Latest Odisha News

BREAKING NEWS

Browsing Category

କବିତା

ଆସୁଛି ରଜ ହୋଇ ସଜବାଜ…

ଆସୁଛି ରଜ ହୋଇ ସଜବାଜ... ସୁଶାନ୍ତ କୁମାର ନନ୍ଦ ମେଘ ରାଇଜରୁ ବରଷା ଆସିବ ଡାକ ଆଜି ଦେଖ ଦେଲାଣି ଗିରିଷିମ ଏବେ ବାହୁଡ଼ିବ ବୋଲି ସଜବାଜ ପରା ହେଲାଣି । ଏତିକି ବେଳକୁ ଓଡ଼ିଆ ଘରକୁ ଆସିଗଲା ଦେଖ କିଏରେ, ଘରେ ଘରେ ବାସେ କେତେ ପିଠା ପଣା ବଡ଼ ପରବଟେ ସିଏରେ । ଗାଁ ଆମ୍ବ ତୋଟା…

ମାଆ…

ମାଆ ଶ୍ୱେତା ରାଉତ ଛୁଆର ଭୋକିଲା ପେଟରେ ହାତ ବୁଲାଇ ତୁ ଯେମିତି ବିବ୍ରତ ହୋଇପଡୁ ମୁଠେ ଖୁଆଇଦେଇ ଆଶ୍ୱସ୍ତ ହେଉ ଭଲ ନିଦଟେ ଭିଡ଼ିଆଣି ଖଞ୍ଜିଦେଉ ଆଖିରେ ତୋ ପଣତ ତଳୁ, ମଥାରେ ଗେଲକର ଯେମିତି ଅଜାଡ଼ି ଦେଉ ସାରା ପୃଥିବୀର ସୁଖ । ମୁଁ ସେମିତି କରିପାରେନି ମା’ ଦେଖିପାରେନି କୌଣସି…

ନଦୀ ଆଉ ନାରୀ…

ନଦୀ ଆଉ ନାରୀ... ଶ୍ରୀକାନ୍ତ ଜେନା ଯେଉଁ ନଦୀ କଳ କଳ ଛଳ ଛଳ ହୋଇ ବହୁଥିଲା ପାଣିମୁନ୍ଦେ ଦୁଶେନାହିଁ ତପ୍ତ ବାଲୁକାରେ ଭରାଶଯ୍ୟା, ନଦୀବି ମଣିଷ ପରି ସଂଖୋଳିଛି ସୁଖ ସାଥେ ଦୁଃଖ ନିରୋଳା ସୁଖରେକା’ର ଦିନବିତେ ନପାଇକି ସଜ୍ଜା ? ପରବତେ ପିତ୍ରାଳୟ ଭୁଲିଯାଇ ଅଛିଏ ତଟିନୀ…

ଜୀବନ

ଜୀବନ ଅମିୟଭାନୁ ଧଳ ମୁଁ, ତମେ ଓ ଆମେ କେତେ କାଳ ଏଇମିତି ପ୍ରତ୍ୟେକ ମୂହୁର୍ତ୍ତର ପ୍ରଶ୍ୱାସରେ ମରୁଥିବା, -ପାପର ପିପାସା -ମନର ଓର୍‌ମାନ୍‌ -ଦେହର ଦାହ -ଲହୁ-ଲୁହ ମିଶ୍ରିତ କୋହ, କିଛି ସମୟର ରୋମାଞ୍ଚରେ ବାଣ୍ଟି କୁଣ୍ଟି ମେଣ୍ଟେଇବାର ସୁଖ ସ୍ୱପ୍ନ ଲାଗି ଚର୍ବଣ, ଚୋଷଣ, କର୍ଷଣ,…

ଶୁଣ, ହୁଏତ ଏଇଟା ମୋର ଶେଷ କବିତା ହୋଇପାରେ…

ଶୁଣ, ହୁଏତ ଏଇଟା ମୋର ଶେଷ କବିତା ହୋଇପାରେ...  ଡିଲେଶ୍ୱର ରଣା ଛାତିଏ ପାଣିରେ ଠିଆ ହେଇ କେବେ ଗୀତ ଗାଇଛ ? ଗାଇନ, ଗାଇବା ଶିଖିଯ' ନହେଲେ କନ୍ଦା ଖ' ! କନ୍ଦା କଥାରୁ ମନେ ପଡ଼ିଲା କଲମୁ, ଢୁଲୁ, ପୁରୁନ୍,ପୁଥି,ଗାଢ଼ କନ୍ଦାରେ ଭର୍ତ୍ତି ଆମ ଗାଁ ସୁନାମୁଖୀ ସାଗର ଫି' ସକାଳେ…

ପବନ

ପବନ କମଳ କୁମାର ମହାନ୍ତି ପବନ ତ' ସେଦିନ ବହୁଥିଲା ତୀବ୍ର ମଇ ତିନ୍ ର ସକାଳ କି' ଓଡ଼ିଶାର କପାଳରେ ଲେଖୁଥିଲା ଆଉ ଏକ କରୁଣ କାବ୍ୟ ! ଫାଟିଯାଉଥିଲା ଛାତି ଯେତେ ପଚାରିଲେ ଫିଟୁ ନଥିଲା ଶୋକ ଆଉ କୋହର ଗଣ୍ଠି ମାଟି ସ୍ରବୁଥିଲା ଲହୁ ଆକାଶ ବର୍ଷୁଥିଲା ଲୁହ ବେଶୀ ବେଶୀ ଫଟାକପାଳକୁ…

ଦ୍ୱିତୀୟ ଈଶ୍ଵର…

ଦ୍ୱିତୀୟ ଈଶ୍ଵର ସୋନାଲି ପଣ୍ଡା ଶତଭିଷା ନକ୍ଷତ୍ର ରେ ଯେଉଁ ତାରା ଟି ଉଇଁଲା ମତେ, ତୋ ଆଖି ପରି ଦିଶେ। ତୁ ଜାଣୁ? ଶିଳ୍ପୀ ମୁଖା ପିନ୍ଧି, କାଇଁ କେତେ ଯୁଗ ଧରି ମୁଁ ଗଢ଼ି ଚାଲିଚି ପ୍ରେମ ଗଢ଼ି ଚାଲିଚି ତତେ! ପ୍ରଥମେ ତୋ କପାଳ ଗଢିଲି ଛିଡ଼ି ଗଲା, ମୋ ପାଦ ରୁ ଆଙ୍ଗୁଠି।…

ଆଖି

ଆଖି ଉମାକାନ୍ତ ରାଉତ (ଅରୂପ) ଏବେ ମୋତେ ପଚାରନି ବଳେ ବୁଝିପାରିବ କଲମର ସିନ୍ଧୁ ପରି ବିନ୍ଦୁ ମୂନରେ ମୁଁ ଏ ଯେଉଁ ଆଖି ଆଙ୍କୁଛି ସେ ଆଖିର ଜୀବନ୍ୟାସ ଦିନ ଦେଖିବ ସେ ଆଖିର ପୁଅଡୋଳା ସକାଳର ସୂର୍ଯ୍ୟ ଆଉ ଆକ୍ଷିପତା ଦୂର ଦିଗବଳୟ । ଧର୍ମର ଦେବତା ଭଳି ସେ ଆଖିର ପଲକ ଓ ଜୀବନ୍ୟାସ…

ତିନୋଟି କବିତା…

ତିନୋଟି କବିତା ଦେବାଶିଷ୍ ମହାନ୍ତି ସଦିଚ୍ଛା ଚିକ୍‌ମିକ୍ ଅନେକ ସ୍ୱପ୍ନ ବର୍ଷିଯାଉ ସାରା ରାତି ତୁମ ସଂକଳ୍ପରେ ଆଶାରେ ତୃଷ୍ଣାରେ ଆଉ ଭିଜିଯାଅ ତୁମେ ଆତ୍ମବିଶ୍ୱାସରେ । ସିଦ୍ଧ ହେଉ ଅନୁକୂଳ ଶୁଭମୟ ହେଉ ନୂତନ ସକାଳ ଆତ୍ମିୟତା ଆଙ୍କିଚାଲ ଜୀବନର ଚିତ୍ରପଟ୍ଟେ ଅଜଣା ମୁଁ…

ଦୂର ଦିଗବଳୟ…

ଦୂର ଦିଗବଳୟ... ଆର୍ଯ୍ୟଭଟ୍ଟ ମହାନ୍ତି ଆକାଶର ଛାତିତଳେ ସମୟ-ଅସମୟରେ ତୁମ ଛବି ଆଙ୍କି ହୋଇଯାଏ, ଅଜାଣତରେ ମନତଳେ, ହୃଦୟର ବିସ୍ତୀର୍ଣ୍ଣ ବେଳାରେ । ମୁଁ ତୁମକୁ ଚାହେଁ ନାହିଁ, ମୋ ଯୌବନ ଯଜ୍ଞବେଦୀ ପରେ ରକ୍ତ ମାଂସ ଅର୍ଘ୍ୟ ଦେବାଲାଗି ଚାହେଁନା ମୁଁ କେବେବି ତୁମକୁ ବଧୂବେଶରେ…