Latest Odisha News

BREAKING NEWS

Browsing Category

ସାହିତ୍ୟ

ଅନୁବାଦ ଗଳ୍ପ : ଧର୍ମଯୁଦ୍ଧ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୧୮  ମୂଳ ହିନ୍ଦୀ: ଯଶପାଲ  କର୍ଫ୍ୟୁଜାଲ ସାରା ସହରଟାକୁ ଗୋଟାପଣେ ଆବୋରି ବସିଥିଲା । ଚାରିଆଡ଼େ ଅନ୍ଧାର ଓ ନୀରବତା ବିରାଜମାନ କରୁଥିଲା । ଗଙ୍ଗୁ-କୀ-ଗଳିର ଦୁଇକଡ଼େ ଠିଆ ହୋଇଥିବା ଦୁଇ ତିନିମହଲା କୋଠାଘରଗୁଡ଼ିକର କବାଟ ଫାଙ୍କରୁ କେଉଁଠୁ…

କବିତା : ରାଜନୀତି

ଲୋପାମୁଦ୍ରା ନାୟକ  ରାଜନୀତି ଏଠି ଲାଗେ ରଣନୀତି ସଭିଏଁ ସଭିଙ୍କ ଶତ୍ରୁ । ସତ୍ତ୍ୱା ପଛରେ ସଭିଏଁ ଉନ୍ମାଦ ବହିଯାଏ ରକ୍ତ ବିନ୍ଦୁ । ସଜା ହୋଇଲାଣିରଣକ୍ଷେତ୍ର ବାଜିଲାଣି ଯୁଦ୍ଧ ବିଗୁଲ୍ । ଦେଶ କଥା ଏଠି ଭାବେ ନାହିଁ କେହି ନିଜ ସ୍ବାର୍ଥରେ ସବୁ ମସଗୁଲ । ଗଣତନ୍ତ୍ର ଆଜି ପଛରେ…

କୁଳାଙ୍ଗାର ଉବାଚ : ଈଶ୍ୱରଙ୍କ ପାଇଁ ଏକତରଫା କବିତା

ଦେବାଳୟରେ କାହିଁକି କେବଳ ପୁରୁଷ ପୂଜକ ମହିଳା ଜଣେ ବି ନାହାନ୍ତି ? କାରଣ , ଈଶ୍ୱର କେବଳ ଭକ୍ତର ଆଖିରେ ନିଜ ଆକର୍ଷଣ ଚାହାନ୍ତି! ସବୁ ପ୍ରସାଦ ମଧୁର କୋଉଟା ବି ରାଗ କଷା କି ପିତା ନୁହେଁ; ଖାନାପିନାରୁ ଲାଗେ ଇଶ୍ବର ସବୁବେଳେ ସୁଖରେ ମସଗୁଲ୍ ରହିଥାନ୍ତି ବୋଧହୁଏ ! ନଚେତ୍…

ଗଳ୍ପ : ଦେଖି ନଥିବା ଚିତ୍ର

ବିଷ୍ଣୁପ୍ରିୟା କରସୁଧା ପଟ୍ଟନାୟକ  ବହୁତ ଦିନ ପରେ ମନ କଥା ପୂର୍ଣ୍ଣ ହେବାକୁ ଯାଉଥିଲା ସଂଗ୍ରାମର । କେତେ ଉତ୍ସାହ ଉଦ୍ଦୀପନା ରେ ଧାଇଁ ଯାଉଥିଲା ମନ । ଯେମିତି ଶୁଣିଲା ନିଜ ସମ୍ପର୍କୀୟଙ୍କ ପାଖରୁ ..ଜଣେ ଅଛି ଯାହାର ମୁହଁ ଅବିକଳ ସେ ଖୋଜୁଥିବା ସବୁଠୁ ପ୍ରିୟ ମଣିଷଙ୍କ ପରି ।…

ଧାରାବାହିକ ଉପନ୍ୟାସ : ଦେବୀ (୨୪)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୪ କେଜାଣି କାହିଁକି ପିଲାଟି ଦିନରୁ ହିଁ ଦେବୀକୁ ଭଲ ଲାଗେ ଦେବଭାଇ। ଧୂଳି ଖେଳରୁ ହିଁ ଦେବୀର ଚେତନା ଭିତରେ ଦେବ ଭାଇ ବାସ କରେ। ଦେବ ଭାଇର ହସ ଖୁବ୍ ଭଲ ଲାଗେ। ଆହୁରି ଭଲ ଲାଗେ ତା ଚଞ୍ଚଳପଣ। କଥାର ଯାଦୁଗରୀ ମାୟାରେ ସେ…

କବିତାରେ ହିଁ ବଞ୍ଚୁଥିଲେ କବି ଚକ୍ରଧର

ଭୁବନେଶ୍ୱର : ଚକ୍ରଧର -ସ୍ୱର୍ଣ୍ଣଲତା ମେମୋରିଆଲ ଫାଉଣ୍ଡେସନ ପକ୍ଷରୁ ବିଶିଷ୍ଟ କବି ଚକ୍ରଧର ରାଉତଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ,…

ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ‘ରିଡିଙ୍ଗସ ଫ୍ରମ ଦି ଶ୍ରୀମଦ ଭାଗବତ’ ଉନ୍ମୋଚିତ

ଭୁବନେଶ୍ୱର : ପୂର୍ବତନ ପ୍ରଶାସକ ପ୍ରସନ୍ନ କୁମାର ପଟ୍ଟନାୟକଙ୍କ ରଚିତ 'ରିଡିଙ୍ଗସ ଫ୍ରମ ଦି ଶ୍ରୀମଦ ଭାଗବତ' ସ୍ଥାନୀୟ ଓଡ଼ିଶା ପ୍ରେସ କ୍ଳବ ପ୍ରେକ୍ଷାଳୟରେ , ରମାକାନ୍ତ ରଥଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ସହ ସଂସ୍କୃତର…

ଦାଶ ବେନହୁର ଓ ହୃଷୀକେଶ ମଲ୍ଲିକ ପାଇବେ ‘କୋରାପୁଟ ସାହିତ୍ୟ ସମ୍ମାନ’

ଭୁବନେଶ୍ବର : ଓଡ଼ିଆ ମିଡିଆ ଦ୍ୱାରା ଆୟୋଜିତ ଚତୁର୍ଥ କୋରାପୁଟ ସାହିତ୍ୟ ଉତ୍ସବ ଆସନ୍ତା ୨୬ ଓ ୨୭ ଦୁଇଦିନ ଧରି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଏହି ଉତ୍ସବରେ କଥାକାର ଦାଶ ବେନହୁର ଓ କବି ହୃଷିକେଶ ମଲ୍ଲିକଙ୍କୁ ଯଥାକ୍ରମେ କଥା ଓ କବିତା ପାଇଁ 'କୋରାପୁଟ…

ଧାରାବାହିକ ଉପନ୍ୟାସ : ଦେବୀ (୨୩)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୩  ବାପାଙ୍କ ସହିତ ଘରକୁ ଫେରି ନଖାଇ ଶୋଇପଡ଼ିଲା ଦେବୀ।ତାକୁ ଭୋକ ଲାଗୁନଥିଲା ଏମିତି ନୁହେଁ, ତା ଭିତରେ ମୁଣ୍ଡ ଟେକୁଥିବା ଆଉ ଏକ ଭୋକକୁ ସେ ବଞ୍ଚେଇ ରଖିବାକୁ ଚାହୁଁଥିଲା। ତାକୁ ସେତେବେଳେ ଷୋହଳ ବର୍ଷ ହୋଇଥିଲା । ସେ ବୁଝୁଥିଲା…

ଫେରି ଆସିଲା କାହ୍ନା

ଲୋପାମୁଦ୍ରା ପରିଡ଼ାଙ୍କ ସ୍ମୃତିର ଫରୁଆରୁ ……  ଚାରି ପାଞ୍ଚ ବର୍ଷ ତଳ କଥା । ପୁଅର ବାଳ ପକେଇବାକୁ ବାପା ଯାଚିଥାନ୍ତି ତିରୁପତି ବାଲାଜୀଙ୍କ ମନ୍ଦିରରେ । କଥା ଥାଏ ଆମେ ଏପଟୁ ମାନେ ବାଙ୍ଗାଲୋର ଯିବୁ , ଆଉ ବାପା , ଭାଇ ସେପଟୁ କଟକରୁ ଆସି ପହଞ୍ଚିଲେ ଆମେ ଏକାଠି ପୁଅକୁ ନାଣ୍ଡୁ କରି…