Latest Odisha News

BREAKING NEWS

Browsing Category

ନବପ୍ରତିଭା

ଅଧିକାର କେଉଁଠି, ପ୍ରେମିକାପଣର

ଅଧିକାର କେଉଁଠି, ପ୍ରେମିକାପଣର ରିତାଞ୍ଜଳି ମହାରଣା ତୁମ ଆଖିର ଲେନ୍ସରେ ଯଦି ଅଚିହ୍ନା ମୋ ସପନର ନକ୍ସା, ତେବେ ଅଧିକାରର ପ୍ରଶ୍ନ କେଉଁଠି ? ସାତସନ୍ଧିରେ ସାଇତା ମୋ ପ୍ରେମ ବଗିଚାର ଗୋଲାପକୁ ତୁମ ହାତ ମୁଠାରେ ଦଳିମକଚି ଫିଙ୍ଗିଦେଇପାରିଲ ଯଦି ଅଜଣା ଆକାଶକୁ ! ବଦଳରେ ଖୁବ…

ବାହାରେ ବର୍ଷା

ବାହାରେ ବର୍ଷା ନୀଳିମା ନିବେଦିତା ଚାଖଣ୍ଡେ ଦୂରତା... ସଫା ଦିଶୁଥିଲା ଯୋଜନେ କ୍ଷୋଭ । କୋହଲା ପବନ... ଶିହରୁଥିଲା ତମାମ ଅବୟବ । ଝିପିଝିପି ବର୍ଷା ରାଜରାସ୍ତାର ନିରବତା ଚିରି ବେଦମ ନାଚୁଥିଲା, ରହି ରହି ଶୁଭୁଥିଲା ଟୁପଟାପ୍ ଟୁପଟାପ୍ ଶବ୍ଦ । ଛାତି ତଳ କୋହରୁ ଏଣେ…

ବାପା

ବାପା ରାଜେନ୍ଦ୍ର ଗିରି  ବାପା ! ବେଳେ ବେଳେ ଇଚ୍ଛା ହୁଏ ହାତ ବୁଲେଇ ପରଖିବାକୁ ଅୟୁତ ଓଜନକୁ ଆୟତ କରୁଥିବା ତୁମର ସେଇ ଟାଣ ଛାତିକୁ । ସଂସାରଯାକର ଦୁଃଖ-ଯନ୍ତ୍ରଣାକୁ କେମିତି ଲୁଚେଇ ରଖ ଯେ! ବୁଢ଼ୀ ଅସୁରୁଣୀର ଖୋଳପା ପରି, ଏକ ପ୍ରବୀଣ ଅଭିନେତା ପରି ତୁମେ-ବି ବେଳେବେଳେ…

ଜୀବାଳି

ଜୀବାଳି ସୁଭଦ୍ରା ପ୍ରିୟଦର୍ଶିନୀ ନାୟକ ହଁ, ଯା' କହିଲ ଠିକ୍ ଆଗ ସୂର୍ଯ୍ୟୋଦୟ, ପରେପରେ ସୂର୍ଯ୍ୟାସ୍ତ ସ୍ଵାଗତ, ପଲ୍ଲବନ, ମଧୁବନ, ନିଧୂବନ, ପ୍ରେମ, ପରାସ୍ତ, ସ୍ଵାହା ଏବଂ ହଠାତ୍ ସ୍ଵର୍ଗଦ୍ଵାର ଦର୍ଶନ! ତମେ ଠିକ୍ କହିଚ, ମୁଁ'ର ମୁହୂର୍ତ୍ତସବୁ ଏବେ ମୁମୂର୍ଷୁ ଏବେ ଶେଷ ଦେଖା…

ଦୃଷ୍ଟି

ଦୃଷ୍ଟି ପ୍ରଜ୍ଞା ପାରମିତା ରଥ ଗାଡ଼ି ଆଗକୁ ଚାଲିଲା ବେଳେ ବାହାରର ଗଛ ଲତା ରାସ୍ତା ସବୁ ପଛକୁ ଦୌଡ଼ିଲା ପରି ଲାଗେ, ଭିଡ଼ିକି ଧରି ରଖି ହୁଏନି, ଧରି ରଖି ହୁଏନି ବି ମନକୁ ଗାଡ଼ି ସହ ତାଳ ଦେଇ ଅତୀତର ଅରମା ଇଲାକା ଆଡେ଼ ଦୌଡ଼ିଲା ବେଳେ । ୱିଣ୍ଡୋ କାଚକୁ ଲାଗି ମୁଁ ବସିଥିଲି ପବନରେ…

ସୂଚ୍ୟଗ୍ରେ ମେଦିନୀ

ସୂଚ୍ୟଗ୍ରେ ମେଦିନୀ ହୃଷୀକେଶ ମହାରଣା ରାତି ଆସି ୧୧ ଟା ହେଲାଣି, ଅନିରୁଦ୍ଧ ଏଯାଏଁ କାମରୁ ଫେରିନି । ଘରେ ଏକୁଟିଆ ରତନୀ କଣ କରୁଥିବ କେଜାଣି । ଅନିରୁଦ୍ଧ ନଫେରିବା ଯାଏ ତୁଣ୍ଡରେ ଦାନା ଦିଏ ନାହିଁ । ହାତୁଡି ପିଟିପିଟି ହାତରୁ ପରସ୍ତେ ଚମଡା ଉଠିଗଲାଣି । ସାଇକେଲ ହେଣ୍ଡେଲ ଧରିବାକୁ ବଳ…

କେବଳ ତୁମପାଇଁ

କେବଳ ତୁମପାଇଁ କ୍ଷୀରୋଦିନୀ ବେହେରା ତୁମରି ହସରେ ଦିନେ ଛାଡି ଆସିଥିଲି ପରିଚିତ କେଇଗୋଟି ଶବ୍ଦ ଆଉ ପ୍ରେମ ବୋଲି ଯାହାସବୁ ସାଉଁଟି ଧରିଲି ସେ କେବଳ ମୋ ଅସହାୟତା ଶବ୍ଦକୋଷରେ ତୁନି ହୋଇ ରହିଥିବା କେଇଧାଡି ନିଦ । କ୍ରମଶଃ ଧୀରେଧୀରେ କମି ଆସୁଥିବା ଆୟୁଷ ସହିତ ଏବେ…

ଜ୍ୟୋଷ୍ଠା ଭାଗ

ଜ୍ୟୋଷ୍ଠା ଭାଗ ଅଞ୍ଜଳି ସାହୁ ଦୁନିଆରେ ଏତେ ବେଉସା ଥାଉ ଥାଉ ବାବୁ ଚାଚା କାହିଁକି ଏଭଳି ଗୋଟେ ବେଉସାକୁ ଆପଣେଇ ବସିଲେ କେଜାଣି? କେତେ କାହା ମନରେ ଏ ପ୍ରଶ୍ନ ବେଳ ଅବେଳରେ ଉଠି ପୁଣି ମିଳେଇଯାଏ ପବନରେ କି ଆକାଶରେ ସତେ କି! କେହି କେହି ତାଙ୍କର ଏତେ ବଡ଼ ଅବିଭାଜିତ ଯୌଥ ପରିବାରକୁ ନେଇ ଛକ…

ଅନ୍ଧାର ରାତିର ପ୍ରେମ

ଅନ୍ଧାର ରାତିର ପ୍ରେମ ସୁବ୍ରତ କୁମାର ସେନାପତି କମ୍ଳେଶର ଆଦିମ ମନର ଗାଥା ନୀଲୁ! ଆଜି ଵି ଏ କକ୍ଷ ସେମିତି ନିସ୍ତବ୍ଧ ନିଶଦ୍ଦ। ଚାରିଆଡେ ପରିବ୍ୟାପ୍ତ ସେଇ ନିରନ୍ଧ୍ର ଅନ୍ଧକାର। କିନ୍ତୁ ଏ ଅନ୍ଧକାର ମୋ ପାଇଁ ନିଷ୍ପ୍ରୋୟଜନ । ହୁଏତ କହିପାର ଅସହ୍ୟ ଏ ଅନ୍ଧକାର, ଯାହା ଦିନେ ମୋ ପାଇଁ…

ମୁଁ ହଜି ଯାଇଛି

ମୁଁ ହଜି ଯାଇଛି ପ୍ରତିଭା ପ୍ରିୟଦର୍ଶିନୀ ଖୁବ ଅନ୍ୟମନସ୍କ ସୁରୁଚି । ହାତରେ ତିନି ତିନିଟା ବଡ଼ବଡ଼ ପଲିଥିନ ବ୍ୟାଗ । ଫଳ, ପରିବା ଆଉ କିଛି ନିତିଦିନିଆ ଘରକରଣା ବସ୍ତୁ । ଟାଉନ ବସରେ ବିପରୀତ ଦିଗରେ ଯାଉଥିବା କେହିଜଣେ ତାଙ୍କ ବ୍ୟାଗ ଚେନରେ ୟା ଓଢଣୀଟାକୁ ଟାଣି ନେବାରେ ସେ ମନସ୍କ ହେଲା,…