Latest Odisha News

BREAKING NEWS

Browsing Category

ଅନୁବାଦ

ଅନୁବାଦ କବିତା : ସେଇ ବନ୍ୟ ଇନ୍ଦ୍ରଧନୁ

ଲୁଇସ ଗ୍ଲୁକ ମୋର ଯାତନାର ଶେଷ ପ୍ରାନ୍ତରେ ଏକ ଦ୍ୱାର ଥିଲା । ମୋ କଥାଟି ମନଦେଇ ଶୁଣ : ମନେ ଅଛି ତ ଯାହାକୁ ତୁମେ ମୃତ୍ୟୁ ବୋଲି କୁହ । ମଥା ଉପରେ କୋଳାହଳ।ଆନ୍ଦୋଳିତ ହେଉଛି ପାଇନ ଗଛର ଡାଳ। ତା'ପରେ କିଛି ନାହିଁ । ଶୁଷ୍କ ଉପରି ଭାଗରେ ମିଟ ମିଟ କରୁଛି ମ୍ଳାନ ସୂର୍ଯ୍ୟ ।…

ଅନୁବାଦ କବିତା : ଧର୍ମପଦ

ମୂଳ ପାଲିର ସମ୍ପାଦନା - ପ୍ରହ୍ଲାଦ ପ୍ରଧାନ ଅନୁବାଦ - ଶୈଲେନ ରାଉତରାୟ କାମଗୁଣ  ଶୁଭରୂପେ ଦେଖି ଯେ ବିହରେ । ଅସଞ୍ଜତ ଅଟଇ ସେ ନିଜ ଇନ୍ଦ୍ରିୟରେ ।। ଭୋଜନରେ ମାତ୍ରାଜ୍ଞାନ ତାହାର ଯେ ନାହିଁ । ଅଳସ ଓ ହୀନବୀର୍ଯ୍ୟ ନିଶ୍ଚେ ସେ ଅଟଇ ।। ମାର ବଳାତ୍କାରେ ତା'ର…

ଅନୁବାଦ ଗଳ୍ପ : ଲାଜବନ୍ତୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୫  ମୂଳ ଉର୍ଦ୍ଦୁ: ରାଜୀନ୍ଦର ସିଂହ ବେଦୀ ‘ଲାଜକୁଳି ଲତା ସିଏ, ଛୁଅନାହିଁ ତାକୁ କେହି, ଲାଜରେ ଦେବ ସେ ଆଖିବୁଜି ଅକାଳରେ ଯିବ ହଜି । ପଞ୍ଜାବୀ ଲୋକଗୀତ ବିଭାଜନର ଦଙ୍ଗା ଶେଷରେ ଥମିଗଲା । ହଜାର ହଜାର ଲୋକ ପୁଣି ଭାଇଭାଇ ବୋଲି…

ଅନୁବାଦ କବିତା : ସମୁଦ୍ର ବେଳାର ବେତବଣ

ମୂଳ ରଚନା : ଡେରେକ ୱାଲକର୍ଟ ମୋର ବନ୍ଧୁମାନଙ୍କ ଭିତରୁ ଅଧେ ମରି ହଜି ଗଲେଣି । ପୃଥିବୀ କହିଲା, ମୁଁ ତୁମ ପାଇଁ ନୂଆ ବନ୍ଧୁ ଖୋଜିଦେବି ନା, ସେହିମାନଙ୍କୁ ହିଁ ଫେରାଇ ଦିଅ ସେମାନେ ଯେମିତି ଥିଲେ, ଠିକ ସେମିତି ମୁଁ ଅଳି କଲି । ଆଜି ରାତିରେ ସମୁଦ୍ର କୂଳର ବେତବଣ ଦେଇ ଭାସି…

ଅନୁବାଦ ଗଳ୍ପ : ହଳେ ଛିଣ୍ଡା ଜୋତାର କାହାଣୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୪  ମୂଳ ପଞ୍ଜାବୀ : ଜ୍ଞାନୀ ଗୁରମୁଖ ସିଂହ ମୁସାଫିର  ସେତେବେଳକୁ ଜୋତା ହଳକ ଛିଣ୍ଡି ନ ଥାଏ । ବୈରାଗ ତାକୁ ପିନ୍ଧି ଯେଉଁଆଡ଼େ ଯାଏ, ତା’ ଜୋତା ହଳକୁ ଲୋକେ କଣେଇ କଣେଇ ଚାହାନ୍ତି । ଯେଉଁମାନେ ତାକୁ ଚିହ୍ନିଛନ୍ତି, ସେମାନେ ସେ…

ଅନୁବାଦ କବିତା : ମୋ କବିତା

ମୂଳ ରଚନା : ଉଆନ ରମୋନ ହିମେନେଜ ମୋ କବିତା ଗୁଡ଼ିକ ଯଦି ହୋଇ ପାରନ୍ତା ଏଇ ରାତ୍ରିର ଆକାଶ ଭଳି ଖାଲି ମୁହୂର୍ତ୍ତର ସତ୍ୟ ,                                                                                ବର୍ତ୍ତମାନର ଆଉ ତା'ର ନଥାନ୍ତା କିଛି ଇତିହାସ ! ଏବଂ ଏଇ…

ଅନୁବାଦ ଗଳ୍ପ : ପରିଚିତ ମୁହଁ, ଅଜଣା ସମ୍ପର୍କ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୩   ଏସ ଏଚ ବାତ୍ସାୟନ ‘ଅଜେ୍ଞୟ’ ୟା’ ଭିତରେ କେତେବେଳେ ଛତିଶ ବର୍ଷ ବିତି ଯାଇଥିଲା । ଏତେଦିନ ପରେ ମୁଁ ପୁଣି ଥରେ ମୋ ଜନ୍ମସ୍ଥାନକୁ ବୁଲି ଆସିବାର ସୁଯୋଗ ପାଇଥିଲି । ସ୍ମୃତିପଟ୍ଟରୁ ଧୀରେ ଧୀରେ ଲିଭି ଆସୁଥିବା ରାସ୍ତାଘାଟମାନଙ୍କୁ…

ଅନୁବାଦ କବିତା : ଆଶା

ମୂଳ ରଚନା : ଚେଜଲୋ ମିଲସ  ତୁମ ମନେ ଅଛି ଆଶା ଯଦି ତୁମେ କରୁଛ ବିଶ୍ୱାସ ପୃଥିବୀଟା ସ୍ୱପ୍ନ ନୁହେଁ ଏହା ଏକ ଜୀବନ୍ତ ଅସ୍ତିତ୍ୱ ।ଦେଖିବା , ଛୁଇଁବା ଅବା ଶୁଣିବାଟା ନୁହେଁ କେବେ ମିଛ ଏତେ ଦିନ ଧରି ଯାହା ଯେତେବି ଦେଖିଛ ସବୁ ଯେମିତି ଫାଟକରୁ ଦିଶୁଥିବା ବଗିଚାର ଦୃଶ୍ୟ। ତୁମ…

ଅନୁବାଦ ଗଳ୍ପ : ବଦଳିଗଲା ମୋହର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୨   ମୂଳ ହିନ୍ଦୀ: କୃଷ୍ଣା ସୋବତୀ   ଦେହରେ ଖଣ୍ଡେ ଖଦଡ଼ ଚାଦର ଘୋଡ଼େଇ ହୋଇ ଓ ହାତରେ ଜପାମାଳଟି ଧରି ଶାହନୀ ନଦୀକୂଳରେ ପହଁଞ୍ଚିଲା  ବେଳକୁ ପୂର୍ବ ଆକାଶରେ ସିନ୍ଦୂରା ଫାଟି ଆସୁଥିଲା । ଆଖି ପହଁଞ୍ଚିଲା ପର୍ଯ୍ୟନ୍ତ ଆକାଶରୁ ଅନ୍ଧାରର…

ଅନୁବାଦ କବିତା : ଅବନୀ ଘରେ ଅଛ?

ମୂଳ ବଙ୍ଗଳା: ଶକ୍ତି ଚଟ୍ଟୋପାଧ୍ୟାୟ  ଅବନୀ ଘରେ ଅଛ? ଅବନୀ ଘରେ ଅଛ? କବାଟ କିଳି ଶୋଇପଡ଼ିଛି ସାରା ପଡ଼ା କେବଳ ଶୁଣେ ରାତିରେ କଡ଼ା ଖଡ଼ଖଡ଼ ‘ଅବନୀ ଘରେ ଅଛ?’ ବର୍ଷା ହୁଏ ଏଠି ବାରମାସ ଏଠି ମେଘ ଗାଈପରି ଚରେ ପରାଙ୍ମୁଖ ସବୁଜ ନାଲିଘାସ ଦୁଆର ଚାପି ଧରେ- ‘ଅବନୀ ଘରେ ଅଛ?’ ଭଗ୍ନ…