Latest Odisha News

BREAKING NEWS

Browsing Category

କବିତା

କୁଳାଙ୍ଗାର ଉବାଚ : ମୁଁ ତ ସବୁ ବୁଝେଇବି

ରାତି ଅଧରେ ବୁଲୁବୁଲୁ ରାସ୍ତାରେ ଭେଟ ହୋଇଗଲେ ସାମ୍ବାଦିକ ଭାଇ; ପଚାରିଲି ହୈଓ କଣ ଦରମା ଅଭାବରୁ ରାତିରେ ବି ନିଦ ହେଉନାଇଁ? ସାମ୍ବାଦିକେ କହିଲେ ନାଇଁ ଆସିଛି ରାତିର କର୍ଫ୍ୟୁ ଦେଖିବାକୁ; ସତକୁ ନିଜ ଆଖିରେ ଦେଖି ଖବରକାଗଜରେ ଲେଖିବାକୁ! ମୁଁ କହିଲି ଆରେ ବାଃ ଏହା ତ ଅଟେ…

ଅନୁବାଦ କବିତା : ଦିଆସିଲି କାଠି

ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ ଅନୁବାଦ : ସରଳ କୁମାର ଦାସ ମୁଁ ଗୋଟେ ଛୋଟ ଦିଆସିଲି କାଠି ଏତେ ନଗଣ୍ୟ, ହୁଏତ ଆଖିରେ ବି ପଡେନି ; ତଥାପି ଯେମିତି ପାଟିରେ ମୋର ଖଜବଜ ହେଉଛି ବାରୁଦ ଛାତିରେ ମୋର ଜଳି ଉଠିବା ଲାଗି ଅସ୍ଥିର ଉଚ୍ଛ୍ୱାସ ; ମୁଁ ଗୋଟେ ଦିଆସିଲି କାଠି ।…

କବିତା : ମାଟିର ମହକ

ବନଜା ପ୍ରଧାନ ବୀର ପ୍ରସବିନୀ ଏଇ ମାଟି ଆଉ ତା ମହକ ପ୍ରାଣେ ପ୍ରାଣେ ଭରିଛ ସେ ଅଜଣା ପୁଲକ। ବୀର ସନ୍ତାନର କୀର୍ତ୍ତିରାଜି କୋଣେ ଅନୁକୋଣେ ହିଂସାରେ ଅହିଂସାର ସନ୍ଥ ପ୍ରାଣବଳି ଦିଏ କଣ୍ଠୁ ତାର 'ହେ ରାମ' ଝରୁଥାଏ। ପ୍ରତି କଣିକାରେ ଅଜଣା ପୁଲକ। ଧର୍ମ ତରାଜୁର ଭାରି ପାଇଁ…

କବିତା : ପ୍ରଭାତୀ

ରାମକୃଷ୍ଣ  ଆଉ କାନ୍ଦନା କନ୍ଦାନା ଆଉ କାହାକୁ ଧୋଇ ହୋଇଯିବ ଲୁହରେ ଶବ୍ଦମାନଙ୍କର ସୁନେଲି ସକାଳ l ଆମେ ପାରିହେଇ ଆସିଲେ ସହସ୍ର ଶତାବ୍ଦୀର ଗୋଟେ କାଳରାତି ଭୋକ ଘୋଳି ହୋଇଥିଲା ଅନ୍ଧାରରେ ପରସ୍ପରକୁ ମାରି ଖାଇବାରେ କୁଣ୍ଠା ନଥିଲା ଆମର ପ୍ରାୟ ଭେଟ ହେଉଥିଲା ଯୁଦ୍ଧରେ ବାକି…

କବିତା : ସେ

ମାନସ ରଞ୍ଜନ ନାୟକ ବୟସର ଅପରାହ୍ନରେ ଅତୀତର ମଧ୍ୟାହ୍ନ ସ୍ମୃତିରେ ବିଭୋର ଲାଜକୁଳି ଆଖିର ଇସାରା ସତେକି ସୁନ୍ଦର ! ଅପରିପକ୍ବ ଜୀବନରେ ସତେ ଅବା ପ୍ରେମର ରାଗିଣୀ ମଲ୍ହାର ଦଶନ୍ଧି ଦଶନ୍ଧି ପରେ ଏବେ ପରିବର୍ତ୍ତିତ ଏକ ଆବେଗିକ ସମ୍ଭାର । ଚପଳ ମନରେ ଆଲୋଡିତ କେଉଁ ଏକ ଅସ୍ପଷ୍ଟ…

କବିତା : ପ୍ରିୟ ବନ୍ଧୁ

ଦୀପକ କୁମାର ନାୟକ ଧର୍ମଶାଳା ଯାଜପୁର ହସ ଟିକେ ତୋର କାହାକୁ ଦେବାର ନାହିଁ ଲୁହ ଟୋପେ ତୋର ଗଙ୍ଗାକୂଳକୁ ଯିବାର ନାହିଁ ବନ୍ଧୁଟିଏ ତୋର ଚଲା ବାଟେ ହେବି ଫୁଲ l ଦୁଃଖ ଆସିଲେ ଥିବି ପାଖେ ସୁଖ ଦେବି ନେବିନାହିଁ ଭାଗ ତୋ ସୁଖର l ଆସୁ ଯେତେ ଭିଡ ମୋଡ ଜୀବନ ଚଲା ପଥେ…

କୁଳାଙ୍ଗାର ଉବାଚ : ଡେଙ୍ଗୁକୁ ଡର କାହିଁକି

ଗୋଟେ ଡେଙ୍ଗୁମଶା ସହିତ ଜଣେ ସାଧା ମଶାର ହୋଇଗଲା ଭେଟ; ପଚାରିଲା ଭାଇ ଏବେ ସହରେ ତମେ ତ ଭଲ ଲଗେଇଚ ନାଟ ! ଡେଙ୍ଗୁ ମଶା କହିଲା ଭାଇଫାଇ ନୁହଁ, ଏବେ ଡାକିବୁ ମୋତେ ସାର୍; ଏବେ ଆଉ ନିଜକୁ ନେତା ନୁହେଁ ଭାବୁଛି ଗୋଟେ ବଡ ଅଫିସର୍! ସାଦା ମଶା କହିଲା ଉଭୟ ତ ଥାଆନ୍ତି ଜନତାଙ୍କ…

କବିତା : ଗର୍ଭପାତ

ମନୋଜ ରଥ  ଗତ କାଲି ରୁନ୍ଧି ହେଇ ପଡ଼ୁଥିଲା ରାତି ପବନର ନଥିଲା ସୋର ଶବ୍ଦ ତାଳହୀନ ବୃକ୍ଷ ଡାଳ , ସନ୍ତପ୍ତ ବନସ୍ପତି ବିଶ୍ୱାସ ଦେହରୁ ଶୁଖି ଆସୁଥିଲା ରକ୍ତ ଅଠା ଅଠା ହୋଇ ଯାଉଥିଲା ମାଟିର ତଣ୍ଟି ରାତିର ଆଖିରେ ନଥିଲା ନିଦ ଗୁମ ସୁମ ମେଘ , ଆକାଶ ଅଣ ନିଃଶ୍ଵାସୀ ଯକ୍ଷ ଭୁଲି…

କବିତା : ପରିଚୟ

ରଞ୍ଜିତ କୁମାର ସାହୁ  ନୀରବତା ଜୀବନରେ ମୋର ପରିଚୟ ଏକ ଅଲେଖା ପ୍ରଶ୍ନର ଯେଉଁଠି ଉତ୍ତର ମିଳେନା ! ଶାନ୍ତ ସ୍ନିଗ୍ଧ ଝରଣାର ଧାର ଚାହିଁଲେ ମଧ୍ୟ ସାଗରରେ କେବେହେଲେ ମିଶିପାରେନା ଜୀବନର ସମଷ୍ଟିରେ ଭୁଲ୍ ସୁତ୍ରର ଅଙ୍କଟିଏ କଷିଲେ କେବେ କଷି ହୁଏନା ବର୍ଷା ଧାରାର ଏକ…

କବିତା : ଅଭିବ୍ୟକ୍ତି

ମିନାକ୍ଷୀ ଦ୍ବିବେଦୀ ମୁଁ ଅସୁମାରି ଭଲ ପାଏ, ମୁଁ ଅସୁମାରି ଦୁଃଖ ପାଏ, ବଞ୍ଚିଛି ନେଇ ଏଇ ଦୁଇ ଅନୁଭୂତି ଅସୃକଧରା ବେଦନାର ଛନ୍ଦେ ମୋ ପ୍ରେମର ବିଷର୍ଣ୍ଣ ବିସ୍ତୃତି। ଶିରେ ମଣ୍ଡିତ ମୋର, ଅଭୋଗୀ ପ୍ରଣୟର କଳିଳ ମୁକୁଟ ଶୋଭିକ ଧାରାରେ ମୋର ହୃଦୟର ପ୍ରୀତି ପରିସ୍ଫୁଟ। କରି…