Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫୁଲବାଣୀରେ ଶୀତର ପହିଲି ଛୁଆଁ

ଫୁଲବାଣୀ: ଶୀତୁଆ ସକାଳ କାକରର ପହିଲି ସ୍ପର୍ଶ । ଫୁଲବାଣୀ ଛୁଇଁଛି ଶୀତ । ଚାରିଆଡ଼େ କୁହୁଡିର ଚାଦର । ସୂର୍ଯ୍ୟର ହାଲକା କିରଣ ଆଉ ଘାସ ଗାଲିଚା ଉପରେ ମୁକ୍ତାର ଭ୍ରମ ସୃଷ୍ଟି କରୁଛି କାକର ଟୋପା । ପ୍ରାକୃତିକ ମନୋରମ ପରିବେଶ ଭିତରେ ଶୀତୁଆ ସକାଳର ମଜା ନେଉଛନ୍ତି ଲୋକେ । ଦାର୍ଜିଲିଂ ର…

ରୁପାରେ ସଜେଇ ହେବ ଶ୍ରୀମନ୍ଦିର ଦ୍ୱାର, ଆଜି ଚୂଡାନ୍ତ ନିଷ୍ପତ୍ତି

ପୁରୀ: ରୁପାରେ ଝଲସିବ ଶ୍ରୀମନ୍ଦିରର ୮ଟି ଦ୍ୱାର । ତେବେ କିଭଳି ରହିବ ସବୁ ଦ୍ୱାରର ଡିଜାଇନ୍ । ଏନେଇ ଆଜି ଚୂଡାନ୍ତ ନିଷ୍ପତ୍ତି ହେବ । ଏନେଇ ନୀଳାଦ୍ରି ଭକ୍ତ ନିବାସରେ ଆଜି ଦ୍ୱିତୀୟ ବୈଠକ ବସିବ । ଉତ୍କଳୀୟ କଳାଶୈଳୀ ଆଧାରରେ ହେବ ଶ୍ରୀମନ୍ଦିରର ଦ୍ୱାର ନିର୍ମାଣ କାର୍ଯ୍ୟ। ପ୍ରଥମେ…

ଜାଡ଼ରେ ଥରିଲାଣି ଓଡ଼ିଶା: ୬ଟି ସହରରେ ୧୨ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ଶୀତରେ ଥରୁଛି ସୋନପୁର ଓ ଦାରିଙ୍ଗିବାଡ଼ି । ଏଠାରେ ଲଗାତାର ଭାବରେ ଖସୁଛି ପାରଦ । ବଢୁଛି ଥଣ୍ଡା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ସବୁଠୁ ଶୀତଳ ସହର ହୋଇଛି ସୋନପୁର । ସେଠାରେ ସର୍ବନିମ୍ନ ୯.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସୋନପୁରକୁ ମିଶାଇ ରାଜ୍ୟରେ…

ନିଆଁରେ ପୋଡ଼ି ହୋଇ OSAPର ୩ ଯବାନ ଗୁରୁତର

ଭଦ୍ରକ: ନିଆଁରେ ପୋଡି ହୋଇ ଓଡ଼ିଶା ସ୍ପେଶାଲ୍ ଆର୍ମଡ ପୋଲିସ ବା OSAPର ୩ ଯବାନ ଗୁରୁତର । ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୁଣା ବଜାର ଥାନା ବାରାକରେ ଶୋଇଥିବା ବେଳେ ନିଆଁ ଲାଗିଥିଲା । ମଶା ଧୂପରୁ ନିଆଁ ଲାଗି ଯାଇଥିବା ସୂଚନା…

ସ୍ୱାମୀ ସାଜିଲା ସୈତାନ: ସ୍ତ୍ରୀର ଗଣ୍ଡିରୁ ଅଲଗା କରିଦେଲା ମୁଣ୍ଡ

କୋରାପୁଟ: ପତ୍ନୀ ହନ୍ତା । ଯାହାକୁ ସାତ ଜନ୍ମର ସାଥି କରିଥିଲା ତାକୁ ମାରିଦେଲା । ସ୍ତ୍ରୀର ଗଣ୍ଟିରୁ ମୁଣ୍ଡକୁ ଅଲଗା କରିଦେଲା ମଦୁଆ ସ୍ୱାମୀ । କୋରାପୁଟ ଜିଲ୍ଲାରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । କୋଲାବ ଧଉଡ଼ାପଦର ଗାଁର ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା । ଅଭିଯୁକ୍ତ…

[ଭିଡିଓ] ଚିଲିକାରେ ପହଁଚିଲେ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ; କଳରବରେ ମୁଖରିତ ହେଉଛି ସାରା ପରିବେଶ

ଚିଲିକା: ପୁଣି କଳରବରେ ମୁଖରିତ ହେଲା ଚିଲିକାର ପରିବେଶ । ଶୀତ ଆରମ୍ଭରୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି । ପ୍ରତି ବର୍ଷ ଶୀତ ଆରମ୍ଭ ହେଇଗଲେ ସୁଦୁର ସାଇବେରିଆ ଇଣ୍ଡୋନେସିଆରୁ ପକ୍ଷୀଙ୍କ ସମାଗମ ହୋଇଥାଏ ।ଏହି ପକ୍ଷୀ ସବୁ ଆକାଶ ପଥରେ ପ୍ରାୟ ଦେଢ଼ ହଜାର କିଲୋମିଟର ରୁ ଅଧିକ ବାଟ…

ପାରଳାଖେମୁଣ୍ଡି ଉପକାରାଗାରରେ ବିଚାରାଧୀନ କଏଦୀ ମୃତ

ଗଜପତି: ବିଚାରାଧୀନ କଏଦୀ ମୃତ । ପାରଳାଖେମୁଣ୍ଡି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ଜୟପାଲ ସିଂହ । ଘର ହରିଆଣାରେ । ଗଞ୍ଜେଇ କାରବାର ଅଭିଯୋଗରେ ମାସେ ତଳେ ସେ ଗିରଫ ହୋଇଥିଲେ । ଗିରଫ ପରେ ପାରଳାଖେମୁଣ୍ଡି ଜେଲରେ ଥିଲେ ଜୟପାଲ । ଅସୁସ୍ଥ ଅନୁଭବ…

ଦୁଇ ପାରିବାର କଳହର କରୁଣ ପରିଣତି; ଗୋଟିଏ ପରିବାରର ୪ ଗୁରୁତର

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ରେବଣା ନୁଆଗାଁ ଗ୍ରାମର ଦୁଇ ପରିବାର ମଧ୍ୟରେ କଳହର କରୁଣ ପରିଣତି। ଦୁଇ ମହିଳାଙ୍କ ସମେତ ଗୋଟିଏ ପରିବାରର ଚାରିଜଣ ସଦସ୍ୟ ଗୁରୁତର ଆହତ ହୋଇଥିବା ସୂଚନା। ଖବର ଅନୁଯାୟୀ, ଦୁଇ ପରିବାର ମଧ୍ୟରେ ଛୋଟ କଥାକୁ ନେଇ ଝଗଡା ତୀବ୍ର…

ବାଲେଶ୍ୱରରୁ ୧୦୦ରୁ ଅଧିକ ଗାଈ ଜବତ; ୫ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନିକଟ ଖନ୍ତାପଡା ଥାନା ଅନ୍ତର୍ଗତ ଶେରଗଡ ଟୋଲଗେଟ୍ ନିକଟରେ ପ୍ରାୟ ୧୦୦ରୁ ଅଧିକ ଗାଈଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ପାଖାପାଖି ୪ଟି ଟ୍ରକ୍ ଓ ଗୋଟିଏ ଭ୍ୟାନରେ ବେଆଇନ୍ ଭାବେ ଗୋରୁ ଚାଲାଣ ଅଭିଯୋଗରେ ଟୋଲ୍ ଗେଟ୍ ନିକଟରୁ…

ଜଳିଗଲା ଗୁହାଳ ଘର, ଜଣେ ଆହତ

ବାଲିପାଟଣା: ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଖମଙ୍ଗଶାସନ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଗୁହାଳ ଘର ସମହ ଦୁଇ ବଖରା ଘର ଜଳି ଯାଇଛି । ନିଆଁରେ ପୋଡ଼ି ହୋଇ ଗୋଟିଏ ଗାଈ ମୃତ୍ୟୁ ହୋଇଥିବା ବେଳେ ୨ଟି ଗାଈ ଗୁରୁତର ହୋଇଛି । ଅଗ୍ନିକାଣ୍ଡରେ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ନାଁ…