Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତା : ମହମବତୀ

ଗଦାଧର ସାହୁ ଜଳୁଛି ସେ କେଉଁ କାଳୁ ଜଳୁଥିବ ଆହୁରି, ଅନ୍ଧକାର ସରେ ନାହିଁ କେତେ ଅଛି ଜାଣେନି । କାହାର କେତେ ଆୟୁଷ କିଏ ଅବା କଳିବ, ଜଳି ଜଳି ଲିଭିଯିବ ଏ ଜୀବନ ପ୍ରଦୀପ ବ୍ରହ୍ମଗିରି,  ପୁରୀ

ନାଟକ ସାହିତ୍ୟର ଏକ ରମଣୀୟ ଅଂଶ : ମେଜର ରମା ରମଣ ପାଢ଼ୀ

ପୃଥିବୀର ସବୁ ଭାଷାର ସାହିତ୍ୟ ସହିତ ନାଟକ ଏକ  ଅବିଚ୍ଛେଦ୍ୟ ଅଙ୍ଗ। ଜୀବନ ସହିତ ସାହିତ୍ୟ ଯେମିତି ଯୋଡ଼ି ହୋଇ ରହିଛି,  ସାହିତ୍ୟ ସହିତ ନାଟକ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡିତ । ନାଟକ ଜୀବନର କଥା କହେ। ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଆ ନାଟକ ଜଗତରେ ଜଣେ ଅବିଶ୍ରାନ୍ତ…

ଭାଷା ଭାଗବତ : ଲିପି ପ୍ରତି ଭୀତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୬୦  ଭାଷାରେ ଯାହା ବି ଜଟିଳ ସେ ସବୁ କରିବା ସରଳ ଯାହା ବି ରହିଛି ବିସ୍ତୃତ ସେ ସବୁ କରିବା ସଂକ୍ଷିପ୍ତ ଶିକ୍ଷଣ ଗତି ହେଲେ ଦ୍ରୁତ ଶିକ୍ଷାର୍ଥୀ ହେବେ ଉପକୃତ ବଢ଼ିବ ଭାଷାର ମହତ୍ତ୍ବ ଗୁରୁତ୍ବ ହେବ ପ୍ରତିଷ୍ଠିତ ଲିପି ପ୍ରତି…

କବିତା : ଦିନିକିଆ ପଖାଳ

ଶ୍ରୀମାନ ସର୍ବଗିଳା  ଯେବେଠାରୁ ଯୁଗ ଆଗେଇଲା ଓଡ଼ିଆଙ୍କ ପଖାଳ କଂସା ପ୍ରମୋସନ ପାଇ ଢ଼ାବା, ଷ୍ଟାର ହୋଟେଲରେ ପଶିଲା ଏବେ ବରଷକେ ଏଇ ଦିନ ଆସୁଛି ଚାର୍ଟ ଚାଉମିନ ହଟ ପିଜାଖିଆ ପାଟି ପଖାଳ କଂସାକୁ ଖୋଜୁଛି ଚୁନା ମାଛ ବଡି ଚୁରାକୁ ଶାଗ ଭଜା ଘରଣୀ ଭାଜୁଛି ଯେବେ ଏଇ ପଖାଳ ଦିବସ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୩)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୨ ଦେ ତ ଫୋନଟା । ସେବେଠୁ ଫୋନ୍ ଦେଖିନି । ସତରେ ବୈଭବଙ୍କର ଦୁଇଟି ମେସେଜ୍ ଅଛି । ଗେଟ୍‌ୱଲ୍ ସୁନ୍‌, ଟେକ୍‌ କେୟାର । ସେ ଆହୁରି ଗମ୍ଭୀର ହେଇଗଲା । ସମ୍ପର୍କମାନେ ପ୍ରକୃତରେ କ'ଣ? ଯେଉଁ ମାନେ ତା’ର…

ଅନୁବାଦ ଗଳ୍ପ : ଚେର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୮   ମୂଳ ଉର୍ଦ୍ଦୁ: ଇସମତ୍ ଚୁଘତାଇ  ଆମ ସମସ୍ତଙ୍କ ମୁହଁରୁ ରଙ୍ଗ ହଜି ଯାଇଥିଲା । ଗଲା ଛଅଦିନ ଧରି ଘରେ ଚୁଲି ଉପରେ ହାଣ୍ଡି ସୁଦ୍ଧା ବସି ନ ଥିଲା । ପିଲାମାନେ ସ୍କୁଲକୁ ବି ଯାଇ ନ ଥିଲେ ଓ ଘରେ ପାଟିତୁଣ୍ଡ କରି ସମସ୍ତଙ୍କୁ ବ୍ୟସ୍ତ…

କୁଳାଙ୍ଗାର ଉବାଚ : ହୋଲି ବୋଲି

ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳିବା, ବୋଳିବା, ଢାଳିବା ଓ ଢଳିବା ତ ବାହାନା କେବଳ; ଏଇଦିନରେ ଅନେକ ରଙ୍ଗ ଖେଳିବା ବାହାନାରେ ଅନେକଙ୍କ ଅନେକ ସ୍ଥାନକୁ ସ୍ପର୍ଶ କରିବାକୁ ବିକଳ! ଦଳେ ଅତିଭଦ୍ର ଥାଆନ୍ତି ଯିଏ ରଙ୍ଗ ଦେଖିଲେ ଫଁ ଫଁ ହୁଅନ୍ତି, ଯାଣନ୍ତିନି କଣ ରଙ୍ଗ ଖେଳର ଖୁସି;…

ତିନି ଶହ ରାମାୟଣ (୩)

ମୂଳ ରଚନା  : ଏ. କେ. ରାମାନୁଜନ୍  ରାମଙ୍କର କୃପାରୁ ରାମ ନାମ ବିନା ଆନ ବିଦ୍ୟା କାହିଁକି ସାଧିବ ? ଦୁବ ପିପିଲିକା ଆଦି ଯେତେ ସ୍ଥାବର ଜଙ୍ଗମ; ଚତୁର୍ମୁଖ ଶିଷି ସବୁ ଘେନିଲେ ଶ୍ରୀରାମ, କରୁଣାସାଗର ଦେଲେ ତାଙ୍କୁ ପରମ ବୈଭବ । ନମ୍ମାଲୱାର ୭.୫.୧ (ରାମାନୁଜନ ୧୯୮୧, ୪୭)…

ଧାରାବାହିକ ଉପନ୍ୟାସ : ଚୋରାବାଲି (୪୨)

ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୨ ସୁକାନ୍ତି ତୁ’ ମତେ ୠଣୀ କରିଦେଲୁ । ମୋ’ର ମନେ ଅଛି, ଏମିତି ସେବା ଯତ୍ନ ପିଲାଦିନେ ମୋ’ ବୋଉ ନେଉଥିଲା । ଯେବେ ବି’ ମୋ ଦେହ ଖରାପ ହୁଏ, ସେ ମୋ’ ପାଖଛାଡି କୁଆଡେ ଯାଏନା । ମା' ଏଇ ତ’ ମୋ…

କବିତା : ହୋଲି

ଶୁଭ୍ରାଂଶୁ ଶେଖର ମାହୁନ୍ତ  ଗତ ଦୁଇବର୍ଷ ଫିକା ହେଲା ହୋଲି କରୋନା ବ୍ୟାପିଲା ବୋଲି, ଅବିର ଦେହରେ ବୋଳି ପାରିଲିନି ସଂକ୍ରମିତ ହେବ ବୋଲି । କରୋନା ରାକ୍ଷସ ଛାଡି ତ ଗଲାନି ଛୁଇଁବାକୁ ହେଲା ମନା, ସବୁ ଆଶା ମୋର ମିଳେଇ ତ ଗଲା ମନ ହୋଇଗଲା ଚୁନା । ଏସନ ହୋଲିରେ ଫଗୁ ଅବିରରେ…