Latest Odisha News

BREAKING NEWS

Browsing Category

ଓଡିଶା

Odisha

କେଭିଆଇସି ଟସର ରେଶମ ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର:  ଆସନ୍ତାକାଲି ତଥା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଖଦୀ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି) ପକ୍ଷରୁ କଟକ ଜିଲ୍ଲା ଚୌଦ୍ୱାରସ୍ଥିତ କଜଳକଣା ଇଡକୋ ଶିଳ୍ପାଂଚଳ ପରିସରରେ ଏକ ଟସର ରେଶମ ଉତ୍ପାଦନ କେନ୍ଦ୍ରର ଶିଳାନ୍ୟାସ କରିବେ କେନ୍ଦ୍ର ମନ୍ତ୍ରୀ। ସୂଚନା ଅନୁସାରେ, ପୂର୍ବାହ୍ନ…

ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ; କେବଳ ରାତ୍ରୀଯାପନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଅନୁମତି

ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ହେଲେ ସମସ୍ତ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏବେ କେବଳ ନେଚର କ୍ୟାମ୍ପରେ ରାତ୍ରୀଯାପନ ପାଇଁ ଆସୁଥିବା ପର୍ଯ୍ୟଟକଙ୍କୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି ।…

ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା

ମାଲକାନଗିରି: ପୁଣି ମାତିଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡଢ ବିଜାପୁର ଜିଲ୍ଲାରେ ମାଓବାଦୀମାନେ ଘଟାଇଛନ୍ତି ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ୨ଜଣ ଲୋକ ପ୍ରତିନିଧିଙ୍କୁ ପରିବାର ସମ୍ମୁଖରେ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି । ମୃତକଦ୍ୱୟ ହେଲେ ଗଙ୍ଗଲା…

ବିଧାନସଭା ଆଗରେ ଯୁବକଙ୍କ ହାଇଡ୍ରାମା: ମହିଳାଙ୍କ ବେକରେ ଲଗାଇଲେ ଛୁରୀ

ଭୁବନେଶ୍ୱର: ରାଜଧାନୀରେ ଯୁବକଙ୍କ ହାଇଡ୍ରାମା । ବିଧାନସଭା ଆଗରେ ପିଏମଜି ଛକରେ ରାସ୍ତା ଉପରେ ମହିଳାଙ୍କ ବେକରେ ଛୁରୀ ଲଗାଇଲେ ଯୁବକ । ଧମକ ବି ଦେଲେ । ବ୍ୟସ୍ତବହୁଳ ରାସ୍ତା ଉପରେ ଯୁବକ ଜଣଙ୍କ ମହିଳାଙ୍କ ବେକରେ ଛୁରି ଲଗାଇ କିଛି ମନ୍ତ୍ରୀଙ୍କ ନାଁ ବି ନେଉଥିଲେ । ବେଶ କିଛି ସମୟ ରାସ୍ତା…

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୫୦ ପାର୍‌, ଆଖି ବୁଜିଲେ ଆଉ ୧୭

ଭୁବନେଶ୍ୱର: ରାଜ୍ୟରେ କରୋନାକୁ ଲାଗୁନି ବ୍ରେକ୍ । ପ୍ରତିଦିନ ୧୦ରୁ ଅଧିକ ଜଣଙ୍କ ପ୍ରାଣ ନେଉଛି କିଲର ଭାଇରାସ କରୋନା । ଆଜି ପୁଣି କରୋନରେ ଆଉ ୧୭ ଜଣ ଆଖି ବୁୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୯ରେ ପହଂଚିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪…

ରାଜ୍ୟରେ ୨ ଲକ୍ଷ ୨୦ ହଜାର ଟପିଲା କରୋନା କେସ୍, ଜାଣନ୍ତୁ ଆଜି କେତେ ପଜିଟିଭ୍ ?

ଭୁବନେଶ୍ୱର: ରାଜ୍ୟରେ ୨ ଲକ୍ଷ ୨୦ ହଜାର ଟପିଛି କରୋନା କେସ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୬୧୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୧ଶହ ୧୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ ଶହ ୯୭ । ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ପଜିଟିଭ୍ ବାହାରିଥିବା ବେଳେ କଟକରୁ ୩୭୧, ପୁରୀରୁ…

ଗୃହରେ NCRB ରିପୋର୍ଟ ତାତି, ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ନ୍ୟାସନାଲ କ୍ରାଇମ ରିପୋର୍ଟ ବ୍ୟୁରୋ ତଥା ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଆଜି ବିଧାନସଭା ଗୃହ ସରଗରମ ରହିଛି । ଏନ୍‌ସିଆର୍‌ବି ରିପୋର୍ଟକୁ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅସଦାଚରଣ ଘଟଣାରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ…

ଆଜିଠୁ ପୁରୀରୁ ଗଡିବ ଟ୍ରେନ୍‌

ପୁରୀ: ପୁରୀରେ ଆଜିଠୁ ଗଡିବ ଟ୍ରେନ । ୪ଟି ଟ୍ରେନରେ ଯିବା ପାଇଁ ଯାତ୍ରୀମାନେ ବୁକିଂ କରିଛନ୍ତି । ପୁରୀ-ଅହମ୍ମଦାବାଦ, ପୁରୀ-ଦୁର୍ଗ । ପୁରୁଷୋତ୍ତମ ଏକ୍ସପ୍ରେସ, ପୁରୀ-ସିଆଲଦା ଟ୍ରେନ ଚାଲିବ । ତେବେ କୋଭିଡ କଟକଣା ଭିତରେ ଏହି ଟ୍ରେନ ଚାଲିବ । ଟ୍ରେନ୍‌ ଚଳାଚଳ ନେଇ ଷ୍ଟେସନରେ ବ୍ୟାପକ…

ଆଜିଠୁ ନୂଆ ନିୟମ ଲାଗୁ, ଆଉ ପାଖରେ ରଖିବାକୁ ପଡିବନି DL, RC

ନୂଆଦିଲ୍ଲୀ: ଏଣିକି ଆଉ ପାଖରେ ରଖିବାକୁ ପଡିବନି ହାର୍ଡକପି । ଗାଡି ଚଳାଇବା ବେଳେ ଆଉ ଦରକାର ପଡିବନି ଡିଏଲ୍‌, ଆର୍‌ସି ସମେତ ଅନ୍ୟ କାଗଜପତ୍ର । ଡିଏଲ୍ କିମ୍ବା ଅନ୍ୟ ଗାଡି ସମ୍ବନ୍ଧୀୟ କାଗଜପତ୍ର ନଥିଲେ ମଧ୍ୟ ଜରିମାନା ବି ଦେବାକୁ ପଡିବ ନାହିଁ । ତେବେ ଚାଳକଙ୍କୁ ଏସବୁକୁ ନିଜ…

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

ପାରାଦୀପ: ସ୍ୱାମୀର କଟୁରୀ ଚୋଟରେ ଗଲା ସ୍ତ୍ରୀର ଜୀବନ । ବିବାହର ୧୨ ବର୍ଷ ପରେ ସ୍ତ୍ରୀକୁ କଟୁରୀରେ ହାଣି ହତ୍ୟା କରିଛି ସଇତାନ ସ୍ୱାମୀ । ଏଭଳି ଚାଂଚଲ୍ୟକର ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଥାନା ହରସିଣା ଗାଁରେ । ସୂଚନା ଅନୁଯାୟୀ, କୁଜଙ୍ଗ ଥାନା ହରସିଣା ଗାଁରେ ପାରିବାରିକ…