Latest Odisha News

BREAKING NEWS

Browsing Category

ପୁରୀ

Puri

୧୪ ରେ ଖୋଲିପାରେ ରତ୍ନ ଭଣ୍ଡାର, ଏନେଇ ଆଜି ଆସିବ ଏସଓପି

ପୁରୀ:୧୪ ତାରିଖ ଅର୍ଥାତ୍ ଆସନ୍ତାକାଲି ଖୋଲିପାରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏନେଇ ପ୍ରାୟ ଚୂଡାନ୍ତ ନିଷ୍ପତ୍ତି ହୋଇସାରିଛି । ତେବେ ଏହା କେମିତି ଖୋଲିବ, କିଏ କିଏ ଏହି ସମୟରେ ଉପସ୍ଥିତ ରହିବେ, କିଏ ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ କରିବେ ଏନେଇ ଆଜି ଏସଓପି ଆସିବା ପରେ ସ୍ପଷ୍ଟ ହେବ…

‘ଭୋକରେ ଥିଲେ ବଡଠାକୁର, ନେତ୍ର ବି ପାଇନଥିଲେ’, ବଡ ବୟାନ ଦେଲେ ବଡଠାକୁରଙ୍କ ବାଡଗ୍ରାହୀ

ପୁରୀ: ଗୁଣ୍ଡିଚା ବିଜେ ପହଣ୍ଡି ବେଳେ ବଡଠାକୁର ଚାରମାଳରୁ ପଡିଯିବା ଘଟଣା ଏବେ ସମସ୍ତଙ୍କୁ ମର୍ମାହତ କରିଛି । ଏହାର ମୁଖ୍ୟ କାରଣ ସେବାୟତଙ୍କ ବେପୁରୁଆ ମନଭାବ ଓ ଅଣସେବାୟତଙ୍କ ପ୍ରବେଶକୁ ଅନେକ ସ୍ଥଳରେ ଦାୟୀ କରାଯାଇଥିବା ବେଳେ ଏନେଇ ବିସ୍ଫୋରକ ବୟାନ ଦେଇଛନ୍ତି ମହାପ୍ରଭୁ ବଳଭଦ୍ରଙ୍କ…

ଶ୍ରୀମନ୍ଦିରରେ ନୀତି ବିଭ୍ରାଟ, ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ନୀଳଚକ୍ରରେ ଲାଗିହେଲା ପତିତପାବନ ବାନା

ପୁରୀ: ଏପଟେ ମହାପ୍ରଭୁ ଶ୍ରୀମନ୍ଦିର ଛାଡି ଜନ୍ମବେଦୀକୁ ଯାଇଥିବା ବେଳେ ସେପଟେ ଶ୍ରୀମନ୍ଦିରରୁ ଆସିଛି ନିତି ବିଭ୍ରାଟ ଘଟଣା । ପ୍ରତିଦିନ ସଂଧ୍ୟାରେ ନୀଳଚକ୍ରରେ ଲାଗିଥାଏ ପତିତପାବନ ବାନା । କିନ୍ତୁ ଆଜି ଦଇତା-ଚୁନରା ସେବକଙ୍କ ମଧ୍ୟରେ ବିବାଦ ଯୋଗୁଁ ଶ୍ରୀମନ୍ଦିରରେ ଲାଗିପାରିନଥିଲା…

ରଥ ଉପରେ ମୋବାଇଲ ନିଷେଧ

ପୁରୀ: ଏଣିକି ରଥ ଉପରକୁ ଯିବ ନାହିଁ ମୋବାଇଲ । ସେବାୟତ ହୁଅନ୍ତୁ କି ଦଇତାପତି, କେହି ବି ନିଜ ସହିତ ରଥ ଉପରକୁ ମୋବାଇଲ ନେଇ ଯାଇପାରିବେ ନାହିଁ । ସେବାୟତଙ୍କୁ ତାଗିତ୍ କରି ଏମିତି କିଛି କଡା ନିର୍ଦ୍ଦେଶ ଦେଇଛନ୍ତି ନୂଆ କରି ନିଯୁକ୍ତ ହୋଇଥିବା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…

ଆଜି ହେରା ପଞ୍ଚମୀ: ମହାପ୍ରଭୁଙ୍କ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ

ପୁରୀ: ମାଉସୀ ଘରେ ତିନି ଠାକୁର । ଘୋଷଯାତ୍ରାରେ ରଥାରୂଢ ହୋଇ ଆଡପ ମଣ୍ଡପ ବିଜେ ପରିଛନ୍ତି ମହାପ୍ରଭୁ । ହେଲେ ସାଙ୍ଗରେ ମା ଲକ୍ଷ୍ମୀଙ୍କୁ ଆଣିନଥିବାରୁ ଶ୍ରୀମନ୍ଦିରରେ ରୁଷିଛନ୍ତି ମା ଲକ୍ଷ୍ମୀ । ଗୁଣ୍ଡିଚାରୁ ଫେରି ସିଂହଦ୍ବାରରେ ରୋସଗୋଲା ଖୁଆାଇ ମା’ଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ…

ପ୍ରଭୁ ବଳଭଦ୍ରଙ୍କ ପଡ଼ିଯିବା ଘଟଣା: ୩ଜଣିଆ କମିଟି ଗଠନ, ନିଳାଦ୍ରିବିଜେର ୧୦ ଦିନ ଭିତରେ ରିପୋର୍ଟ

ପୁରୀ: ପରିଚାଳନା କମିଟି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା। ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ କେବେ ଖୋଲିବ ସେନେଇ ସରକାର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ…

କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି: ଗଜପତି

ପୁରୀ: ବଡ଼ଠାକୁର ପଡ଼ିଯିବା ଘଟଣା। ପରିଚାଳନା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା। ଯାହା ଘଟିଲା ତାହା ସମସ୍ତଙ୍କୁ ମର୍ମାହତ କରିଛି । କାଲିର ଘଟଣାରୁ ଯାହା ଶିଖିବା କଥା ସେବାୟତ ଶିଖିଛନ୍ତି। ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ଯତ୍ନବାନ ହେବେ ବୋଲି କହିଛନ୍ତି…

ପହଣ୍ଡି ବେଳେ ମୁହଁମାଡି ପଡିଗଲେ ମହାପ୍ରଭୁ ବଳଭଦ୍ର, ଜଣାପଡିଲା କାରଣ….

ପୁରୀ: ମଙ୍ଗଳବାର ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁଙ୍କ ପହଣ୍ଡି ବେଳେ ଘଟିଯାଇଛି ବଡ ଅଘଟଣ । ଚାରମାଳରୁ ଖସି ମୁହଁମାଡି ପଡିଛନ୍ତି ବଡ ଠାକୁର ବଳଭଦ୍ର । ହଠାତ୍ ଚାରମାଳରେ ପହଣ୍ଡି ବେଳେ ଖସିପଡିଥିଲେ ମହାପ୍ରଭୁ । ଏହାକୁ ନେଇ ପୂରା ଓଡିଶା ମର୍ମାହତ ଥିବା ବେଳେ ଏନେଇ ସ୍ପଷ୍ଟିକରଣ…

ରତ୍ନ ଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଦର୍ଶନ

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଆସନ୍ତା ୧୪ରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏନେଇ ଜଷ୍ଟିସ୍ ବିଶ୍ବନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଯାଇଛି । ଖାଲି ଯାହା ସରକାରଙ୍କ ଅନୁମତି ପରେ ଆସନ୍ତା ୧୪ରେ ଖୋଲିବ ରତ୍ନଭଣ୍ଡାର । ଖାଲି ଖୋଲିବନି…

୧୪ରେ ଖୋଲିବ ରତ୍ନଭଣ୍ଡାର! ଚାବି କାମ କରୁ କି ନକରୁ କିନ୍ତୁ ଖୋଲାଯିବ ନିଶ୍ଚୟ

ପୁରୀ: ଆସନ୍ତା ୧୪ ତାରିଖରେ ଖୋଲିପାରେ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ। ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଜଷ୍ଟିସ ରଥ। ସେହିଦିନ ତଦାରଖ କମିଟି ଆଗରେ ରତ୍ନଭଣ୍ଡାର ଚାବି…