Latest Odisha News

BREAKING NEWS

Browsing Category

ପୁରୀ

Puri

ଆରମ୍ଭ ହେଲା ଶ୍ରୀମନ୍ଦିରରେ ପଟି ଦିଅଁଙ୍କ ପୂଜା, ମହାପ୍ରଭୁଙ୍କ ଅଣସର ନୀତି

ପୁରୀ: ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ରବିବାରଠାରୁ ମହାପ୍ରଭୁଙ୍କ ଚଳିତଥର ବିରଳ ୧୩ ଦିନିଆ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ…

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ପୁରୀ: ସରିଛି ମହାପ୍ରଭୁଙ୍କ ମହାସ୍ନାନ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିବାରୁ ମହାପ୍ରଭୁଙ୍କୁ ଜର ହୋଇଛି। ଏଥିପାଇଁ ମହାପ୍ରଭୁ ଅଣସର ଗୃହରେ ରହିଛନ୍ତି। ଅଣସର ପିଣ୍ଡିରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରାଯାଉଛି। ମହାପ୍ରଭୁଙ୍କ ଅଣସର ସମୟରେ ବିକଳ୍ପ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପଟିଦିଅଁ…

ବର୍ଷକ ପରେ ଜଳ ସ୍ନାନ କଲେ ଦାରୁ ଦିଅଁ, ମହାବାହୁଙ୍କ ସାଙ୍ଗରେ ବି ସ୍ନାନ କରୁଛନ୍ତି ଭକ୍ତ

ପୁରୀ:  ସ୍ନାନ ମଣ୍ଡପରେ ସ୍ନାନ କଲେ ଦାରୁ ଦିଅଁ । ସର୍ଣ୍ଣ କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି । ସେପଟେ ମହାପ୍ରଭୁଙ୍କ ସହ ସ୍ନାନ କରୁଛନ୍ତି ଶ୍ରଦ୍ଧାଳୁ । ପୁରୀରେ ପ୍ରବଳ ବର୍ଷାକୁ ଖାତିର ନକରି ଚକାନୟନରେ ବିମୋହିତ ହୋଇଛନ୍ତି ଭକ୍ତ । ସ୍ନାନ ମଣ୍ଡପ…

ପିପିଲି ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା, କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼

ପିପିଲି: ପିପିଲି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ କିଛି ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିବା ସହ କମର୍ଶ ଏବଂ ମେଣ୍ଟେନାନସ ଜେଇଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ୧୦ରୁ ୧୫ ଜଣ ଦୁର୍ବୃତ୍ତ ଆସି ବ୍ୟାପକ ଭଙ୍ଗାରୁଜା କରିବା ସହ କନିଷ୍ଠ ଝନ୍ତ୍ରୀଙ୍କୁ ମାଡ଼ ମାରିଥିଲେ । ଏନେଇ ଥାନାରେ…

ରାତି ପାହିଲେ ସ୍ନାନପୂର୍ଣ୍ଣିମା, ପଟିଦିଅଁ ପ୍ରସ୍ତୁତିରେ ଚିତ୍ରକାର ସେବକ

ପୁରୀ : ରାତି ପାହିଲେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦି ଛାଡ଼ି ସ୍ନାନବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ପରେ ଅଣସରକାଳୀନ ଗୁପ୍ତ ନୀତି ଚାଲିବ। ୧୫ ଦିନ ଧରି ଏହି ଗୁପ୍ତ ନୀତି ଚାଲିବାକୁ ଥିବାବେଳେ ଏହି ସମୟରେ ପଟିଦିଅଁ ଭାବେ ମହାପ୍ରଭୁ ଶ୍ରୀଜଗନ୍ନାଥ ରୂପରେ ଅନନ୍ତ…

ମହାପ୍ରଭୁଙ୍କ ସେନାପଟା ଲାଗି ନୀତି: ପୂର୍ବାହ୍ନ ୧୧ଟା ପରିବର୍ତ୍ତେ ଅପରାହ୍ନ ୨.୩୦ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ

ପୁରୀ: ପବିତ୍ର ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ଲାଗି ନୀତି ନିମନ୍ତେ ଆଜି ପୂର୍ବାହ୍ନ ୧୧ଟା ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା। କିନ୍ତୁ ବର୍ତ୍ତମାନର ପ୍ରାପ୍ତ ସୂଚନା ଅନୁଯାୟୀ ସର୍ବସାଧାରଣ ଦର୍ଶନ ବନ୍ଦ ସମୟକୁ ବୃଦ୍ଧି କରାଇଛି।…

ବହୁ ପ୍ରତିକ୍ଷାର ଅନ୍ତ; ଜୁଲାଇ ୮ରେ ଖୋଲିବ ରତ୍ନ ଭଣ୍ଡାର

ପୁରୀ: ସବୁ ତର୍କବିତର୍କ ଉପରେ ଲାଗିବ ବିରାମ । ଖୋଲିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଆସନ୍ତା ଜୁଲାଇ ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ । ଜୁଲାଇ ୭ରେ ମହାପ୍ରଭୁଙ୍କ ରଥଯାତ୍ରା ପରେ ୮ ତାରିଖରେ ଖୋଲାଯିବ ରତ୍ନ ଭଣ୍ଡାର । ଏଥିପାଇଁ ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ…

ବଡ଼ଦେଉଳରେ ନିୟନ୍ତ୍ରଣ ବାହାରେ ଭକ୍ତଙ୍କ ଭିଡ

ପୁରୀ: ଭକ୍ତଙ୍କ ପାଇଁ ଖୋଲିଛି ବଡ଼ଦେଉଳର ଚାରି ଦ୍ୱାର | ମହାପ୍ରଭୁଙ୍କ ଦର୍ଶନରେ ଯେପରି କିଛି ଅସୁବିଧା ନହେଉ ତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିଦେଇଛନ୍ତି ନୂଆ ସରକାର | ଚାରି ଦ୍ୱାର ଖୋଲିବା ପରେ ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ | ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ…

ଶ୍ରୀମନ୍ଦିରରେ ଅତ୍ୟନ୍ତ ଭିଡକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ପୃଥ୍ବୀରାଜ, କହିଲେ ‘ଛୁଟି ଦିନ ପାଇଁ ଏତେ…

ଭୁବନେଶ୍ୱର: ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ଚାରି ଦ୍ୱାର | ମହାପ୍ରଭୁଙ୍କ ଦର୍ଶନରେ ଯେପରି କିଛି ଅସୁବିଧା ନହେଉ ସେଥିପାଇଁ ଭକ୍ତଙ୍କ ସୁରକ୍ଷାକୁ ନଜରରେ ରଖି ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିଦେଇଛନ୍ତି ନୂଆ ସରକାର | ଚାରି ଦ୍ୱାର ଖୋଲିବା ପରେ ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ |…

ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ, ସ୍ନାନପୂର୍ଣ୍ଣମା ଓ ରଥଯାତ୍ରାକୁ ନେଇ ହେବ ଆଲୋଚନା

ପୁରୀ: ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ। ରାଜେନ୍ଦ୍ରାଭିଷେକ ଠାରୁ ଦେବସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ନୀତିକାନ୍ତି ଚୂଡ଼ାନ୍ତ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଛତିଶାନିଯୋଗ ବୈଠକ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଅନ୍ୟ…