Latest Odisha News
Browsing Category

ସ୍ମୃତିଲିପି

ପଟ୍ଟନାୟକେ ଥିଲେ ବୋଲି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ଜୀବନର ଗତି ଅତି ରହସ୍ୟମୟ , ସବୁବେଳେ ସରଳ ରେଖାରେ ଚାଲେ ନାହଁ। ଜୀବନର ହିସାବ ଖାତାରେ ସବୁବେଳେ ଦୁଇ ଯୋଗ ଦୁଇ ଚାରି ହୁଏ ନାହିଁ, କେବେ ଦଶ ବି ହେଇପାରେ ତ କେବେ ଶୁନ୍ୟ ବି ହେଇପାରେ। ଜୀବନ ଚକ୍ର ବେଳେବେଳେ ଏମିତି ଏକ ଅଜଣା ମୋଡ଼ରେ ପହଞ୍ଚେଇ…

ଅନୁଭୁତିରେ ଚିତାଲାଗି ଅମାବାସ୍ଯା

ଲୋପାମୁଦ୍ରା ପରିଡା  ଚିତାଲାଗି ଅମେଇସିଆ ଆଜି । ସକାଳୁ ମାଟିର ସରା ପଲମକୁ ବୋଉ ଧୋଇଧାଇ ଶୁଖେଇ ରଖୁଥିଲା । ଗୋଟେ ସଫା କିନ୍ତୁ ପୁରୁଣା ଧୋତି ଯୋଉଟା ବାପା ଆଉ ପିନ୍ଧୁ ନ ଥିବେ , ଆଉ ଏବେ ସେଇଟା ଦିଅଁଙ୍କର ବଳିତା ବଳା ହେଉଥିବ ରାଶି ଆଉ ଜଡା ତେଲକୁ ହାତରେ ମାରି ପାପୁଲିରେ ବଳି ବଳି ସେଇ…

ଡାକ୍ତର ହେବା ନୋହିଲା

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ ସର୍ବନିୟନ୍ତାଙ୍କ ରଚିତ ଏହି ଜୀବନ ନାଟକକୁ ଆମ ଦୃଷ୍ଟଭଙ୍ଗୀରେ ଦେଖିଲେ ଅନେକ ଅସଙ୍ଗତି ଜଣାପଡେ। କେବେ ଆଲୋକର ବନ୍ୟା ଭିତରେ ରାସ୍ତା ହଜିଯାଏ ତ କେବେ ଘନଅନ୍ଧକାର ଭିତରେ ଗୋଟିଏ କ୍ଷୀଣ ଅଲୋକ ବର୍ତ୍ତିକା ଦିଗଦର୍ଶନ ଦେଇ ସଠିକ ଠିକଣାରେ ପହଞ୍ଚେଇ…

ସ୍ମୃତିଲିପି : ଏମିତି ବି ବନ୍ଧୁ ଥାଆନ୍ତି

ବିଷ୍ଣୁପ୍ରିୟା ହୋତାଙ୍କ ସ୍ମୃତିର ଫରୁଆରୁ  ନିକଟ ଅତୀତରେ ହ୍ଵାଟସପରେ ଜଣେ ପୂର୍ବତନ ସହକର୍ମୀ ପଠେଇ ଥିବା ବନ୍ଧୁତା ଉପରେ ପର୍ଯ୍ୟବେସିତ ନାରାୟଣ ମିଶ୍ରଙ୍କ ଲିଖିତ ଏକ ଗଳ୍ପ ପଢ଼ିବାକୁ ମିଳିଲା । ଯେଉଁଥିରେ ଅବସର ଜୀବନରେ ସୁଖ ପାଇଁ, ତାଙ୍କ ରଚିତ ଚରିତ୍ର ଗୁରୁ ଦାସ ଯେଉଁ ତିନୋଟି ଜିନିଷ…

 ଅନୁଭୂତିରେ ଶ୍ରୀଜଗନ୍ନାଥ : ବିଷ୍ଣୁପ୍ରିୟା ହୋତା

କୃପାବାରିଧି ଜୀବନରେ ଏମିତି ବି କିଛି ଅନୁଭୂତି ଅଛି ଯାହା ଅକଳ୍ପନୀୟ, ଅବର୍ଣ୍ଣନୀୟ ଶବ୍ଦାତୀତ କେବଳ ଅନୁଭୂତିର କଥା। ଏ ଅନୁଭୂତି କୃପାପାରାବାର , କରୁଣା ସାଗର, ଜଗତର ନାଥ ,ପତିତପାବନ ଜଗନ୍ନାଥଙ୍କୁ ନେଇ। ୧୯୯୨ ମସିହାର କଥା, ଆମେ ସେତେବେଳେ କେନ୍ଦୁଝରରେ ଥାଉ। ପୁରୋହିତ ବାବୁଙ୍କର…

ଅନୁଭୂତିରେ ଶ୍ରୀଜଗନ୍ନାଥ : ନିବେଦିତା ନନ୍ଦ

ଦର୍ଶନାନୁଭୂତି  ସେ ଅନାଥର ନାଥ, ସେ ଅଗତିର ଗତି।ତାଙ୍କ ଇଚ୍ଛା ବିନା ପତ୍ର ଟିଏ ହଲେନି ଏ ସଂସାରରେ। ମୁଁ ବା କି ଛାର ମଣିଷ ଲେଖିବି ତାଙ୍କ ଦର୍ଶନାନୁଭୂତି ! ସେ ନିଜେ ହିଁ ଚଳେଇନେବେ ମୋ କଲମ ବର୍ଣ୍ଣି ହେଇଯିବ ତାଙ୍କ ମହିମା। ଦୁଇ ହଜାର ସତର ମସିହା କଥା। ପୁଅ ବ୍ରତଘର ପଡିଲା ଅଣସର…

ଅନୁଭୂତିରେ ରଥଯାତ୍ରା : ବଳରାମ ପୂଜାରୀ 

ଦିବ୍ୟ ଅନୁଭୂତି  ପରମବ୍ରହ୍ମଙ୍କ ଅପାର ଲୀଳା ।ଅଲୌକିକ,ଅବର୍ଣ୍ଣନୀୟ ତାଙ୍କ ଭିଆଣ । କାହାକୁ ଓଦା ସରସର ପ୍ରଶାନ୍ତିରେ ଭିଜେଇ ଦିଅନ୍ତି ତ କାହାକୁ ପରୀକ୍ଷା କରାଇ କରାଇ ହାଲିଆ କରିଦିଅନ୍ତି । ମୋର ଠିକ୍ ମନେ ଅଛି , ଶ୍ରୀ କ୍ଷେତ୍ର ଆସିବାର ସୁଯୋଗ ଟିଏ ସୃଷ୍ଟି ହୋଇଥିଲା ୨୦୦୮ମସିହାରେ ।…

ଅନୁଭୂତିରେ ରଥଯାତ୍ରା : ସୁଷମା ପରିଜା

ଦୟାନିଧି - କରୁଣାସାଗର  ଶ୍ରୀ ଜଗନ୍ନାଥ ଆମ ହୃଦୟର ଠାକୁର। ସେ କୈବଲ୍ୟଦାତା, ପରମ କରୁଣାମୟ । କେହି ଭକ୍ତି ସହକାରେ ମନେ ମନେ ଯାହା ମାଗିଲେ ସେ ଅବଶ୍ୟ ଭକ୍ତର ମନୋକାମନା ପୂରଣ କରନ୍ତି। ଦୁଇ ହଜାର ଅଠର ମସିହାରେ ମୋ’ ଜୀବନର ସେମିତି ଗୋଟିଏ ଅନୁଭୂତି ହୋଇଥିଲା । ପୁରୀର ରଥଯାତ୍ରା…

ଅନୁଭୂତିରେ ରଥଯାତ୍ରା : ଲୋପାମୁଦ୍ରା ପରିଡ଼ା 

ସ୍ମୃତିରେ ତୁମେ କାଳିଆର କଥା ତ ସ୍ମୃତି ନୁହେଁ ଆତ୍ମା, ଚେତନାର ଅନୁଭୂତି ।ପ୍ରଣବାକାର ପରମ ବ୍ରହ୍ମ ସିଏ । ସେ ଆମକୁ ସେତିକି ଭଲପାଇବା ଦେଇଛି ଯେ ଆମ ଭିତରର ଆପଣାପଣ ତାକୁ ଅତି ଆପଣାର ପ୍ରିୟ ମଣିଷ ପରି " ତୁ " ପରି ସମ୍ବୋଧିତ କରିପାରୁଛେ । ନୋହିଲେ ସେ ତ ଅଖିଳକୋଟି ବ୍ରହ୍ମାଣ୍ଡ ପତି,…

ଅନୁଭୂତିରେ ରଥଯାତ୍ରା : ମଞ୍ଜୁବାଳା ପଣ୍ଡା

ସ୍ମୃତିରୁ ଖିଏ ମଞ୍ଜୁବାଳା ପଣ୍ଡା ୨୦୦୭ ମସିହା। ଶ୍ରୀ ଗୁଣ୍ଡିଚା ଯାତ୍ରାର ଠିକ୍ ପୂର୍ବ ଦିନ ମୋ ସାନପୁଅ ପିନୁର ଏମ୍ ବି ବି ଏସ୍ ପାଇଁ ମେଡିକାଲ୍ କଲେଜରେ ଆଡ଼ମିସନ ହେଲା। ସୁରୁଖୁରୁରେ ସବୁ କାମ ସରିଯିବା ପରେ ଯୋଜନା କଲୁ , ଆସନ୍ତାକାଲି ପୁରୀ ଯିବୁ ରଥଯାତ୍ରା ଦେଖିବାକୁ।…