Latest Odisha News

BREAKING NEWS

Browsing Category

ରାଜନୀତି

ହିଞ୍ଜିଳିରୁ ଲଢିବେ ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର : ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ପିତାମ୍ବର ଆଚାର୍ଯ୍ୟଙ୍କ ନାମ ଘୋଷଣା କରାଯାଇଛି । ଓଡିଶା ପାଇଁ ବିଜେପିର ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରାର୍ଥୀ ତାଲିକାରେ ଆଜି ହିଞ୍ଜିଳି ଲାଗି ପିତାମ୍ବରଙ୍କ ନାମ ପ୍ରକାଶ ପାଇଛି । କଟକ ଲୋକସଭା ଆସନ…

ଧର୍ମେନ୍ଦ୍ର ବିଜେପୁରରେ ନବୀନଙ୍କ ସହ ଲଢନ୍ତୁ: ସୁବାସ ଚୌହାନ

ଭୁବନେଶ୍ୱର: ପୂର୍ବଥର ପରି ଏଥର ମଧ୍ୟ ବରଗଡ଼ ଲୋକସଭା ଆସନରୁ ନିର୍ବାଚନ ଲଢିବାକୁ ଦୀର୍ଘ ବର୍ଷ ଧରି ଅଣ୍ଟାଭିଡ଼ି ଅପେକ୍ଷା କରିଥିଲେ ବରଗଡ଼ ବିଜେପିର ଲୋକପ୍ରିୟ ନେତା ସୁବାସ ଚୌହାନ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଦୀର୍ଘ ୩୦ ବର୍ଷ ଧରି ପ୍ରଚାରକ ଦାୟିତ୍ୱ ବହନ କରି ସମାଜସେବା କରିଥିବା ସୁବାସ…

ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନ ଆଜି

ଭୁବନେଶ୍ୱର : ଓଡିଶାରେ ପ୍ରଥମ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲର ଅନ୍ତିମ ତାରିଖ ଆଜି ଶେଷ ହେଉଛି। ମାର୍ଚ୍ଚ ୧୮ ତାରିଖରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ମାର୍ଚ୍ଚ ୨୫ ତାରିଖରେ ସମାପ୍ତ ହେବ ବୋଲି ପୂର୍ବରୁ ଭାରତ ନିର୍ବାଚନ ଆୟୋଗ…

କଟକରୁ ପ୍ରକାଶ ଓ କନ୍ଧମାଳରୁ ଖାରବେଳ ଲଢିବେ ଲୋକସଭା ନିର୍ବାଚନ

ଭୁବନେଶ୍ୱର : କଟକ ଲୋକସଭା ଆସନରୁ ବିଜେପି ଟିକେଟରେ ପୂର୍ବତନ ଡିଜି ପ୍ରକାଶ ମିଶ୍ର ଲଢିବାକୁ ଥିବାବେଳେ କନ୍ଧମାଳରୁ ଲୋକସଭା ପ୍ରାର୍ଥୀ ହେଲେ ଐର ଖାରବେଳ ସ୍ୱାଇଁ । ଐର ଖାରବେଳ ସ୍ୱାଇଁ ଆଜି ବିଜେପିରେ ଯୋଗ ଦେଇଛନ୍ତି । ପୂର୍ବରୁ ସେ ବାଲେଶ୍ୱରରୁ ବିଜେପି ସାଂସଦ ଥିଲେ । ତିନି ତିନି ଥର…

ପୁନର୍ବାର ବିଜେପିରେ ମିଶିଲେ ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ

ଭୁବନେଶ୍ୱର: ବାଲେଶ୍ୱରର ପୂର୍ବତନ ବିଜେପି ସାଂସଦ ତଥା ଉତ୍କଳ ଭାରତ ପାର୍ଟିର ସଭାପତି ଖାରବେଳ ସ୍ୱାଇଁ ପୁଣି ବିଜେପିରେ ଯୋଗଦାନ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ସୋମବାର ଦିନ ସକାଳେ ଏକ ମିଶ୍ରଣ ପର୍ବ ଅବସରରେରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଖାରବେଳ…

ବିଜେଡ଼ିର ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏହି ପ୍ରାର୍ଥୀ ତାଲିକାରେ ଓଡ଼ିଶାର ୯ଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ । ବଲାଙ୍ଗୀର - ଅର୍କେଶ ନାରାୟଣ ସିଂହଦେଓ…

ପଦ୍ମ ଧରିଲେ ପୂର୍ବତନ ଓଡ଼ିଶା ପୋଲିସ ଡ଼ିଜି ପ୍ରକାଶ ମିଶ୍ର

ଭୁବନେଶ୍ୱର: ପୂର୍ବତନ ଓଡ଼ିଶା ପୋଲିସ ଡ଼ିଜି ପ୍ରକାଶ ମିଶ୍ର ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦାନ କରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ବିଜେପି ନେତା ଦାମୋଦର ରାଉତ ଏବଂ ସମୀର…

ବିଜେପି ଟିକଟରେ ଲୋକସଭା ନିର୍ବାଚନ ଲଢିବେ ପୂର୍ବତନ ପୋଲିସ ଡ଼ିଜି ପ୍ରକାଶ ମିଶ୍ର

ଭୁବନେଶ୍ୱର: ପଦ୍ମ ଧରିବେ ପୂର୍ବତନ ପୋଲିସ ଡ଼ିଜି ପ୍ରକାଶ ମିଶ୍ର । ଏନେଇ ‘ଓଡ଼ିଶା ସମ୍ବାଦ’କୁ ସୂଚନା ଦେଇଛନ୍ତି ପୂର୍ବତନ ଓଡ଼ିଶା ପୋଲିସ ଡ଼ିଜି ପ୍ରକାଶ ମିଶ୍ର । ଆଜି ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ବିଜେପିରେ ଯୋଗଦେବେ ପ୍ରକାଶ । ବିଜେପିରେ ଯୋଗଦେବା ପରେ କଟକ ଲୋକସଭା ଆସନରୁ ସେ ପ୍ରାର୍ଥୀ…

୨୧ରୁ ୨୧ ଶଙ୍ଖ ବାଜିବ: ନବୀନ

ଭୁବନେଶ୍ୱର : ଏଥର ନିର୍ବାଚନରେ ୨୧ରୁ ୨୧ ଲୋକସଭା ଆସନ ଆମେ ଜିତିବୁ । ୨୧ଟି ଲୋକସଭା ଆସନ ବିଜେଡି ହାତକୁ ଯିବ । ଏଭଳି ଦମ୍ଭୋକ୍ତି କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୟାଗଡ ଠାରେ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିବା ଅବସରରେ ଦୃଢତାର ସହ ଏପରି…

ପଦ୍ମ ଧରିବେ ପ୍ରକାଶ ମିଶ୍ର

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେବେ ପୂର୍ବତନ ଡିଜି ପ୍ରକାଶ ମିଶ୍ର । ଆଜି ଅପରାହ୍ନରେ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ ହେବେ । ପ୍ରକାଶ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଏହି ଲୋକସଭା ଆସନ ଲାଗି ବିଜେପି…