Latest Odisha News

BREAKING NEWS

Browsing Category

ସାହିତ୍ୟ

ଭାଷା ଭାଗବତ : ସ୍ବଭାଷାର କଷଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଏଠାରେ ଲେଖକଂକ ମନ ଏଯାଏଁ ସଂସ୍କୃତ ଆଚ୍ଛନ୍ନ ହୋଇଥିବାରୁ ଲୋକଭାଷା ଅଯଥା ହୁଏ ଲୋକହସା ପ୍ରାଚୀନ ପରଂପରା ବୋହି ସ୍ବଭାଷା ବଢ଼ି ପାରୁନାହିଁ ଜ୍ଞାନୀ ସମୂହ ଉଦାସୀନ ଘଟାଂତିନାହିଁ ଉନ୍ନୟନ …

ସନେଟ : ନୀରବତା

ରଞ୍ଜିତା ରାଣୀ ହୋତା ତୁମ ନୀରବତା କାଳେକାଳେ ନୀଳ ସାଗର ଉର୍ମି ସମ, ବାରବାର ଆସି ମଥା ପିଟିଯାଏ ହୃଦ ଉପକୂଳ ମମ । ଶବ୍ଦହୀନ ସେ ଓଠର ନିବୁଜ ଭୀରୁ କମ୍ପନ ସାଥେ, କେତେ ଅପାଶୋରା , ଅୟୁତ ଅଲିଭା କଥା ନ କହିଛ ମତେ। ଆନତ ଆନନେ ଅଭିମାନ ରେଖା ଆଙ୍କି ଆସିଛ ଯେବେ ଆୟତ ମୋହର ନୟନ…

ପ୍ରଜାନୁରଞକ ରାଜା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ଜଣେ ରାଜା ଥିଲେ ଅତ୍ୟନ୍ତ ପ୍ରଜା ବତ୍ସଳ ନ୍ୟାୟ ପ୍ରିୟ ଏବଂ ଧାର୍ମିକ ପ୍ରକୃତିର। ସେ ପ୍ରତିଦିନ ଶନି ଦେବଙ୍କୁ ପୂଜାପାଠ ଓ ସ୍ତୁତି କରୁଥିଲେ । ଦିନେ ଶନି ଦେବ ଅତ୍ୟନ୍ତ ପ୍ରିତ ହୋଇ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ - ହେ ରାଜନ !…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୬୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଉଭୟଙ୍କୁ ପ୍ରସ୍ତୁତ ହେବାପାଇଁ ବେଶୀ ସମୟ ଲାଗିଲା ନାହିଁ । ବହୁ ଆଗରୁ ବିଶ୍ୱାସକୁ ସରୋଜ ପ୍ରସ୍ତୁତ କରିସାରିଥିଲେ । ରାଜଧାନୀର ପରିଚିତ ରାଜପଥ ଉପରେ ପରସ୍ପରଠାରୁ ସାମାନ୍ୟ ଦୂରତ୍ୱ ରଖି ଚାଲିଲାବେଳେ ଉଭୟଙ୍କ ମନରେ…

ଭାଷା ଭାଗବତ : ଦୁଃଖଭୋଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଚିଂତନ, ମନନର ଯୁଗ ବିଲୁପ୍ତ ହେବାରୁ ଦୁର୍ଯୋଗ ପଡ଼ିଛି ବୌଦ୍ଧିକ ସ୍ତରରେ କେହି କିଛି କରି ନ ପାରେ ଅଯଥା ମତ ଓ ମଂତବ୍ୟ ହୋଇଛି ଏବେ ଉପଜୀବ୍ୟ ଗୋଟିଏ ଅଧାବାକ୍ୟ ପଢ଼ି ଲୋକେ ଲେଖଂତି ଶହେ ଧାଡ଼ି…

କବିତା : ପ୍ରେମ

ମାନସ ରଞ୍ଜନ ନାୟକ କେଉଁ ଏକ ଆବେଗିକ ମୁହୂର୍ତ୍ତର ଅଜଣା ସମ୍ମୋହନଟିଏ କି ପ୍ରେମ ! ଅବୁଝା ସ୍ପନ୍ଦନର  ତାନରେ ପୁଲକିତ ମନଟେ ହିଁ ପ୍ରେମ ଅବ୍ଯକ୍ତ, ହେଲେ ଅନୁଭବରେ ପର୍ଯ୍ଯାପ୍ତ , ଆଦ୍ଯ ଶିହରଣ ଟିଏ କି ପ୍ରେମ ? ନିରାସକ୍ତ, ନିନିରୁଦ୍ଦିଷ୍ଟି  ନିର୍ମଳ ଚେତନାର…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ସରୋଜଙ୍କୁ ନେଇ ପଦ୍ମିନୀ ଯେତେ ଗଭୀର ଭାବେ ବିଶ୍ଳେଷଣ କରୁଥିଲା, ଚିନ୍ତା ସାଗରର ସେ ସେତିକି ତଳକୁ ତଳକୁ ଖସିଯାଉଥିଲା । ଏଣେ କ୍ରମେ ସଂନ୍ଧ୍ୟାର ସରୀସୃପ କୋଠରୀର ଈଷତ୍ ଆଲୋକିତ ପରିସରକୁ ମସୀମୟ କରିବାପାଇଁ ତା’ର…

ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ବୈଦେଶିକ ଶବ୍ଦ / ଆଗନ୍ତୁକ ଶବ୍ଦ ଭାଷା ଉପରେ ଅନ୍ୟ ଭାଷାର ପ୍ରଭାବ ସର୍ବଦା ପଡ଼ିଥାଏ । ଭାଷା ପରିବର୍ତ୍ତନଶୀଳ । ଚିରସ୍ରୋତା ନଦୀ ଭଳି ଏହା ଗତିଶୀଳ । ଭାଷା ଉପରେ ଅନ୍ୟ ଭାଷାର ପ୍ରଭାବ ବା ପ୍ରବେଶ ମୁଖ୍ୟତଃ ଶାସନଗତ, ବାଣିଜ୍ୟ ବ୍ୟବସାୟଗତ ଓ…

କବିତା : ହୋଲି

ଶୁଭନାରାୟଣ ଶତପଥୀ  ଆସିଛି ଏବେ ଦୋଳପୁନେଇଁ ତା ପଛେପଛେ ହୋଲି ଆଲୋକ ମାଳେ ଦାଣ୍ଡ ମନ୍ଦିର ଦିଶଇ ନେଳି ନାଲି । ଅଜା ଓ ଆଈ ଯାଆନ୍ତି ଦେଖ ସାଥୀରେ ଡଲି ମିଲି ମେଲି ଦେଇଛି ଦୋକାନୀ ତାର ଖଇ ଶାକର ଥାଳି । ଦୋଳ ବିମାନେ ରାଧା ଓ କୃଷ୍ଣ ଆସନ୍ତି ଝୁଲି ଝୁଲି ବିଜେ ହୁଅନ୍ତି…

ଭାଷା ଭାଗବତ : ପରିବର୍ତନ ଘନଘନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ପରିବର୍ତନ ଘନଘନ ଭାଷାର ପ୍ରଧାନ ଲକ୍ଷଣ ଯେହେତୁ କିଛି ନୁହେ ସ୍ଥିର ସବୁ ବଦଳେ ବାରଂବାର ସୁଯଶା ପଂଡିତ ପ୍ରବର କେହି ବି ନୁହଂତି ଅମର ସଭିଏଁ ହୋଇ କାଳାଧୀନ ସଂସାରେ ବିତାଂତି ଜୀବନ ଉତ୍ତମ କାମ ଥିଲେ କରି ମଣିଷ ହୁଏ ଯଶଧାରୀ…