Latest Odisha News

BREAKING NEWS

Browsing Category

କବିତା

କବିତା : ମନସ୍ତତ୍ତ୍ୱ

ସୁପ୍ରିୟା ପଣ୍ଡା  ଏଇ ଚୁପଚାପ ବେଳର ଅସୁମାରୀ କେତେ ପ୍ରହେଳିକା ପ୍ରଶ୍ନର ପାଚେରୀ ପୁଣି ନିରୀମାଖୀ ମନ ଆତଙ୍କିତ ସବୁ ତାରା ମାଳ ଖିନଭିନ  ଛାତି ଝଡ଼ ପରି ଟିକେ ସ୍ନେହ ପୁଣି ନିରବତା ! କେତେବେଳେ ସ୍ନେହ ଆକୁଳତା ଭରା ଉକ୍ତି ଗଦ ଗଦ ଭାବ ସମୁଦ୍ରକୁ ଶଙ୍ଖେ ସୁଖ ପାରିଲା ପଣ…

କବିତା : ମାନବିକତା

ରତ୍ନମୟ ତ୍ରିପାଠୀ  ଅନେକ ଦିନରୁ ଖୋଜୁଥିଲି ମାନବିକତାକୁ, ସମାଜ ଭିତରେ କେହିଜଣେ କହିଲେ ମାନବିକତା ଥାଏ ଭଲ ମଣିଷ ଭିତରେ l ପୁଣି ଭଲ ମଣିଷ ଖୋଜିଲି କିଛି ଭଲ ମଣିଷଙ୍କୁ ବି ପାଇଲି ହେଲେ ମାନବିକତା କାହିଁ ? ପଚାରିବାରୁ ଉତ୍ତର ପାଇଲି ଅସହାୟ ମଣିଷ, ରୋଗୀଶଯ୍ୟା, ରାସ୍ତାରେ…

କବିତା : ଶ୍ରେଷ୍ଠ ଉପହାର

ଯଶୋବନ୍ତୀ ରାଉତ  କେବେ କେବେ ଚେଇଁ ଉଠେ ଗଣତନ୍ତ୍ର ଜାତୀୟ ଦିବସ ନାଁରେ, ସଭା ସମିତିରେ, ସରକାରୀ ଅଫିସ ଆଉ କାର୍ଯ୍ଯାଳୟ ସାମନାରେ ! ଏଠି ଏମିତି ବର୍ଷ ତମାମ୍ ନୀରବି ଯାଇଥିବା ପାଦଚିହ୍ନମାନଙ୍କର ସମୀକ୍ଷା ଚାଲେ, ଫୁଲମାଳଟେ, ଧୂପକାଠିଟେ ଦେଇ ସେମାନଙ୍କୁ ପୁନର୍ବାର ଆସନ୍ତା…

କବିତା : ନିତି ଶିଖାଉଥିଲା

ଅନସୂୟା ପଣ୍ଡା  ମୁଁ ଚାହୁଁ ଥିବାପରି, ଉଡିବାକୁ ଚିନ୍ତା ଶୂନ୍ୟ ଆକାଶ, ଜିଇଁବାକୁ ନିବିଡ଼ ଆଶ୍ୱାସନାର ଧରା, ସଜାଇବାକୁ ତାରା ଫୁଲର ଚାନ୍ଦୁଆ, ମନ ଭୁଲାଇବାକୁ ଶୀତଳ ରୁପା ଜହ୍ନର ବିଞ୍ଚଣା, ଘୋଡେଇ ହେଉଥିବା ଉଷୁମ ଖରାର ଚାଦର, ମୋ ଠାରୁ ଛଡାଇ ନେଇ ଯିବାପରେ, ମୁଁ ମୋର ସବୁ ଇଛା,…

କବିତା : ଦୁଃଖ

ରାମକୃଷ୍ଣ  ବଡ଼ ଉଗ୍ରରୂପ ନେଇ ସେମାନେ ଆସନ୍ତି ମନେହୁଏ ଏଇ ଯେମିତି ସବୁଶେଷ ଫଳନ୍ତି ସ୍ବପ୍ନ ସବୁ ଧରାଶାୟି ହୁଅନ୍ତି ବାତ୍ୟାରେ ମନେହୁଏ ଆଉ ଜମାରୁ ଫୁଟିବନି ଫୁଲ ରକ୍ତରେ । ଅଥଚ ସେମାନେ ଫେରିଯିବା ବେଳେ ଭୁଲ୍ ପ୍ରମାଣିତ ହୁଏ ଆମର ଯାବତୀୟ ଭୟ ଓ ଆଶଙ୍କାର ମାନଚିତ୍ର, ମନର…

କବିତା : ରତ୍ନ

ମନୋରମା ସାହୁ  ଝିଅମାନେ ଆଉ କ'ଣ କି ରତ୍ନ ତ, ସେଥିପାଇଁ ପରା କୁହାଯାଏ 'କନ୍ୟା ରତ୍ନ କର ଯତ୍ନ'। ତୁ ନିଜକୁ କେବେ ଏକା ଭାବିବୁନି ଝିଅ ତୋ ଭିତରେ ଯେ ଅନେକ ରୂପ କନ୍ୟା,ଜାୟା,ଜନନୀ,ଭଗିନୀ, ସ୍ରଷ୍ଟା ତୁ ପୁଣି ସଂହାରକାରିଣୀ ମଧ୍ୟ। ତୁ ଯେ ବ୍ୟାପ୍ତ ଦାଣ୍ଡରୁ ଦିଗବଳୟ…

କବିତା : ଅଙ୍କୁରୋଦଗମ

ତ୍ରିନାଥ ବେହେରା  ଆଉ ଥରେ ଅଙ୍କୁରୋଦଗମ ହୁଅନ୍ତା କି ? ବିଜନ ବେଳାରେ ଚନ୍ଦ୍ରାତପନଳେ ସେ ଦୁର୍ବାର ଇଛାଶକ୍ତି ଯିଏ ସ୍ବପ୍ନିଳ ଆଖିରେ ନବ ପଲ୍ଲବକୁ ମୃଦୁ ମଳୟ ସ୍ପର୍ଶରେ ଟିକେ ଆଉଁସି ନିଅନ୍ତା ଛାତିକି ଆଉଜି ! ସ୍ବପ୍ନ ସବୁ ସେମିତି ଧାବମାନ ହୁଅନ୍ତା କି ? ବୟସର…

କବିତା : ଏକାକୀ ଦ୍ରୌପଦୀ

ମଞ୍ଜୁବାଳା ପଣ୍ଡା  ବାସ୍ , ଅଳ୍ପ କେଇଦିନର ହୋହଲ୍ଲା ପରେ ପରେ ସବୁ ନିରବିଯିବ ଖୁଲମ୍ ଖୁଲା ଚାଲିବ ନିତି ପ୍ରତିଦିନ ,ଯାହା ଯେମିତି ସବୁ ଦିନ ଚାଲୁଛି ସବୁ କାଳେ , ଯାହା ଯେମିତି ଚାଲୁଥିଲା କେବଳ ଦେହଘସା ପରିସଂଖ୍ୟାନରେ ସଂଖ୍ୟାଟିଏ ଯାହା ଯୋଡିହେଲା। ତୁଣ୍ଡରେ ଧରିଲେ ସିନା…

କବିତା : ସଂଶୋଧନ

 ଭାରତୀ ସରିତା ମହାନ୍ତି  ମଣିଷ ମାତ୍ରକେ ଭୁଲ ଅଛି ସିନା ନ କରେ ଯେ' ସଂଶୋଧନ ଜୀବନଟା ତା'ର ହୁଏ ଅସଜଡା ପାଏ ନିନ୍ଦା ଅପମାନ। ଜ୍ଞାନ ଆହରଣ ପାଇଁ କରେ ଶିକ୍ଷା ହୁଏ ତା'ର ମୂଲ୍ୟାୟନ ହୋଇଥିବା ଭୁଲ୍ ସଂଶୋଧନ କଲେ ସପନ ହୁଏ ପୂରଣ। କେବେ ପରିସ୍ଥିତି କେବେ ପରିବାର କେବେ…

କବିତା : ଫଗୁଣ ଆସିଛି ବୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ ବନ ଉପବନ ପୁଲକିତ ଆଜି ଫଗୁଣ ଆସିଛି ବୋଲି , ଆମ୍ବଡାଳେ ବସି ପଞ୍ଚମ ତାନରେ ଗୀତ ଯେ ଗାଏ କୋଇଲି । କାକରଭିଜା ଏ ଫଗୁଣ ସକାଳେ ଶିହରିତ ହୁଏ ମନ , ଚମ୍ପକ ବନର ମଧୁର ମହକ କରୁଛି ସତେ ଉଚ୍ଛନ୍ନ। ପହିଲି ବସନ୍ତ ନିଆରା ମଳୟ ଆଣିଛି ଚୋରା ଚଇତି ,…