Latest Odisha News

BREAKING NEWS

Browsing Category

ସାହିତ୍ୟ

ଛାତିଏ ଜହ୍ନରାତି…

ତୁମକୁ ପାଇବି ବୋଲି ଛୁଇଁଲି ଅନ୍ଧାରକୁ ମଜ୍ଜିଲି ପ୍ରେମରେ ବିତେଇଲି ତମ ସହ ରାତି ରାତି ଶୋଇଲି ତମ କୋଳରେ ନିଜର କଲି ନିରବ ମୂହୁର୍ତ୍ତ ମାନଙ୍କୁ ଅସହାୟ ଦିଶୁଥିବା ତାରା ମାନଙ୍କୁ ବୁଝେଇଲି ଅନ୍ଧାରର ଉଷ୍ମ ଚେତନାକୁ ଉପଭୋଗ କଲି ମନଭରି । ହଜିଲି ମୁଁ ନିବିଡ଼ ଶିହରଣରେ ହଜିଲି…

ଗୋଟେ ଚେଇଁ ଉଠୁଥିବା ରାତି…

ବିଡାଏ ଦରଶୁଖିଲା ଘାସ ନେଇ ବଉଳ ଗଛ ମୂଳେ ପକେଇଦେଲା ମକୁ, ଯେଉଁଠି ଦିନସାରା ଝୁମୁରି ବନ୍ଧା ହୁଏ । ଶୁଖିଲା ହୋଇଥାଏ ବୋଲି ଘାସ ଉପରେ ବ୍ରାହ୍ମଣ ମନ୍ତ୍ରପାଣି ଛିଞ୍ଚିଲା ପରି ପାଣି ଅଞ୍ଜୁଳେ ବୁଣିଦେଲା । ଗୁହାଳରୁ ଝୁମୁରିକୁ ଆଉ ତା ସହିତ କିଛିଦିନ ତଳେ ଜନ୍ମିଥିବା କଅଁଳା ଅଣ୍ଡିରା…

ବୋଉ – ଏକ ଦେବୀଟିଏ

ବୋଉ – ଏକ ଦେବୀଟିଏ ସୁଶିର କୁମାର ସ୍ୱାଇଁ ଧ୍ୟାନମଗ୍ନ ଋଷି ପରି ବୋଉ ମୋର ସବୁଦିନେ ଆମପାଇଁ ଅତ୍ୟନ୍ତ ଗମ୍ଭୀର ସତେ ଅବଅବା ଜାନୁଆରୀ ସକାଳର ମେଞ୍ଚାଏ କାକର । ବୋଉ ଗୋଟେ ଖରାବେଳ ନିଛାଟିଆ ରାସ୍ତା ପିଉଥାଏ ଧୂ ଧୂ ଖରାର ଜହର ତା ଛାତିରେ ଆଙ୍କିଅଛି କେତେ ମୁହିଁ ପଦରେଖା ଚିତ୍ର ।…

ଲକଡାଉନ୍ ଡାଏରୀ : ଗାଳ୍ପିକ ଅମରେଶ ବିଶ୍ୱାଳଙ୍କ ପାଇଁ ଲକ୍ ଡାଉନ ଏକ ନିଛାଟିଆ ଓ ନୀରବ ପ୍ରେମର ନାଁ

ଭୁବନେଶ୍ୱର : ଲକ୍ ଡାଉନ । ପ୍ରାୟ ସବୁ କିଛି ବନ୍ଦ ହୋଇଥିବାବେଳେ ଲକ୍‌ଡାଉନ୍‌ର ଅନୁଭୁତି ସମସ୍ତଙ୍କ ପାଇଁ ନିଆରା । ଏସମ୍ପର୍କରେ ଆମର ସ୍ୱତନ୍ତ୍ର ସେଗ୍‌ମେଣ୍ଟ୍ ଲକ୍‌ଡାଉନ୍ ଡାଏରୀରେ ଆଜି ଜାଣିବା ଗାଳ୍ପିକ, କବି ଓ ସାହିତ୍ୟିକ ଅମରେଶ ବିଶ୍ୱାଳଙ୍କ ଲକ୍‌ଡାଉନ୍ ସମୟର ଅନୁଭୁତି ଓ…

ଲୋକାର୍ପିତ ହେଲା ଓଡ଼ିଆ ବିଭବରେ ସଚ୍ଚି ରାଉତରାୟଙ୍କ କାଳଜୟୀ କୃତି

ଭୁବନେଶ୍ୱର: ଅତ୍ୟାଧୁନିକତାର ପ୍ରବର୍ତ୍ତକ ଓ ପ୍ରଗତିବାଦୀ କାବ୍ୟର ପ୍ରତିଷ୍ଠାତା ଭାବେ ପରିଚିତ ବିଶିଷ୍ଟ ସାରସ୍ୱତ ସାଧକ କବି ସଚ୍ଚି ରାଉତରାୟ। କେବଳ କବିତା ନୁହେଁ କ୍ଷୁଦ୍ରଗଳ୍ପ, ସମାଲୋଚନା, ଉପନ୍ୟାସ ଓ ଗବେଷଣାମୂଳକ ଲେଖା ଲେଖିବାରେ ସେ ଥିଲେ ସିଦ୍ଧହସ୍ତ। ବହୁ ପ୍ରସିଦ୍ଧ ପୁସ୍ତକର ସେ…

ଗୋପୀନାଥ ମହାନ୍ତିଙ୍କ ସାହିତ୍ୟକୃତିର ଡିଜିଟାଲ ସଂକଳନ ଉନ୍ମୋଚିତ

ଭୁବନେଶ୍ୱର: ରାଜ୍ୟର ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ହେଉ କି ପ୍ରଥମ ଜ୍ଞାନପୀଠ ପୁରସ୍କାର ହେଉ ଏନେଇ ପ୍ରସଙ୍ଗ ଉଠିଲେ ସାମ୍ନାକୁ ଆସିଥାଏ ବିଶିଷ୍ଟ ସାରସ୍ୱତ ସାଧକ ଗୋପୀନାଥ ମହାନ୍ତିଙ୍କ ଚିତ୍ର। ଅମୃତ ସନ୍ତାନ, ମାଟିମଟାଳ, ହରିଜନ ଆଦି ପୁସ୍ତକକୁ ନେଇ ସବୁ ବେଳେ ଚର୍ଚ୍ଚା…

ଓଡିଶାରେ ବୁଦ୍ଧିଜୀବୀ ସଂସ୍କୃତିରେ ଅବନତି ଘଟିଛିି, ଯାହା ଆମ ସିନେମାରେ ପ୍ରତିଫଳିତ ହୋଇଛି : ନାଟ୍ୟକାର ବିଜୟ ମିଶ୍ର

ଭୁବନେଶ୍ୱର: ବିଶିଷ୍ଟ ନାଟ୍ୟକାର, ଲେଖକ ଓ ସଂଳାପକାର ବିଜୟ ମିଶ୍ର ରବିବାର ଭୁବନେଶ୍ୱରରେ ଇହଲୀଳା ସମ୍ବରଣ କରିଛନ୍ତି । ଓଡିଆ ସାହିତ୍ୟ ଓ ମନୋରଞ୍ଜନ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ଓଡିଶା ସମ୍ବାଦକୁ ସେ ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ କଣ କହିଥିଲେ ଆସନ୍ତୁ ଜାଣିବା ।…

ବିଜୟ ମିଶ୍ରଙ୍କ ଦେହାନ୍ତ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ବିଶିଷ୍ଠ ନାଟ୍ୟକାର ବିଜୟ ମିଶ୍ରଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତ ଓ ସାହିତ୍ୟ ପାଇଁ ସ୍ୱଗର୍ତ ବିଜୟ ମିଶ୍ରଙ୍କ ଅବଦାନ ଅତୁଳନୀୟ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଆରପାରିରେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର

ଭୁବନେଶ୍ୱର: ଆରପାରିରେ ପ୍ରସିଦ୍ଧ ଓଡ଼ିଆ ନାଟ୍ୟକାର ତଥା ସଂଳାପ ଲେଖକ ବିଜୟ ମିଶ୍ର । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ । ବିଜୟ ମିଶ୍ରଙ୍କୁ ନାଟ୍ୟ ଜଗତରେ ତାଙ୍କ…

୯୦ରେ ପାଦ ଥାପିଲେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ

ଭୁବନେଶ୍ୱର: ଭାରତବର୍ଷର ପ୍ରଖ୍ୟାତ ଭାଷାତତ୍ତ୍ୱବିତ୍ ତଥା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବାର ମୁଖ୍ୟନାୟକ, ପଦ୍ମଶ୍ରୀ ପ୍ରଫେସର ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଆଜି ୯୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ଏକ ଉଚ୍ଚକୋଟିର ସ୍ମାରକ ପୁସ୍ତକ ଲୋକାର୍ପଣ ହୋଇଛି । ଆଜି…