Latest Odisha News

BREAKING NEWS

Browsing Category

କବିତା

ତୁମକୁ ଦେଖିଲା ପରେ

ତୁମକୁ ଦେଖିଲା ପରେ ଶିବାନନ୍ଦ ବନଛୋର ତୁମକୁ ଦେଖିଲା ପରେ ଓଲଟ ପାଲଟ ହୋଇଯାଏ ମୋ ଜୀବନର ଗଣିତ ନା ମିଶାଣ, ନା ଫେଡାଣ କିଛି ବି ସଠିକ ହୁଏନି ଜୀବନର ଅଙ୍କକଷାରେ । ତୁମକୁ ଦେଖିଲା ପରେ ଜୀବନର ଫିଜିକ୍ସରେ ଜାଣିପାରେନି ଫରକ ପ୍ରତିକଳ୍ପନ ଓ ପ୍ରତିସରଣ ମଧ୍ୟରେ । ତୁମକୁ…

ଶୂନ୍ୟତା

ଶୂନ୍ୟତା ଆଶୁତୋଷ ପ୍ରସାଦ ମଲ୍ଲିକ କ'ଣ ହୋଇପାରେ ଏ ଶୂନ୍ୟତାର ପରିଭାଷା? ଗୋଟେ ସ୍କେଚ୍ ନଥିବାପଣର, ଛଳଛଳ କେଇ ପୃଷ୍ଠା ଲୁହର କବିତା, କି ଶୋଷରେ ଡହକୁଥିବା ମାଟିର ଆକୁଳତା? ତୁମେ ଜାଣନା ତୁମକୁ ଛୁଇଁ ଆସିଥିବା ଦମକାଏ ପବନରେ ମୁଁ ପାଦେ ପାଦେ ଦୂରେଇଯାଏ ସମୟଠୁଁ।…

ବ୍ୟତିରେକ

ବ୍ୟତିରେକ ସ୍ମୃତିରଞ୍ଜନ ସେଠୀ ମୁଁ ହରେଇ ସାରିଥିବି ସେତେବେଳକୁ କାକର ବୁନ୍ଦାର ଶେଷ ଅବସୋସ ଝଡିସାରିଥିବ ଜହ୍ନରୁ କେଇ ପଳଖା କଳଙ୍କ ଚଢେଇ ପେଟରୁ କୁହୁଳି ଉଠୁଥିବ ଭୋକ ପାହାନ୍ତିତାରାର ପିଠିରେ ବସି ସବୁଦିନ ଗଲାବେଳେ ତୁ ସେମିତି ଥରେ ଅନେଇଦେବୁ ମୋ ଦୁଆରକୁ ଝାପ୍ସା ଦିଶିବ…

ବୋଉ ପାଇଁ

ବୋଉ ପାଇଁ ହୃଷୀକେଶ ମଲ୍ଲିକ ଗୁଡ଼ିଆଣୀଠୁଁ ମୁଢ଼ି ଡବେ ପିଆଜି ଆଠ’ଣାର କିଣି ଆଖି ଠାରି ସେ ଦେଢ଼ିକି ଡାକେ କହେ: ନେ’, ଖାଇଦେ, ଡାଆଣା ଛୁଆ ଗଳିଯିବେ । ଆଉ କା’ର ସୁଖ, ଦୁଃଖରେ ତା’ର କି’ଯାଏ? ମୋ’ ଗୁହ, ମୂତ; ତା’ର ଗଂଗା-ପାଣି ମୋ’ ଘା’ ଘାଉଡ଼ ନିକେଇବା; ତା’ର କୋଥଳି…

ବାପା: ଏକ ଗ୍ରୀଷ୍ମଗୀତ

ବାପା: ଏକ ଗ୍ରୀଷ୍ମଗୀତ ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର ଖରାନାହିଁ ,ନାହିଁ ବର୍ଷା, ଶୀତ କି ଶରତ, ଏ ଗ୍ରୀଷ୍ମ ଶୁଦ୍ଧ ଓ ଶାନ୍ତ ଦଦରା କୁମ୍ଭପକା ଗାମୁଛା ଖଣ୍ଡେ ବିତିଲା ବସନ୍ତ , ଝାଳରେ ଲେସି ହୋଇ ଯାଇଥିବା ରାମାନନ୍ଦି ତିଳକ ପରି ଧରାର କପାଳ , ବାପାଙ୍କ କାନ୍ଧରେ ଝୁଲେ…

ତୋ ସହ ଗୋଟେ ରାତି

ତୋ ସହ ଗୋଟେ ରାତି ସରୋଜିନୀ ଶଙ୍ଖୁଆ ଏଣିକି ରାତି ଘନେଇ ଆସିଲେ ତୋ ଘରେ ଆଲୁଅ ଜଳିଲେ ମୁଁ ହସେ ଫାଳିକିଆ ଜହ୍ନ ହେଇ ଦୂର ଆକାଶରେ... ବାହାରେ ମୋ ଅନ୍ଧାରି ସ୍ୱପ୍ନମାନେ ଇତସ୍ତତଃ ହୋଇ ଘୁରି ବୁଲନ୍ତି ତୋ ଆଲୁଅର ଅଲୋଡ଼ା ପଣରେ... ମୋ ଚାରିପଟେ ଘେରି ରହିଥିବା ଭାବନାର…

ଝିଅକୁ ନେଇ କାହାଣୀ

ଝିଅକୁ ନେଇ କାହାଣୀ ନୀହାରିକା ମଲ୍ଲିକ "...ଏବଂ ଶେଷରେ ଝିଅଟି ମରିଯାଏ" - ତୁମେ କହିଲ ଦୀର୍ଘଶ୍ଵାସ ଛାଡି! -ନା, ନା.. ଆଉ ମାରନି କେତେ ବା ମରିବ ଝିଅଟି! ମାଆ ପେଟରୁ ନେଇ ପୁଣି ସତକୁ ସତ ଜୁଇରେ ଜଳିବା ଯାଏଁ କବିତାଠୁ ନେଇ ଗଳ୍ପର ଶେଷଯାଏଁ ସେ ତ ଖାଲି ମରୁଥାଏ ତିଳତିଳ ହୋଇ ।…

ତମ ମୁହଁ ନଦେଖିଲା ଦିନ

ତମ ମୁହଁ ନଦେଖିଲା ଦିନ ବଳବନ୍ତ ସାହୁ ଫି' ଦିନ ତମ ଗାଁ' ଗୋଶାଳାରୁ ଆମ ଘରକୁ ଗୋରସ ଆସେ; କିଂତୁ , ତମ ମୁହଁ ନଦେଖିଲା ଦିନ ଗୋରସ ଛିଂଡି ଯାଏ , ହୃଦୟ ଭାଂଗି ଯାଏ ଆମ୍ବୁଲ ପକେଇ ସିଝେଇଲା ଭଳି । ଫି' ହପ୍ତା ତମ ଗାଁ' ହାଟରୁ ଆମ ଘରକୁ ପରିବା ଆସେ ; କିଂତୁ , ତମ ମୁହଁ ନଦେଖିଲା…

କଲ୍‍ଗାର୍ଲ

କଲ୍‍ଗାର୍ଲ ଭରତ ବେହେରା ଓଦା ଥିଲା ଆଧାର ଥାପିବା କ୍ଷଣି ପାଦ ଥଲଥଲ ହେଉଥିଲା ଗତି ମୁଣ୍ଡାମୁଣ୍ଡି ବରାବର ବାଟବଣା ବୟସର କଲ୍‍ଗାର୍ଲର କୋମଳ ତଳିପା । ସେମାନଙ୍କ ତଳିପା ତଳର ମାଟି ହୋଇପାରିନାହିଁ ଏକାନ୍ତ ନିଜର ମଥାନ ତଳର ମୁହଁମାନେ ଦିଶନ୍ତିନି ନିବିଡ଼ ନିବିଷ୍ଟ ।…

ଜୀବନକୁ ହୀନିମାନ କରନା

ଜୀବନକୁ ହୀନିମାନ କରନା ମନୋଜ ମେହେର ନିଜକୁ ଏତେ ଛି’ ଛାକର କରନା ଭାଇ ଜୀବନକୁ ବି ଧିକ୍କାର କରି ତା’ର ଅପମାନ କରନା। କାହିଁକି ନିଜ ପ୍ରତି, ଜୀବନ ପ୍ରତି ଏତେ ବିଦ୍ରୂପ ? ନିମ୍ନ ମଧ୍ୟବିତ୍ତ, ମଧ୍ୟବିତ୍ତ ହୋଇଗଲ ବୋଲି କ’ଣ ତମେ ହୋଇଗଲ ହାରାମ୍‌ଜାଦା !! ଯେମିତି ଚାହିଁବ ଲଙ୍ଗଳା…