Latest Odisha News

BREAKING NEWS

Browsing Category

ସାହିତ୍ୟ

ସାହିତ୍ୟ ଓ ସାହିତ୍ୟିକଙ୍କୁ ସମାଜରେ ଉଚିତ୍ ମର୍ଯ୍ୟାଦା ଓ ସମ୍ମାନ ମିଳୁ : ଈପ୍ସିତା ଷଡ଼ଙ୍ଗୀ

ସମକାଳୀନ ଓଡ଼ିଆ ସାହିତ୍ୟରେ ଈପ୍ସିତା ଷଡ଼ଙ୍ଗୀ ଏକ ସଶ୍ରଦ୍ଧ ଉଚ୍ଚାରଣ । ତାଙ୍କ ଲେଖନୀ ନିଃସୃତ ପ୍ରତିଟି ସୃଜନ ତଥା ଅନୁସୃଜନରେ ବିଭୋର ହୁଅନ୍ତି ପାଠକ। ଭାବ ଓ ଭାଷାର ଚମତ୍କାରିତାକୁ ତାଙ୍କର ପ୍ରତିଟି ରଚନାରେ ଅନୁଭବ କରିହୁଏ । ଜୀବନ୍ତ ଲାଗେ ପ୍ରତିଟି ଶବ୍ଦ ,ବିଭୋର ହୋଇଯାଏ ମନ ଓ ପ୍ରାଣ ।…

ଅଭୁଲା ଗୀତ : ମୋ ଆଖିର କେତେ କଥା

ଗୀତ:  ସାରଦା ପ୍ରସନ୍ନ ନାୟକ  ସଙ୍ଗୀତ : ଶ୍ରୀକୁମାର  ଗାୟନ: ସନ୍ଧ୍ୟା ମୂଖାର୍ଜୀ  କା, ୧୯୬୬ ମୋ ଆଖିର କେତେ କଥା ମୋ ମନର ନିରବତା କହିବାକୁ ଚାହେଁ ଯାହା କହି ପାରେନା ନ କହି ମୁଁ ନିରବରେ ରହିପାରେନା ମୋ ଆଖିର କେତେ କଥା ଏଇ ନଈ ଯାଏ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ପଦ୍ମିନୀ ଭାବିଲି- ଏଇ ରାସ୍ତାରେ ଚନ୍ଦ୍ରଭାନୁଙ୍କ ସହ ଯିବାବେଳେ ସହଯାତ୍ରୀମାନେ ଭାବୁଥିବେ, ଏ ଭଳି ଜଣେ ସୁନ୍ଦର ପୁରୁଷ ପାଇଁ ଏ ସ୍ତ୍ରୀ ଉପଯୁକ୍ତ ନୁହେଁ । ଆଉ ଆଜି ସରୋଜ ସହ ତାକୁ ଦେଖି ଭାବୁଥିବେ, ଏ ସ୍ତ୍ରୀ ପାଇଁ…

କବିତା : ଚାଷଗୀତ

ପ୍ରବୀଣ କୁମାର କବି ଏଇ କିଛି ବର୍ଷ ହେଲା ଗାଢ୍ ରୁ ଆହୁରି ଗାଢ୍ ହେଲାଣି ମାଟିର ମଉନପଣ କ୍ଷେତର କ୍ଷତ, ସ୍ଵେଦର ସ୍ଵାଦ ଆଉ ଚାଷୀର ଫମ୍ପା ଉଦର ! ଆହୁରି ନିର୍ଯ୍ୟାତିତ - ନିଷ୍ପେସିତ ହେଲାଣି ତା ସ୍ବପ୍ନ, ତା ସ୍ୱର, ତା ସିଦ୍ଧି ଓ ସମୟ । ଏଇ କିଛି ବର୍ଷ ହେଲା ତା ପାଇଁ…

ଭାଷା ଭାଗବତ : ଦଳ ଦଳ ଦାସ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଗଣମାଧ୍ୟମ ଲୋକ ଚିତ୍ତ କରୁଛି ନିତି ପ୍ରଭାବିତ କାହିଁ ବ୍ୟକ୍ତିର ସ୍ବାଧୀନତା ? କେହି କହୁନି ମନୋବ୍ୟଥା ସୁଅରେ ଗଲେ ଭାସି ଭାସି କେହି କି ବୋଲାଏ ସାହସୀ ? ନିଜଠୁଁ ହୋଇଛୁଁ ବିଚ୍ଛିନ୍ନ କେହି ତ ହୋଇନୁ ସ୍ବାଧୀନ ଅଭ୍ୟାସ ବଶବର୍ତୀ ହୋଇ…

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ, ଭୁବନେଶ୍ୱର ଏବଂ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ବିଦ୍ୟାଳୟ, ପାରଳାଖେମୁଣ୍ଡିର ମିଳିତ ଆନୁକୂଲ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାରଳାଖେମୁଣ୍ଡି ସ୍ଥିତ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପୂର୍ବରୁ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୭୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ଅବଶ୍ୟ ଯୁକ୍ତିଯୁକ୍ତ.... ତଥାପି !!! - ତଥାପି କିଛି ନାହିଁ । ଜଣେ ଅପରିଚିତର ସବୁ ଦାୟୀତ୍ୱ ନିଜ ହାତକୁ ନେଇ, ତାର ଅଇଁଠା ବାସନ ନିଜ ହାତରେ ସଫା କରି, ତମେ ଛୋଟ ହେଇପାରିନ । ଅଥଚ ତମର ଦି’ଖଣ୍ଡ ଶାଢ଼ୀ ସଫାକରି…

କବିତା : ମୁକ୍ତି

ଅନନ୍ତାଂଶୁ ଜେନା  ରାତିର ବାସି ସୂର୍ଯ୍ୟ ରକ୍ତିମ ହେଲାଣି ଖରାବେଳ ନଈ ପଠା ଗାଁ ହାଟ ବେସୁରା ବେସୁରା ସତେକି ଆକାଶଟା ଛିଣ୍ଡି ପଡିଛି ! ବୀଣାର ମଧୁରତା କେଡ଼େ କର୍କଶ ତୁମେ ଫେରିଗଲା ପରେ ଏ କ’ଣ କାଳର ଅଟ୍ଟାହାସ୍ୟ ! ସତରେ, ଛୁଇଁଦେଲ ମୃତ୍ୟୁକୁ ! କାଳାନ୍ତକ ର ବାର୍ତ୍ତା…

ଭାଷା ଭାଗବତ : ବକ୍ତାର ଭଂଗିମା ଓ ଠାଣି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ପୁନର୍ଲିଖନକାରୀ ଜଣେ ନିଜକୁ ଚିଂତାଶୀଳ ମଣେ ଘଷରା ଭାବନା ପ୍ରକାଶ କରିଲେ ଲଭଇ ଉଲ୍ଲାସ ଅନ୍ୟର ଉକ୍ତି ସଂକଳନ କରି ସେ ଲେଖେ ପ୍ରତି ଦିନ ସବୁ ନିଜସ୍ବ ଚିଂତା ଶୂନ୍ୟ କେବଳ ଚର୍ବିତ ଚର୍ବଣ ଅନୁଭବରୁ କିଛି ଲେଖି ଯିଏ ପାରିନି କେବେ…

ଧାରାବାହିକ ଉପନ୍ୟାସ: ବେଳାଭୂମିର ଚିହ୍ନ (୬୯)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ - ନା... ନା..., ଏ ଲୁଗାସବୁ ପରିଷ୍କାର ହୋଇ ଏଠି କେମିତି ରହିଲା ? - ସେ କିଛି ନୁହେଁ, ମୁଁ ସଫାକରି ରଖିଦେଇଛି, ଆଜି । - ଆପଣ ସଫା କରିଛନ୍ତି ମୋର ଶାଢ଼ୀ, ବ୍ଲାଉଜ୍‌... ? - ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି…