ପସନ୍ଦ

ପସନ୍ଦ ସତ୍ୟନାରାୟଣ ଗନ୍ତାୟତ ମୁଁ ଭୋଟ୍ ଦିଏ ମୋ ପସନ୍ଦରେ! ଠିକ୍ ଯେମିତି ନେତାଏ ବର୍ଷ ବର୍ଷ ଧରି ମୋ ପସନ୍ଦକୁ ଲାତ ମାରି ଚାଲନ୍ତି ସେମାନଙ୍କ ପସନ୍ଦରେ! ............................ ସୁହାସିତମ୍, କସ୍ତୁରୀ ନଗର ରାୟଗଡା : ୭୬୫୦୦୧ ମୋବାଇଲ : ୯୪୩୭୯୦୯୬୭୫ sngantayat1964@gmail.com ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ: sahitya.odishasambad@gmail.com (ଲେଖା ସହିତ ନିଜର ଏକ...

ନଈ

ନଈ ମାନିନୀ ମିଶ୍ର -୧- ନଈମାନେ କେଉଁ ଗୋଟେ ପାହାଡର ଛାତି ଚିରି ଗଡି ଆସୁଥିବା ଗ୍ଲାସେ ପାଣି, ଚିମୁଟେ ଚିନି କିଛି ଲୁହ, କିଛି ସିଙ୍ଘାଣି ଆଉ ସ୍ତ୍ରୀ ଲୋକଟେ ନିଜକୁ ଚିରି ଚିରି ତା ଛୁଆ ପାଇଁ ପରସି ଦେଇଥିବା ଚାରିଧାର ରୁଟି। ହେଲେ, ନଈକି ଚାଲ କହିଲି ଯେ ତୁ ମତେ ଦେଖେଇଲୁ ଜହ୍ନ ମୁଁ ତତେ ଯାଚିଲି ମନ ତୁ ନାହୁଡରେ...

ଲକ୍ଷେଭାର ପଦ୍ମ ଆଣିଚି ତୋପାଇଁ…

ଲକ୍ଷେଭାର ପଦ୍ମ ଆଣିଚି ତୋପାଇଁ... ପ୍ରଜ୍ଞାଶ୍ରୀ ରଥ ବହୁବର୍ଣ୍ଣା ଆଲୁଅର ଏକମାତ୍ର ସୂର୍ଯ୍ୟ ତୋ ସୀମନ୍ତରେ ମା! ବରଫର ସୀମାନ୍ତରେ ରକ୍ତର ସିନ୍ଦୂର... କୋଟିଏ ପ୍ରାଣସ୍ପନ୍ଦନ ଜଣାଇବା ପାଇଁ ଗୋଟିଗୋଟି କରି କେତେ କିଏ ଛାଡ଼ିଗଲେ ଆପଣା ସଂସାର... ରଣକୁହୁଡ଼ିରେ ମିଳେଇଯାଇଚି ଲକ୍ଷେଭାର ପଦ୍ମ କମାଣର ଶବ୍ଦରେ ଲୁଚିଯାଇଚି କୁଆଁରାବ ସୋରିଷକ୍ଷେତରେ ଉଜୁଡ଼ିଯାଇଚି ଫୁଲକଙ୍କଣ... ଫାଳେ ଜହ୍ନର କରତ...

ତିନୋଟି କବିତା

ତିନୋଟି କବିତା ସସ୍ମିତା ରାଉତ ୧. ତୃଷ୍ଣା ବେପରୁଆ ଆଞ୍ଜୁଳେ ଶବ୍ଦକୁ ଉଚ୍ଛାଳିଲି ଆକାଶକୁ କିଛି ତ,  ଖାଲି ଖାଲି ବାଦଲ ! ମୋ ଛାତିରେ ଭରି ତୃଷ୍ଣା; କିଛି ବିନ୍ଦୁ ବିନ୍ଦୁ ସାଜି ଭିଜାଇଲେ ଆଉ କାହା ମାଟି ସେତିକି ମୋ କବିତା ! *** ୨. ଷଡ଼ଯନ୍ତ୍ର ଶ୍ରାବଣ ବିତିଗଲା ପରେ ଅଙ୍ଗାରଟେ ପାଇଲି ମୋର ହିଁ ଜିଭ ତଳେ, ନିଜ...

କହିବ ଯଦି

କହିବ ଯଦି ସୁଦାମବନ୍ଧୁ ଭଟ୍ଟମିଶ୍ର କହିବ ଯଦି ଭାଂଗିଦେବି ନିଜକୁ ତମ ପାଇଁ ଥରେ ଭାଂଗିଗଲା ପରେ ଜାଣେନା ଆଉଥରେ ମତେ ମୁଁ ଗଢ଼ିପାରିବି କି ନାଇଁ! .............. ଏନ୍‍-୩ / ୨୮୮ ଆଇ.ଆର.ସି. ଭିଲେଜ୍‍, ଭୁବନେଶ୍ୱର ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ: sahitya.odishasambad@gmail.com (ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ,...

ପ୍ରେମ ପରି କିଛି (୨)

ପ୍ରେମ ପରି କିଛି (୨) ଡ. ଶୁଭଶ୍ରୀ ଲେଙ୍କା ଠିକ୍ ମୋ ଝର୍କା ସାମ୍ନାର ଝଙ୍କାଳିଆ କ୍ରୋଟନ୍ ଡାଳରେ ବସା ବାନ୍ଧୁଛନ୍ତି ଟେନିସ୍ ବଲ୍ ଠୁ ଆହୁରି ଛୋଟ ଚଢେ଼ଇ ଦୁଇଟି କିଚିରି ମିଚିରି ବ୍ୟସ୍ତତାରେ ବୋହିଆଣୁଛନ୍ତି ମନ ମୁତାବକ କାଠିକୁଟା ମା’ ଚଢେ଼ଇଟି ଅଣ୍ଡା ପାରିବ ବୋଧେ କେତେ ଆଲୋକବର୍ଷ ଦୂରତାରେ ତୁ ଏଇ ଚଢେ଼ଇ...

ହୁଅନ୍ତା କି ଏମିତି

ହୁଅନ୍ତା କି ଏମିତି ଜୟଶ୍ରୀ ଦାଶ ବେଳେବେଳେ ଉଡ଼ିଛି ମୁଁ ଆଖିର ଆକାଶକୁ, ଭେଟିଛି ଜହ୍ନରେ ମାଟିକୁ, ଦଲକାଏ ସ୍ମୃତିର ଥାକରେ ମୋ ପିଲାବେଳ,ମାଟି ସରେଇ,କୁନି କଣ୍ଢେଇ, ଏବେ ବଢ଼ିଲେଣି... ଇସ୍ ,କେଡେ ଜୀବନ୍ତ ! ମାଟିରେ ଜୀବନ ଅଛି ବୋଲି ତ ମୁଁ ବଢିଛି,ମୋ କଣ୍ଢେଇ,ସରେଇ ସାଥିରେ । ସ୍ୱପ୍ନ ପାଇଁ ଆୟତନ ଲୋଡ଼ା କୋଉ ଖୁସିରେ ଦେଖିହେଉଛି...

ପଥର

ସଂଗ୍ରାମ ଜେନା ଓଡ଼ିଆ କବିତା ଓ ଅନୁବାଦ କ୍ଷେତ୍ରରେ ଏକ ପ୍ରସିଦ୍ଧ ନାମ । ଅନୁବାଦ ପାଇଁ କେଂଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଡ. ଜେନାଙ୍କର ଏକ କବିତା ପଢ଼ିବା ଆସନ୍ତୁ ପଥର ସଂଗ୍ରାମ ଜେନା କ’ଣ ପାଇଁ ସେ ବାଟରେ ଯାଉଁ ଯାଉଁ ଝୁଣ୍ଟୁଥିଲେ ଏଇ ଅଲୋଡ଼ା...

ଭୁବନେଶ୍ୱରରେ ଯୌବନ

ଭାରତ ମାଝୀ (୧୯୭୨) ଯୁବପିଢ଼ିର ଏକମାତ୍ର କବି ଯିଏ ପାଣିକୁ ନିଆଁ, ନିଆଁକୁ ଆକାଶ, ଆକାଶକୁ ମାଟି, ମାଟିକୁ ପବନ କରି କବିତାକୁ ଘୋଷାଡ଼ି ଆଣିପାରନ୍ତି ଓ ଦେଇପାରନ୍ତି ସେମାନଙ୍କୁ ଅଭିନବ କାବ୍ୟିକ ଉପଲବ୍ଧି । ଚେହେରା ଓ ଚରିତ୍ରରେ ବୋହିମିଅନ୍‍, ଶବ୍ଦ...

ରଂଗ ମହୋତ୍ସବ

ରଂଗ ମହୋତ୍ସବ ପ୍ରହଲ୍ଲାଦ ଶତପଥୀ ଯେଉଁ ସକାଳ ଆସନ୍ତାକାଲି ତୋତେ ରଂଗ ମଖେଇବ ସେଇ ସକାଳ ମୋତେ ବି ରକ୍ତିମ କରିଦେବ ସୂର୍ଯ୍ୟମୟତାରେ ମୁଁ କହିରଖେଁ ମୋ ଭିତରୁ ଉଏଁ ସୂର୍ଯ୍ୟ ଅସ୍ତ ବି ହୁଏ ମୋଭିତରେ ଆଲୁଅ ଓ ଅଂଧାରକୁ ନେଇ ଜାରିଥାଏ ରଂଗ ମହୋତ୍ସବ । ମୁଁ ଘୋଷଣା କରେ ଆଜିଠୁ ଅଂଧାରର ଦଶଦିଗ ବଂଦ ଆଲୁଅର ସବୁ ଦର୍ଜା...

ସାହିତ୍ୟ