Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଜ୍ରପାତ ସହ ବର୍ଷା ଆଶଙ୍କା: ୩ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ଅନୁଗୁଳ, ଢେଙ୍କାନାଳ ଓ ନୟାଗଡ ଆଦି ଜିଲ୍ଲାର ଗୋଟିଏ…

ଓଡିଶାର ଆଉ ଜଣେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ପୂର୍ବତନ କୃଷି ଅଧିକାରୀ (ଡିଏଓ)ଙ୍କୁ ସୋମବାର ଦିନ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସମ୍ପୃକ୍ତ ଅଧିକାରୀଙ୍କ ନାମ ପ୍ରଦୀପ କୁମାର ମହାନ୍ତି ବୋଲି ଜଣାପଡିଛି । ସୂଚନାନୁଯାୟୀ, ଗତ ଜୁଲାଇ ୨ ତାରିଖରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଥିଲା ।…

ସୁନ୍ଦରଗଡରେ ୩୨ଶହ ଡେଇଁଲା କରୋନା ସଂକ୍ରମଣ; ରାଉରକେଲାରୁ ୫୧ ପଜିଟିଭ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୩୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨୫୮ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ଉପକୂଳ ଓଡ଼ିଶା ପାଇଁ ଗେମ୍ ଚେଞ୍ଜର ହେବ ଦୀଘା-ଗୋପାଳପୁର ଉପକୂଳ ରାଜପଥ: ଧର୍ମେନ୍ଦ୍ର

ଭୁବନେଶ୍ୱର: ୪୫୧ କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ସମ୍ପୂର୍ଣ୍ଣ ହେଲେ ଏହା ଉପକୂଳ ଓଡ଼ିଶାକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସ୍ଥାନୀୟ ଅଞ୍ଚଳର ପରିବେଶ ସୁରକ୍ଷା ସହ ଉପକୂଳବର୍ତ୍ତୀ ଅଞ୍ଚଳ ପର୍ଯ୍ୟଟକଙ୍କୁ…

କୋରାପୁଟରୁ ଜବତ ହେଲା ୧୫୧ କିଲୋର ଗଞ୍ଜେଇ

ଜୟପୁର: କୋରାପୁଟ ଜିଲ୍ଲାରୁ ପୋଲିସ ପ୍ରାୟ ୧୫୧ କିଲୋଗ୍ରାମର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଏନେଇ ସୋମବାର ଦିନ ଡିଏସପି ଅଶୁଂମାନ ଦ୍ୱିବେଦୀ କହିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ଚିକିମା ଗ୍ରାମର ଚନ୍ଦ୍ର ବିଶୋଇ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ପୋଲିସ…

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କରୋନା ସଂକ୍ରମିତ

ଭୁବନେଶ୍ୱର: କରୋନା ସଂକ୍ରମିତ ହୋଇଛନ୍ତି ଗ୍ରାମ୍ୟ ଉନ୍ନୟମ ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହାସହ ଯେଉଁମାନେ ଗତ କିଛି ଦିନ ଭିତରେ…

NEET ଓ JEE ସ୍ଥଗିତ ରଖିବା ପିଟିସନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମେଡିକାଲ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିର୍ଦ୍ଧାରିତ ତାରିଖରେ ହେବ । ସେପ୍ଟେମ୍ବରରେ ଅନୁଷ୍ଠିତ ହେବ NEET ଓ JEE ମେନ୍ । ପ୍ରବେଶିକା ପରୀକ୍ଷା ଉପରେ ରୋକ ଲଗାଇବା ପାଇଁ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ…

ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲିଲା ହୀରାକୁଦ ଡ୍ୟାମର ଆଉ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ସୋମବାର ଦିନ ଆଉ ୧୫ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ଏହା ମଧ୍ୟକୁ ସେକେଣ୍ଡ ପିଛା ୨ ଲକ୍ଷ ୫୬ ହଜାରରୁ ଅଧିକଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧ଲକ୍ଷ ୯୮ ହଜାର ଘନଫୁଟ ଜଳ ନିଷ୍କାସିତ…

କରୋନା ନେଲା ଆଉ ୧୦ ମୁଣ୍ଡ, ରାଜ୍ୟରେ ୩୫୦ ଟପିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ନେଲାଣି ୩୫୦ ମୁଣ୍ଡ । ଗତ ୨୪ ଘଣ୍ଟାରେ ଆଉ ୧୦ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୭ଟି ଜିଲ୍ଲାର ଭୂତାଣୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ଜମିତ ମୃତ୍ୟୁସଂଖ୍ୟା ୩୫୩କୁ ବୃଦ୍ଧି ପାଇଛି । Regret to inform the…

୨୪ ଘଣ୍ଟାରେ ରାଜ୍ୟରୁ ୨୨୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୬୨ ହଜାର ଟପିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ବାହାରିଛି ୨୨ ଶହ ୪୪ ପଜିଟିଭ୍ କେସ୍ । କ୍ୱାରେଣ୍ଟାଇନରୁ ୧୩ ଶହ ୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୫୪ । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୨ ହଜାର…