Latest Odisha News

BREAKING NEWS

Browsing Category

ଓଡିଶା

Odisha

କେତେ ନିଷ୍ଠୁର ଏ ମୃତ୍ୟୁ: ବାପାଙ୍କ ଶେଷକୃତ୍ୟ ସାରି ଫେରିବା ବାଟରେ ଦୁର୍ଘଟଣା ନେଲା ପୁଅର ଜୀବନ

ବୌଦ୍ଧ: ବାପାଙ୍କ ଶେଷକୃତ୍ୟ ସାରି ପୁରୀରୁ ଫେରିବା ବେଳେ ଅଧାବାଟରେ ଚାହିଁ ରହିଥିଲା ମୃତ୍ୟୁ । ସଡ଼କ ଦୁର୍ଘଟଣାରେ ଆଖି ବୁଜିଲା ପୁଅ । ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ନମ୍ୱର ଜାତୀୟ ରାଜପଥର କରଡ଼ାକୋଠା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

ଶିମିଳିପାଳ ସହ ନୀଳଗିରି ସ୍ଥିତ କୁଳଡିହା ସଂରକ୍ଷିତ ଅଭୟାରଣ୍ୟ ବି ଜଳୁଛି

ବାରିପଦା/ନୀଳଗିରି: ଜଳୁଛି ଜଙ୍ଗଲ, ଗୋଟିଏ ଜଙ୍ଗଲରୁ ଆଉ ଗୋଟିଏ ଜଙ୍ଗଲକୁ ବ୍ୟାପୁଛି ନିଆଁ । ପ୍ରାୟ ୧୦ ଦିନ ହେଲାଣି ଶିମିଳିପାଳ ଅଭୟାରଣ୍ୟ ଜଳୁଛି । ଗୋଟିଏ ସ୍ଥାନରେ ନିଆଁ ଆୟତ୍ତ ହେବା ବେଳକୁ ଅନ୍ୟ ସ୍ଥାନରେ ଲାଗି ଯାଉଛି । ଶିମିଳିପାଳର ଦୁଧିଆନି, ତାଳବନ୍ଧ, ଦୁଗୁଡ଼ିଆ, କେନ୍ଦୁମୁଦି ଓ…

ଶ୍ରୀକ୍ଷେତ୍ରରେ ‘ମୋ ଧାମ, ମୋ ଗର୍ବ’ କାର୍ଯ୍ୟକ୍ରମ, ପ୍ରତି ଶନିବାର ବଡଦାଣ୍ଡ ସେବା

ପୁରୀ: ଆଜିଠୁ ପୁରୀରେ ଆରମ୍ଭ ହୋଇଛି ବଡଦାଣ୍ତ ସେବା । ମୋ ଧାମ, ମୋ ଗର୍ବ ଅଭିଯାନରେ ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛି ଜିଲ୍ଲା ପ୍ରଶାସନ । ପ୍ରତି ଶନିବାର ସକାଳ ସାଢ଼େ ୬ଟାରୁ ସାଢ଼ା ୮ଟା ଦୁଇ ଘଣ୍ଟା ବଡ଼ଦାଣ୍ଡ ସେବା କରାଯିବ । ଏହି ଅଭିଯାନରେ ସ୍ୱେଚ୍ଛାକୃତ ଭାବରେ…

ପୂଜା ଭୋଗ ଖାଇ ୫୦ରୁ ଅଧିକ ଅସୁସ୍ଥ

ବାଲେଶ୍ୱର: ଭୋଗ ଖାଇ ୫୦ରୁ ଅଧିକ ଅସୁସ୍ଥ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗିଲାଯୋଡି ଗାଁରେ ଏହି ଘଟଣା ଘଟିଛି । ଠାକୁରାଣୀଙ୍କ ପୂଜା ଭୋଗ ଖାଇବା ପରେ ଗାଁର କିଛି ପୁରୁଷ, ମହିଳା ଓ ଛୋଟ ଛୋଟ ଛୁଆ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ବସ୍ତା ଓ ପାଉଁଶକୁଲି…

ରାଜ୍ୟରେ ଜେଲ୍ ଅନ୍ତେବାସୀଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ବର : କରୋନା ମହାମାରୀ ପାଇଁ ଏବେ ସାରା ଦେଶରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବୟସ୍କ ଓ ୪୫ ବର୍ଷରୁ ୫୯ ବର୍ଷର ଲୋକ, ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିବେ ସେମାନଙ୍କୁ ଟିକା ଦିଆଯାଉଛି । ଏସବୁ ଭିତରେ ଏବେ ରାଜ୍ୟରେ ଜେଲ୍…

ରାଜ୍ୟରେ ୩୦୦୦ରୁ ଅଧିକ ମୋ ସେବା କେନ୍ଦ୍ର ଓ ଓଡ଼ିଶା ଓ୍ବାନ୍ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ବର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଅବସରରେ ୩୦୦୦ରୁ ଅଧିକ ମୋ’ ସେବା କେନ୍ଦ୍ର ଏବଂ ଓଡ଼ିଶା ୱାନ୍ ପୋର୍ଟାଲ୍ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସେବା ଓ ସମ୍ମାନ ହେଉଛି…

ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଉଦଘାଟିତ ହୋଇଛି ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା । ଭର୍ଚୁଆଲ୍ ମାଧ୍ୟମରେ ଏହି ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଥିବା ଏହି ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା ଆସନ୍ତା ୯ ତାରିଖ ଯାଏ ଚାଲିବ ।…

ବିଶ୍ବ ଦକ୍ଷତା କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଯୁବଗୋଷ୍ଠୀଙ୍କ ଦକ୍ଷତା ବିକାଶ ପାଇଁ ଆଜି ଭୁବନେଶ୍ବରରେ ଉଦଘାଟିତ ହୋଇଛି ବିଶ୍ବ ଦକ୍ଷତା କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଦକ୍ଷତା ବିକାଶ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇଛି ବୋଲି…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୪ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ବଢ଼ୁଛି ଭୟ । କିନ୍ତୁ ଏହି ସଂକ୍ରମଣ ମଧ୍ୟରେ ରାଜ୍ୟରୁ ଆସିଛି ଖୁସିର ଖବର । କାରଣ, ମହାମାରୀରୁ ସୁସ୍ଥ ହୋଇ ଫେରିଛନ୍ତି ଆଉ ୬୪ ଜଣ ଆକ୍ରାନ୍ତ । ମୟୂରଭଞ୍ଜରୁ ସର୍ବାଧିକ ୧୦ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧା ଓ ସମ୍ବଲପୁରରୁ ୭ ଜଣ ଲେଖାଏଁ…

ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାରି ହେବ ୧୪୪ ଧାରା

ଭଦ୍ରକ: ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରାକୁ ନେଇ କଟକଣା ଲଗୁ କରାଯାଇଥିବା ଜଣାପଡ଼ିଛି । ଆରଡ଼ି ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ଜାଗର ଯାତ୍ରା ପାଇଁ ୧୦ ତାରିଖ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ତାରିଖ ପର୍ଯ୍ୟନ୍ତ ପୀଠରେ ୧୪୪ ଧାରା ବଳବତ୍ତର ରହିବ ।…