Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏମ୍‌ଏସ୍‌ପି ବନ୍ଦ ହେବାର ପ୍ରଶ୍ନ ଉଠୁନି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନି । ମୋଦି ସରକାର ସମୟରେ ଏମଏସପି ସର୍ବାଧିକ ବୃଦ୍ଧି କରାଯାଇଛି । ଓଡିଶାର ଚାଷୀଙ୍କଠାରୁ ଅଧିକ ପରିମାଣ ଓ ଅଧିକ ଅର୍ଥର ଖାଦ୍ୟଶସ୍ୟ କିଣାଯାଇଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି…

ନଅ ଶହ ଛୁଇଁବ ରାଜ୍ୟରେ କରୋନା ଡେଥ୍ କେସ୍, କେଉଁ ଜିଲ୍ଲାରୁ କେତେ ଜାଣନ୍ତୁ ?

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଡେଥ୍ କେସ୍ । ଆସନ୍ତାକାଲି ସୁଦ୍ଧା ନଅ ଶହ ଛୁଇଁପାରେ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୭ ଜୀବନ ନେଇଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ୧୦ଟି ଜିଲ୍ଲାର ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୮୯୨କୁ ବୃଦ୍ଧି ପାଇଛି ।…

ଦିନକରେ ରାଜ୍ୟରୁ ୩୦୫୩ ପଜିଟିଭ୍, ୯ ଜିଲ୍ଲାରୁ ଅଧିକ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ କମିଛି ନୂଆ କରୋନାଙ୍କ ସଂଖ୍ୟା । ଚିହ୍ନଟ ହୋଇଛନ୍ତି ୩ ହଜାର ୫୩ ନୂଆ ସଂକ୍ରମିତ । ୯ଟି ଜିଲ୍ଲାରୁ ଶହେରୁ ଅଧିକ ନୂଆ ଆକ୍ରାନ୍ତ ବାହାରିଛନ୍ତି । ବାକି ୨୧ ଜିଲ୍ଲାରୁ ଶହେରୁ କମ୍ ସଂକ୍ରମିତ ହୋଇଛନ୍ତି । Covid-19 Report For 2nd October…

ବିଧାନସଭାରେ ୟୁପି ତାତି, କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ୟୁପି ହାଥରସ ଘଟଣାକୁ ନେଇ ଆଜି ବିଧାନସଭାରେ ତୁମ୍ବି ତୋଫାନ ହୋଇଛି । ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକ ହଙ୍ଗାମା କରିଛନ୍ତି । ଯୋଗି-ମୋଦୀ ହାଏ ହାଏ ବୋଲି ନାରାବାଜି ଦେଇଛନ୍ତି । ଯୋଗି ଆଦିତ୍ୟ ନାଥଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିସହ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ…

ବିଶିଷ୍ଟ ଶିକ୍ଷାବିତ ଅନନ୍ତ ଚରଣ ଶୁକ୍ଳାଙ୍କ ପରଲୋକ

କଟକ: ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ ତଥା ଓଡ଼ିଆ ଇଂରାଜୀ ଭାଷାର ଆନ୍ତର୍ଜାତୀକ ଖ୍ୟାତିସମ୍ପନ୍ନ ଗବେଷକ ଅନନ୍ତ ଚରଣ ଶୁକ୍ଳା ଆଉ ନାହାନ୍ତି। କଟକ ସିଡିଏ ଅନ୍ତର୍ଗତ ସେକ୍ଟର ୭ରେ ଥିବା ତାଙ୍କ ବାସଭବନରେ ଗୁରୁବାର ପୂର୍ବାହ୍ନ ସାଢେ ଏଗାର ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ…

ଆରପାରିରେ ଓଡ଼ିଆ ଫିଲ୍ମ ପ୍ରଯୋଜକ ତୋଫାନ ତ୍ରିପାଠୀ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବରିଷ୍ଠ ଓଡିଆ ଫିଲ୍ମ ପ୍ରଯୋଜକ ତୋଫାନ ତ୍ରିପାଠୀଙ୍କ ପରଲୋକ ହୋଇଛି। ଗତକାଲି ସମ୍ବଲପୁରରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ସ୍ୱର୍ଗତ ତୋଫାନ ତ୍ରିପାଠୀ ଓଡିଆ ଚଳଚ୍ଚିତ୍ର ‘ସାଧନା’ ଓ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ …

ରାଶି ଫଳ ତା୩-୧୦-୨୦୨୦ ଶନିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅକ୍ଟୋବର ତା ୩ ରିଖ ଶନିବାର କନ୍ୟା ୧୮ ଦିନ ଆଶ୍ୱିନ ମଳ ମାସ କୃଷ୍ଣ ଦ୍ବିତୀୟା ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ସକାଳ ୮ଟା ୫୩ମିନିଟ୍ ପର‌୍ୟ୍ୟନ୍ତ ତାପରେ ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର ଭୋଗ ହେବ…

ଦଳି ଦେଲା ଦନ୍ତା, ସ୍ୱାମୀ ଆଗରେ ସ୍ତ୍ରୀକୁ କଚାଡି ମାରିଲା

ଢ଼େଙ୍କାନାଳ: ପୁଣି ହାତୀ ଉପଦ୍ରବ । ସ୍ୱାମୀ ଆଗରେ ସ୍ତ୍ରୀକୁ କଚାଡି ମାରିଲା ଦନ୍ତା । ଅଳ୍ପକେ ବର୍ତ୍ତିଗଲେ ସ୍ୱାମୀ । ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ମଝିଖମଣ ଗାଁରେ । ମୃତକ ହେଉଛନ୍ତି ନେତ୍ରମଣି ସାହୁ । ସୂଚନାମୁତାବକ, ସ୍ବାମୀ ଓ ସ୍ତ୍ରୀ ବିଲକୁ ଯାଇଥିବା ବେଳେ ହାତୀ…

୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ । ଯାଞ୍ଚ ବେଳେ ଧରାପଡ଼ିଲେ ବେପାରୀ । ୩ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି କମିଶନରେଟ ପୋଲିସର କୁଇକ୍ ଆକ୍ସନ ଟିମ୍ । ୩ ଜଣଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ୩ ଜଣଙ୍କୁ ଗିରଫ କରି…

ବିପଦ ସଂକେତ ଛୁଇଁଲା ଜଳକା

ବାଲେଶ୍ୱର: ଫୁଲୁଛି ଜଳକା । ବଢ଼ୁଛି ଜଳକାର ଜଳସ୍ତର । ବିପଦ ସଂକେତ ଛୁଇଁଲା ଜଳକା ନଦୀ । ବାଲେଶ୍ୱର ବସ୍ତା ମଥାନୀ ଠାରେ ଜଳକା ନଦୀ ବିପଦ ସଂକେତ ଛୁଇଁଛି । ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏବେ ୫.୫ ମିଟରରେ ପ୍ରବାହିତ ହେଉଛି ଜଳକା ।…