତ ଆଲୁମିନା ପକ୍ଷରୁ ଲାଞ୍ଜିଗଡ ଓ ଝାରସୁଗୁଡାଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ବେଦାନ୍ତ କର୍ମଚାରୀଙ୍କୁ ସମ୍ବୋଧନ କରିଥିଲେ । ଏହି ସ୍ୱତନ୍ତ୍ର…

ସୁରକ୍ଷିତ ହେବ ରକ୍ତ ପରୀକ୍ଷା, ଓଡ଼ିଶାର ଏହି ହସ୍ପିଟାଲ୍‌ରେ ଆଇଡି-ନାଟ୍ ମେସିନ୍ ଆରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଂଟ ଅଫ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନରେ ସୁରକ୍ଷିତ ରକ୍ତ ଅର୍ନ୍ତକ୍ଷେପଣ ନିମନ୍ତେ ଆଇଡି-ନାଟ୍ ବ୍ଲଡ୍ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି…

କୁଳଡିହା ଅଭୟାରଣ୍ୟରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ

ନୀଳଗିରି : କୁଳଡିହା ଅଭୟାରଣ୍ୟରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । କୁଳଡିହା ସଂରକ୍ଷିତ ଅଭୟାରଣ୍ୟର ୨୦୫ ପଏଣ୍ଟରେ ଲାଗିଥିବା ନିଆଁ ଆୟତ୍ତ ହୋଇଥିବା ବେଳେ, ଏବେ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀଙ୍କ ସହ ଡିଏଫଓ ବିଶ୍ବରାଜ…

ଭଦ୍ରକରୁ ୧୧୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ

ଭଦ୍ରକ : ପୁଣି ଜବତ ହେଲା ଧଳା ଜହର । ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗ ଛକ ନିକଟରୁ ୧୧୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ବ୍ରାଉନସୁଗାର ଚାଲାଣ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଛି । ଭଦ୍ରକ ଜିଲ୍ଲାରେ ବେଆଇନ ଭାବେ…

ରାଜ୍ୟ ସରକାର ବଢ଼ାଇଲେ କରୋନା ଟେଷ୍ଟିଂ ଅବଧି

ଭୁବନେଶ୍ବର : ଦେଶରେ ବ‍ଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ମାମଲା ଦିନକୁ ବଢ଼ି ଚାଲିଥିବା ବେଳେ, ସତର୍କ ହେଲେଣି ସରକାର । ଏହାକୁ ଦୃଷ୍ଟିରେ ରଖି କରୋନା ଟେଷ୍ଟିଂ ବଢ଼ାଇବାକୁ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । କରୋନା ଟେଷ୍ଟିଂ ଅବଧିକୁ ଏପ୍ରିଲ ୩୦ ତାରିଖ ଯାଏଁ ବଢ଼ାଇଛନ୍ତି ରାଜ୍ୟ…

ରାଜ୍ୟରୁ ଆଉ ୯୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୯୨ କରୋନା ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ସମ୍ବଲପୁରରୁ ୧୩ ଓ ସୁନ୍ଦରଗଡ଼ରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଯାଜପୁରରୁ ୯ ଜଣ, ମୟୂରଭଞ୍ଜରୁ ୮, ବରଗଡ଼ ଓ ପୁରୀରୁ ୬ ଜଣ…