Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରାଣିସମ୍ପଦର ସୁରକ୍ଷାକୁ ପ୍ରାଥମିକତା;୨ଲକ୍ଷରୁ ଅଧିକ ପ୍ରାଣୀ ପ୍ରଭାବିତ,୭୨ ରାପିଡ୍ ରେସପନ୍ସ ଟିମ୍ ମୁତୟନ

ଭୁବନେଶ୍ୱର:ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଉପୁଜିଥିବା ବନ୍ୟାରେ ୨୫୭୩୭୬ ପ୍ରାଣୀ ପ୍ରଭାବିତ ହୋଇଛନ୍ତି । ଏଥିରେ ୧୧୮୪୭୯ ଗାଈ ଗୋରୁ ମଇଁଷି ଏବଂ ୧୩୮୮୯୭ ଛେଳି ମେଣ୍ଢା ସାମିଲ ଅଛନ୍ତି । ମୋଟ ୧୧୫୬୪୯ କୁକୁଡ଼ା ପ୍ରଭାବିତ…

ହୀରାକୁଦ ଜଳଭଣ୍ଡାର ଜଳସ୍ତର ବୃଦ୍ଧି, ପୁଣି ଖୋଲିଲା ୩ଟି ଗେଟ୍‌

ସମ୍ବଲପୁର: ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୩ଟି ଗେଟ୍‌ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି । ଯେଉଁ କାରଣରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ବହୁ ପରିମାଣରେ ପ୍ରବେଶ କରୁଥିବାରୁ ଜଳସ୍ତର…

ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଖୋଲିଲା ବାଲିମେଳା ଜଳଭଣ୍ଡାରର ୩ ଗେଟ

ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମାକୁ ଲାଗି ରହିଛି ବାଲିମେଳା ଜଳଭଣ୍ଡାର। ସମ୍ଭାବ୍ୟ ବାତ୍ୟା 'ମୁରାସୁ' ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବାଲିମେଳା ଜଳଭଣ୍ଡାରର ଚାପ କମାଇବାକୁ ଜଳଭଣ୍ଡାରର ଦୁଇଟି ସ୍ଲୁଇସ୍‌ ସହ ୩ଟି ଫାଟକକୁ ଖୋଲାଯାଇଛି। ଏହାକୁ ନେଇ ତଳିଆ…

ରାତି ଅଧରେ ଘରେ ପଶି ଦମ୍ପତିଙ୍କୁ ହତ୍ୟା, ପୁଅ ଗୁରୁତର

ଓର୍କେଲ: ଘରେ ପଶି ଏକ ଦମ୍ପତିଙ୍କୁ ନିର୍ମମ ଭାବେ ହତ୍ୟା । ମାଲକାନଗିରି ଜିଲ୍ଲା ଓର୍କେଲ ଥାନା ଅନ୍ତର୍ଗତ ଏମଭି-୩୬ ଗ୍ରାମରେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା । ରବିବାର ଭୋର ପ୍ରାୟ ୩ଟା ସମୟରେ ଜଣେ ଦୁର୍ବୃତ୍ତ ଘରେ ପଶି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ…

ଗଂଜାମରେ ବାତ୍ୟା ପରର ସ୍ଥିତି ବୁଲି ଦେଖୁଛି ବିଜେଡି ପ୍ରତିନିଧି ଦଳ, କାନ୍ଦି କାନ୍ଦି ଦୁଃଖ ଜଣାଉଛନ୍ତି ଲୋକ

ଗଂଜାମ: ବାତ୍ୟା ଅର୍ଣ୍ଣବର ତାଣ୍ଡବ ପରେ ଗଂଜାମ ଓ ଗଜପତିରେ ବନ୍ୟା ପରିସ୍ଥିତିା ଏବେ ଧିରେ ଧିରେ ସ୍ଥିତିରେ ସୁଧାର ଆସିଥିଲେ ବି କିଛି ସ୍ଥାନରେ ପ୍ରଶାସନିକ ଅଧିକାରୀ ପହଂଚିନଥିବା ଅଭିଯୋଗ କରୁଛନ୍ତି ସ୍ଥାନୀୟ ଲୋକ । ରନ୍ଧା କି ଶୁଖିଲା ଖାଦ୍ୟ ପାଇନାହାନ୍ତି ବିପନ୍ନ । ଏପରି ଅଭିଯୋଗର ଲମ୍ବା…

ନିଯୁକ୍ତି ମେଳା: ପିଲାଙ୍କ ଆଦର୍ଶ ବନ୍ଧୁ ଭାବେ ମାର୍ଗଦର୍ଶନ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ଓ ପ୍ରଗତିର ନୂତନ ଅଧ୍ୟାୟ । ୨,୦୬୭ ଜଣ ସେବକ ସେବିକା ଓ ଜନଜାତି ଭାଷା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଅଡିଟୋରିୟମରେ ଅନୁଷ୍ଠିତ ହୋଇଛି ୧୮ତମ ନିଯୁକ୍ତି ମେଳା । ଦକ୍ଷତା ବିକାଶ ଏବଂ…

Cyclone Murasu alert: ‘ମୁରାସୁ’ର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି; ୧୫୦ ଭୂସ୍ଖଳନ ସ୍ପଟ୍ ଚିହ୍ନଟ,…

ଭୁବନେଶ୍ବର:ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଲା ଚିନ୍ତା। ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ ‘ମୁରାସୁ’ ନାମକ ଏକ ବାତ୍ୟାରେ ପରିଣତ ହୋଇଛି । ଆସନ୍ତାକାଲି ସୁଦ୍ଧା ଏହା ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ତେବେ ଏହାର ମୁକାବିଲା ନେଇ ଗତକାଲି…

ବ୍ରହ୍ମପୁରରେ ସ୍ୱାଭାବିକ ହେଉଛି ଜଳଯୋଗାଣ, H&UD ବିଭାଗର ଜରୁରୀକାଳୀନ ପଦକ୍ଷେପ

ଭୁବନେଶ୍ୱର: ବାତ୍ୟାର ପ୍ରଭାବରେ ବ୍ରହ୍ମପୁର ସହରରେ ବ୍ୟାହତ ହୋଇଥିବା ଜଳଯୋଗାଣ ବ୍ୟବସ୍ଥାକୁ ଯଥାଶୀଘ୍ର ସ୍ୱାଭାବିକ କରିବା ଲକ୍ଷ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜରୁରୀକାଳୀନ ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଜନିଭିଲି ଇନ୍ଟେକ୍ର ପୁନରୁଦ୍ଧାର କାର‌୍ୟ୍ୟ ଯୁଦ୍ଧକାଳୀନ…

ବରିଷ୍ଠ ଆଇପିଏସ ଅଧିକାରୀ ସୁଶାନ୍ତ ନାଥଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ

ଭୁବନେଶ୍ୱର: ଚୌଦ୍ୱାର ସର୍କଲ ଜେଲର ଜଣେ ପୂର୍ବତନ ଜେଲର ଓଡ଼ିଶା କାରାଗାର ବିଭାଗର ମହାନିର୍ଦ୍ଦେଶକ (DG) ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ, ଅପରାଧିକ ଧମକ ଏବଂ ପଦବୀର ଅପବ୍ୟବହାର କରିଥିବା ନେଇ ଅଭିଯୋଗ ଆଣିଛନ୍ତି। ଏହି ସମୟରେ, ରବିବାର ଦିନ ଜାରି ହୋଇଥିବା ଏକ ସରକାରୀ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ମୁରାସୁ; ଆଲର୍ଟରେ ଓଡ଼ିଶା, ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ.

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ଏବଂ ଏହାକୁ ଲାଗି ରହିଥିବା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହୋଇ 'ମୁରାସୁ' ନାମକ ଏକ ବାତ୍ୟାରେ ପରିଣତ ହୋଇଛି। ଏନେଇ ରବିବାର ଦିନ ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି। ତେବେ ‘ମୁରାସୁ’ ଏକ ତାମିଲ ନାମ…