Latest Odisha News

BREAKING NEWS

Browsing Category

ଓଡିଶା

Odisha

କୁମ୍ଭୀର ଗଣନା ପାଇଁ କାଲିଠୁ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ : କୁମ୍ଭୀର ଗଣନା ପାଇଁ ଶୁକ୍ରବାରଠାରୁ ବନ୍ଦ ରହିବ କେନ୍ଦ୍ରାପଡାରେ ଥିବା ବିଶ୍ବ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା । କାଲିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇ ଆସନ୍ତା ୨୩  ତାରିଖ ପର୍ଯ୍ୟନ୍ତ ଚାଲିବ। ୯ ଦିନ ଧରି କୁମ୍ଭୀର ଗଣନା କରାଯିବ । ନଦୀ, ନାଳ, ଜଳାଶୟ ଭିତରେ ଥିବା…

ରାଜରାସ୍ତାରେ ହୁତୁହୁତୁ ହୋଇ ଜଳିଲା କାର

ଭୁବନେଶ୍ୱରରେ : ମାଷ୍ଟର କ୍ୟାଣ୍ଟିନ ଛକରେ ଆଦି ଗୋଟିଏ କାର ହଠାତ ଜଳିଯାଇଥିଲା । କିନ୍ତୁ ସୌଭାଗ୍ୟକ୍ରମେ ଏଥିରେ ବସିଥିବା ତିନି ଜଣ ବ୍ୟକ୍ତି ବାହାରକୁ ବାହାରି ଆସିଥିଲେ । ଗାଡିଟି ରିପାରିଂ ପାଇଁ ଯାଉଥିବା ଜଣାପଡିଛି ।

ବିଜେପିକୁ ଫେରିଲେ ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ

ବାଲେଶ୍ୱର: ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶଙ୍କ ଘର ବାହୁଡା । । ଆଜି ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତିରେ ଜୀବନ ପ୍ରଦୀପ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ଦାଶ ୨୦୦୫ରେ ବିଜେପି ଟିକେଟରେ ଲଢିଥିବା ବେଳେ…

ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି

ପୁରୀ: ଆଜି ପବିତ୍ର ମକର ସଂକ୍ରାନ୍ତି । ଶ୍ରୀମନ୍ଦିରରେ ପାଳନ ହେଉଛି ମହାପ୍ରଭୂଙ୍କ ମକରନୀତି । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୂଖ ଯାତ୍ରା ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନିତୀ ନିର୍ଘଣ୍ଟ କରାଯାଇଛି । ଆଜି…

ମକର ବୁଡ଼ ପାଇଁ ଯାଇଥିବା ବେଳେ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ

ବାରିପଦା : ଏକୁଟିଆ ମକର ବୁଡ଼ ପକାଇବାକୁ ଯାଇଥିବା ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ । ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ବାରିପଦାରୁ । ଏହି ଘଟଣାରେ ଟାଉନ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଯୁବତୀ ଜଣକ ଆଜି ଭୋରରୁ ଉଠି ଏକୁଟିଆ ମକର ବୁଡ ପକାଇବାକୁ…

କଳାହାଣ୍ଡିବାସୀଙ୍କୁ ୨ ହଜାର ୮୫କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଲେ ନବୀନ

କେସିଙ୍ଗା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିବାସୀଙ୍କୁ ଆଜି ୨୦୮୫ କୋଟି ଟଙ୍କାର ଭେଟି ଦେଇଛନ୍ତି । ସେ ମୋଟ ୫୪ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିବା ବେଳେ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଯେଉଁଥିରେ ରହିଛି, ୯୮୬ କୋଟି ୭୧ ଲକ୍ଷ ଟଙ୍କାରେ ନିର୍ମିତ…

ପିପିଲିରୁ ନିଖୋଜ ଦୁଇ ନାବାଳକଙ୍କ ପତ୍ତା ମିଳିଲା

ପିପିଲି: ଚାରି ଦିନ ତଳେ ପିପିଲିରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଉଦ୍ଧାର। ଆଜି ସକାଳେ ଜଟଣୀ ଅଞ୍ଚଳର ଗୋହିରିଆ ଛକର ଏକ ହୋଟେଲରୁ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି । ସୂଚନା ଯୋଗ୍ୟ ଯେ, ପାଟଣା ଗାଁର ପବିତ୍ର ଦାସଙ୍କ ଦଶମ ଶ୍ରେଣୀରେ ପଢୁଥିବା ପୁଅ ଓ କେଦାର ବେହେରାଙ୍କର ନବମ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଶେଷକୃତ୍ୟ

କଟକ : ପଞ୍ଚମହାଭୂତରେ ବିଲୀନ ହେଲେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ପ୍ରକାଶ ରାଓ । କାଳିଆବୋଦା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ବହୁ ମାନ୍ୟଗଣ୍ୟ ତଥା ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କୁ…

ବାବା ଧବଳେଶ୍ବରଙ୍କ ପୀଠରେ ୧୪୪ ଧାରା; କେବଳ ପୂଜକଙ୍କୁ ପ୍ରବେଶ ଅନୁମତି

ଆଠଗଡ଼: କରୋନା ଯୋଗୁଁ ଅନେକ ଦିନ ହେବ ବନ୍ଦ ରହିଥିବା ବାବା ଧବଳେଶ୍ବର ପୀଠ ଗତ କିଛିଦିନ ହେବ ଖୋଲିଥିବା ବେଳେଆଜି ପୁନଃ ଏଠାରେ ୧୪୪ ଧାରା ଜାରି କରାଯାଇଛି। ଆଜି ପବିତ୍ର ମକର ସଂକ୍ରାନ୍ତି। ଏହାକୁ ବାବା ଧବଳେଶ୍ଵରଙ୍କ ପୀଠରେ ବେଶ ଧୁମଧାମରେ ପାଳନ କରାଯାଏ । ବିଶ୍ବାସ ରହିଛି ଯେ ଆଜିର…

ଗଜପତି: ୧୩ କୋଟି ଟଙ୍କାର ଗଞ୍ଜେଇ ଚାଷ ପୋଡି ନଷ୍ଟ କଲା ପୋଲିସ

ଗଜପତି: ଗଞ୍ଜେଇ ଚାଷର ଗନ୍ତାଘର ସାଜିଛି ଗଜପତି ଜିଲ୍ଲା। ପ୍ରତିଦିନ ପ୍ରାୟ ଏଠାରେ ଏକର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ସୂଚନା ମିଳୁଛି। ଗୁରୁବାର ଦିନ ଏଠାରେ ପ୍ରାୟ ୬୫ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୩ କୋଟି ଟଙ୍କା ହେବ ।…