Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧.୩୧ କୋଟି ଟଙ୍କା ଦାନ କଲେ ଖୋର୍ଦ୍ଧା ଜିଲ୍ଲାବାସୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାବାସୀଙ୍କ ତରଫରୁ ୨ୟ ପର୍ଯ୍ୟାୟରେ କୋଭିଡ଼୍-୧୯ ଲଢ଼େଇରେ ଆର୍ଥିକ ସହଯୋଗ ରାଶି ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ୩୧ ଲକ୍ଷ ୮୨ ହଜାର ୪୪୫ ଟଙ୍କା ପ୍ରଦାନ କରାଯାଇଛି । ଖୋର୍ଦ୍ଧାର ଜିଲ୍ଲାପାଳ ସିତାଂଶୁ ରାଉତ, ଅତିରିକ୍ତ ଜିଲ୍ଲାପାଳ…

ପ୍ଲାଜମା ଦେଲେ ପୋଲିସ କର୍ମୀ

କଟକ: ରାଜ୍ୟରେ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ସଫଳ ହେଉଛି ପ୍ଲାଜମା ଥେରାପି । ଆଜି ଆଉ ଦୁଇ ଜଣ ପୋଲିସ କର୍ମୀ ସେମାନଙ୍କ ପ୍ଲାଜମା ଦେଇଛନ୍ତି । କଟକ ଏସସିବି ବଡ ମେଡିକାଲରେ ପ୍ଲାଜମା ଦେଇଥିବା ଦୁଇ ଜଣ ପୋଲିସ କର୍ମୀ ହେଲେ ରବିନ୍ଦ୍ରନାଥ ମହାରଣା ଏବଂ ସୁଦର୍ଶନ ସେଠୀ । ଉଭୟ ପୋଲିସ…

ତାରାର ମୃତ୍ୟୁରେ ନବରଙ୍ଗପୁର ପୋଲିସର ଶୋକପ୍ରକାଶ

ନବରଙ୍ଗପୁର: ଦୀର୍ଘ ଦିନର ଟ୍ରେନିଂ ପରେ ନବରଙ୍ଗପୁର ପୋଲିସ ସେବାରେ ଯୋଗ ଦେଇ ପାରିଥିଲା ସନ୍ଧାନୀ କୁକୁର ତାରା । ହେଲେ ଗତ ବୁଧବାର ଦିନ ତାରା ମୃତ୍ୟୁବରଣ କରିବା ପରେ ପୋଲିସ ପକ୍ଷରୁ ତାକୁ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯାଇଛି ।…

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୩ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଗଞ୍ଜାମ, ଗଜପତି ଓ ସୁନ୍ଦରଗଡ ଆଦି ଜିଲ୍ଲାର ଗୋଟିଏ…

କୋଭିଡ୍ ଯୋଦ୍ଧା ଓ ସୀମିତ ଲୋକଙ୍କୁ ନେଇ ପାଳନ ହେବ ସ୍ୱାଧୀନତା ଦିବସ

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ପାଳନ ହେବ ସ୍ୱାଧୀନତା ଦିବସ, ସେନେଇ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଚଳିତବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନେଇ ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଜାତୀୟ ଦିବସ ପାଳନ କମିଟି ବୈଠକ ବସିଛି । ଗୃହ…

ସତ ହେଲା ଶିଶୁ ଶ୍ରମିକଙ୍କ ସ୍ୱପ୍ନ

ବାରିପଦା: ଦିନେ ସେମାନେ ଥିଲେ ଶିଶୁ ଶ୍ରମିକ ଥିଲେ। ହେଲେ ବୁଧବାର ଦିନ ପ୍ରକାଶିତ ମାଟ୍ରିକ୍‌ ରେଜଲ୍ଟ ତାଙ୍କ ମନରେ ଜନ୍ମ ଦେଇଛି ଅନେକ ସ୍ବପ୍ନ । କିଏ ପାଠ ପଢ଼ି ଚାକିରି କରିବ ତ ଆଉ କିଏ ନିଜକୁ ବିଭିିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ କରାଇ ପାରିବା ଭଳି ଲକ୍ଷ୍ୟ ରଖି ନିଜକୁ ପ୍ରସ୍ତୁତ କରିବା…

କରୋନାରେ ମୃତ୍ୟୁବରଣ କରିଥିବା ୨ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲାର ଦୁଇ ଜଣେ ସାମ୍ବାଦିକ କରୋନା ସଂକ୍ରମଣରେ କିଛି ଦିନ ତଳେ ମୃତ୍ୟୁ ବରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥୀକ ସହାୟତା ମଞ୍ଜୁର କରିଛନ୍ତି ।…

ବଲାଙ୍ଗିରରେ ୪ ଦିନିଆ ସଟଡାଉନ

ବଲାଙ୍ଗିର: କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବଲାଙ୍ଗିର ଜିଲ୍ଲାକୁ ଗୁରୁବାର ଦିନ ଠାରୁ ୪ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଏସମ୍ପର୍କରେ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏହି ସଟଡାଉନ୍ ଆଜି ମଧ୍ୟରାତ୍ରରୁ ଅଗଷ୍ଟ ୩ ତାରିଖ ମଧ୍ୟରାତ୍ରି…

କରୋନା ପଜିଟିଭ ଚିହ୍ନଟ ପରେ ଭୀମ ଭୋଇ ମେଡିକାଲ୍ କଲେଜର ଆଇସିୟୁ ସିଲ୍‌

ବଲାଙ୍ଗିର: କରୋନା ସଂକ୍ରମିତ ୩ ଜଣ ରୋଗୀ ଚିହ୍ନଟ ହେବା ପରେ ଗୁରୁବାର ଦିନ ଭୀମ ଭୋଇ ମେଡିକାଲ୍ କଲେଜର ଆଇସିୟୁ ଯୁନିଟକୁ ସିଲ୍ କରି ଦିଆଯାଇଛି । ମେଡିକାଲ୍ କଲେଜର ସୁପରିଟେଣ୍ଡେଣ୍ଟ ମହେନ୍ଦ୍ର ନାୟକ କହିଛନ୍ତି ଯେ ଆଇସିୟୁର ରୋଗୀ ମାନଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯିବା ଲାଗି ବ୍ୟବସ୍ଥା…

ବଢୁଛି ସ୍ଥାନୀୟ ସଂକ୍ରମଣ: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା କଟକ ମାଲଗୋଦାମ ବେହେରା ସାହି

କଟକ: କଟକରେ ଦିନକୁ ଦିନ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । କଟକ ମହାନଗର ନିଗମ ୩୮ ନମ୍ବର ୱାର୍ଡ ଅନ୍ତର୍ଗତ ମାଲଗୋଦାମ ବେହେରା ସାହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ସମ୍ପୃକ୍ତ ଅଞ୍ଚଳରେ ଏକାଧିକ…