Latest Odisha News

BREAKING NEWS

Browsing Category

ସାହିତ୍ୟ

କବିତାରେ ହିଁ ବଞ୍ଚୁଥିଲେ କବି ଚକ୍ରଧର

ଭୁବନେଶ୍ୱର : ଚକ୍ରଧର -ସ୍ୱର୍ଣ୍ଣଲତା ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ବିଶିଷ୍ଟ କବି ଚକ୍ରଧର ରାଉତଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ,…

ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ‘ରିଡିଙ୍ଗସ ଫ୍ରମ ଦି ଶ୍ରୀମଦ ଭାଗବତ’ ଉନ୍ମୋଚିତ

ଭୁବନେଶ୍ୱର : ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ରଚିତ 'ରିଡିଙ୍ଗସ ଫ୍ରମ ଦି ଶ୍ରୀମଦ ଭାଗବତ' ସ୍ଥାନୀୟ ଓଡ଼ିଶା ପ୍ରେସ କ୍ଳବ ପ୍ରେକ୍ଷାଳୟରେ , ରମାକାନ୍ତ ରଥଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ସହ ସଂସ୍କୃତର…

ଦାଶ ବେନହୁର ଓ ହୃଷୀକେଶ ମଲ୍ଲିକ ପାଇବେ ‘କୋରାପୁଟ ସାହିତ୍ୟ ସମ୍ମାନ’

ଭୁବନେଶ୍ବର : ଓଡ଼ିଆ ମିଡିଆ ଦ୍ୱାରା ଆୟୋଜିତ ଚତୁର୍ଥ କୋରାପୁଟ ସାହିତ୍ୟ ଉତ୍ସବ ଆସନ୍ତା ୨୬ ଓ ୨୭ ଦୁଇଦିନ ଧରି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଏହି ଉତ୍ସବରେ କଥାକାର ଦାଶ ବେନହୁର ଓ କବି ହୃଷିକେଶ ମଲ୍ଲିକଙ୍କୁ ଯଥାକ୍ରମେ କଥା ଓ କବିତା ପାଇଁ 'କୋରାପୁଟ…

ଧାରାବାହିକ ଉପନ୍ୟାସ : ଦେବୀ (୨୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୩  ବାପାଙ୍କ ସହିତ ଘରକୁ ଫେରି ନଖାଇ ଶୋଇପଡ଼ିଲା ଦେବୀ।ତାକୁ ଭୋକ ଲାଗୁନଥିଲା ଏମିତି ନୁହେଁ, ତା ଭିତରେ ମୁଣ୍ଡ ଟେକୁଥିବା ଆଉ ଏକ ଭୋକକୁ ସେ ବଞ୍ଚେଇ ରଖିବାକୁ ଚାହୁଁଥିଲା। ତାକୁ ସେତେବେଳେ ଷୋହଳ ବର୍ଷ ହୋଇଥିଲା । ସେ ବୁଝୁଥିଲା…

ଫେରି ଆସିଲା କାହ୍ନା

ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିର ଫରୁଆରୁ ……  ଚାରି ପାଞ୍ଚ ବର୍ଷ ତଳ କଥା । ପୁଅର ବାଳ ପକେଇବାକୁ ବାପା ଯାଚିଥାନ୍ତି ତିରୁପତି ବାଲାଜୀଙ୍କ ମନ୍ଦିରରେ । କଥା ଥାଏ ଆମେ ଏପଟୁ ମାନେ ବାଙ୍ଗାଲୋର ଯିବୁ , ଆଉ ବାପା , ଭାଇ ସେପଟୁ କଟକରୁ ଆସି ପହଞ୍ଚିଲେ ଆମେ ଏକାଠି ପୁଅକୁ ନାଣ୍ଡୁ କରି…

କବିତା : ମରୁଦ୍ୟାନ ପଥିକ

ତପସ୍ୱିନୀ ଜେନା  ମନ ଦିନେ ସାଜିଥିଲା ସାହାରାର ମରୁ ମରୀଚିକା ତୁଲ୍ୟ, ବେଦନାର ମୌସୁମୀ ବୁଝୁଥିଲା ଅନ୍ତର୍ଦ୍ୱନ୍ଦର ମୂଲ୍ୟ। ମନ ଶରୀରରେ ନିଦାଘର ବହ୍ନି ଜାଳୁଥିଲା ହୃଦୟକୁ, ଦହନର ଜ୍ୱାଳା ଅଶ୍ରୁ ପାଲଟିକି ଭିଜାଉଥିଲା ଗଣ୍ଡକୁ। ବାରିଦ ଆସିବ ଆଶଙ୍କା ନଥିଲା ନକହିବି…

ଗଳ୍ପ : ପାଉଁଜି

ଉର୍ମିଳା ମହାପାତ୍ର  ଅତୀତ ସ୍ମୃତିକୁ ମନେପକାଇଲେ ଆଜିବି ହୃଦୟରୁ ଦୀର୍ଘ ଶ୍ୱାସ ବାହାରି ଆସେ । ଝିଅଟିର ନାଁ ଜ୍ୟୋତି, ସେଦିନ ରେଲୱେ ପ୍ଲାଟଫର୍ମରେ ତା' ସହ ଦେଖା ହୋଇଥିଲା । ମୁଁ ଯାଉଥିଲି ସିକିମ ଅଫିସ କାମରେ, ଟ୍ରେନ ଅପେକ୍ଷାରେ ବସିଥିବା ବେଳେ ହଠାତ ଅଦିନିଆ ବର୍ଷା କେଉଁଠି ଥିଲା…

ଅନୁବାଦ କବିତା : ଭୟ

ମୂଳ ରଚନା : ଖାଲିଲ ଜିବ୍ରାନ୍ ଲୋକମାନେ କହିବାର ଶୁଣାଯାଏ ନଦୀଟି ସମୁଦ୍ରରେ ପଶିବା ପୂର୍ବରୁ ଥରିଉଠେ ଭୟରେ । ସେ ପଛକୁ ଅନାଇ ଚାଲି ଆସିବା ବାଟକୁ ଚାହେଁ, ପର୍ବତର ସୁଉଚ୍ଚ ଶୃଙ୍ଗରୁ ଅଙ୍କା ବଙ୍କା ପଥ ଚାଲି ଜଙ୍ଗଲ ଓ ଗାଁମାନଙ୍କ ଭିତରେ । ଏବଂ ନିଜ ସାମନାରେ ଦେଖେ ଏତେ ବିଶାଳ…

ଧାରାବାହିକ ଉପନ୍ୟାସ : ଦେବୀ (୨୨)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୨   ସମୟ ଆସି ଭୋର ହେଲାଣି। ସାରା ରାତି ଉଜାଗର ହୋଇ ଦେବ ବସିଛି ମୁହାଣ ପାଖରେ। ୟା ଭିତରେ ସହସ୍ର ଲହରୀ ଆସି ମିଳେଇ ଗଲେଣି ନଈ ଛାତିରେ । ନିର୍ବାକ ତାରା କେତୋଟି ସତେ ଯେମିତି ଦେବ ସହିତ ଉଜାଗର ହୋଇ ବସିଛନ୍ତି।ତା' ଆଖି ଆଗରେ…

ବ୍ୟଙ୍ଗ : ପ୍ରକାଶକ ମହୋଦୟଙ୍କ ସହ କିଛି ସମୟ

କିଛିଦିନ ତଳେ ମୋର କିଛି ଲେଖାକୁ ନେଇ ଜଣେ ପ୍ରକାଶକଙ୍କ ପାଖକୁ ଯାଇଥିଲି । ଜଣେ ବନ୍ଧୁଙ୍କ ସୁପାରିଶ କ୍ରମେ ନିର୍ଦ୍ଧାରିତ ସମୟରେ ଦେଖାକରିବାକୁ ଯାଇ ତାଙ୍କ ପ୍ରକାଶନ ସଂସ୍ଥାରେ ପହଞ୍ଚିଲି। ଯଦିଓ ମୋର ଲେଖା ଆଗରୁ କିଛି ଜାଗାରେ ପ୍ରକାଶିତ ହୋଇଛି, ତଥାପି ଭାବିଲି ଯଦି ଯେନ ତେନ ପ୍ରକାରରେ…