Latest Odisha News

BREAKING NEWS

Browsing Category

ଶିଶୁ କବିତା

ଶିଶୁ କବିତା : ମାଆ ଆସିଛନ୍ତି

ତରୁଣ କୁମାର ମିଶ୍ର ଧରଣୀ ହସଇ କାଶତଣ୍ଡୀ ମୁଖେ ଆଶ୍ବିନ ଆସିଛି ବୋଲି , ବିଞ୍ଚି ମହୀ ପରେ ଗଙ୍ଗଶିଉଳୀକୁ ଫୁଲର ପସରା ମେଲି । ନାନା ଜାତି ଫୁଲ ଫଳ ସମ୍ଭାରରେ ସଜାଇ ଧରଣୀ ରାଣୀ , ସମ୍ଭାଷଣ କରେ ମାଆ ଅମ୍ବିକାଙ୍କୁ ଆସ ଦୁର୍ଗତି ନାଶିନୀ । ତଡ଼ାଗ ତଟିନୀ ଶୁଭ୍ର ଜଳ ଘେନି…

ଶିଶୁ କବିତା : ଘରଚଟିଆ

ରୁଣ କୁମାର ମିଶ୍ର କୁନି କୁନି ଗୋଡ଼ ଦୁଇ ଟିକି ଥଣ୍ଟ ତା' ର , ମାଟିଆ ଶରୀରେ ଶୋହେ ଧଳା ଧଳା ଗାର । ଦିଶେ କେଡ଼େ ଶୋଭାବନ୍ତ ସେ ଟିକି ଚଢ଼େଇ , ଘରଚଟିଆ ନାମରେ ଚିହ୍ନା ପରା ସେହି । ଘର ଚାଳ ସନ୍ଧିରେ ସେ ବସା ଥାଏ କରି , ସକାଳ ହୋଇଲେ ଉଡ଼ି ଯାଏ ଫୁର୍ କରି । କିଚିରି…

ଶିଶୁ କବିତା : ଆମ ଘରେ ଏକ ଚଟିଆ

ପୂଣ୍ୟପ୍ରଭା ଦେବୀ ଆମ ଘରେ ଏକ ଘର ଚଟିଆ ଥିଲା ସିଏ ଭାରି ନଟଖଟିଆ କିଚିରିମିଚିରି ପାଟି କରି କରି ଉଡିଉଡିଯାଏ ବାରିପଟିଆ। ଆମ ଘରେ ଥିଲା ଘରଚଟିଆ। ସକାଳୁ ସକାଳୁ ଯାଏ ସେ ଚରି ଆଣେ କାଠିକୁଟାସାଥିରେ ଧରି ପଙ୍ଖା ଉପରେ କରେ ସେ ବସା ସବୁ ହୋଇଯାଏ ଫସରଫସା। ଆମ ଘରେ ଥିଲା…

ଶିଶୁ କବିତା : ଗରମ୍ ଗରମ୍ ମୁଢ଼ି

ପୂଣ୍ୟପ୍ରଭା ଦେବୀ ଗରମ୍ ଗରମ୍ ମୁଢ଼ି ଭାଜୁଥିଲେ ବସି ଖୁଡ଼ୀ କେଉଁଠୁ ଆସିଲା ଦକ୍ଷିଣା ପବନ ସବୁଯାକ ଗଲା ଉଡ଼ି। ଗରମ୍ ଗରମ୍ ମୁଢ଼ି ଯାଉଥିଲା ବେଳେ ଉଡ଼ି କେଉଁଠୁ କେଜାଣି ଆସିଗଲେ କାଉ ଉଠିଲେ ଧାଡ଼ିକୁ ଧାଡ଼ି ଗରମ୍ ଗରମ୍ ମୁଢ଼ି ଯେଉଁ ଠାରେ ଗଲା ପଡ଼ି ତାକୁ ଖାଇବାକୁ ତା…

ଶିଶୁ କବିତା : ମାମୁଁଘର ଗାଆଁ

ତରୁଣ କୁମାର ମିଶ୍ର ନଈ ସେପାରି ତାଳବଣରେ ମୋ ମାମୁଁଘର ଗାଆଁ , ଦୂରରୁ ଦିଶେ ସୁନ୍ଦର ଭାରି ତାଳବଣିଆ ତା ' ନାଁ । ମାମୁଁଘରକୁ ଯାଉଥିଲି ମୁଁ ଡଙ୍ଗାରେ ପାରି ହୋଇ , ଅକାତ କାତ ପାଣିର ସୁଅ ନିଏ ଡଙ୍ଗା ଭସାଇ । ଏବେ ତ ଆଉ ରହୁନି ପାଣି ନଈରେ ପକା ପୋଲ , ଗାଡ଼ି ମଟର ଯାହାକୁ…

ଶିଶୁ କବିତା : ବୁଲି ଯାଇଥିଲି ଶିମିଳିପାଳ

କୁଞ୍ଜ ବିହାରୀ ସାହୁ ବାପା-ବୋଉ ସାଥେ ଯାଇଥିଲି ବୁଲି ମୟୁରଭଞ୍ଜର ଶିମିଳିପାଳ, ଦେଖୁଥିଲି ମୁହିଁ ଚାରିପଟେ ଅଛି ଉଚ୍ଚ ପରବତ, ନଦୀ ଓ ନାଳ। ଗୋଡ଼ିମାଟି ରାସ୍ତା ବାଟେ ଖାଲଖମା ଚାଲୁଥିଲି ମୁହିଁ ଥିଇରିଥିରି, ବେଳେବେଳେ ବୋଉ ହାତ ଧରୁଥିଲା ପିଲା ହସୁଥିଲେ କିଇରିକିରି ।…

ଶିଶୁ କବିତା : ଆମେ ଟିକି ତାରକା

ତରୁଣ କୁମାର ମିଶ୍ର ଆମେ ସବୁ ଏ ଦେଶର ଟିକି ଟିକି ତାରକା , ଅଜ୍ଞାନର ଅନ୍ଧକାରେ ଆଲୋକର ବର୍ତ୍ତିକା । ଜାତି ଭାଷା ବିଭେଦତା ନାହିଁ ଆମ ମନରେ , ମାନବତା ଆମ ଜାତି ଆମେ ଭାରତୀୟରେ । ଆମ ମନ ବଗିଚାରେ ଭଳି ଭଳି କୁସୁମ , ବାସନାରେ ଚହଟଇ ଗୁଣ ମଧ୍ଯ ଅସୀମ । ଅହିଂସା ଆମର…

ଶିଶୁ କବିତା: ପରଜାପତି

ତରୁଣ କୁମାର ମିଶ୍ର ପରଜାପତିରେ ପରଜାପତି , ହେଉଅଛୁ କିଆଁ ତରକା ଅତି , ଫୁଲରୁ ଫୁଲକୁ ଯାଉ ଉଡ଼ି ବେଗେ , ମନ କଥା କେବେ ନଶୁଣି କିଛି । କେଡ଼େ ଶରଧାରେ ପରାଗେ ତା'ର , ରଖିଛି ତୋ ପାଇଁ ମଧୁ ଆଧାର , ଦେବ ବୋଳି ଦେହେ ତା'ରଙ୍ଗୀନ ରେଣୁ ରଙ୍ଗରଙ୍ଗିଆ ଡେଣାରେ ତୋର । ପରାଗ…

ଶିଶୁ କବିତା : ଆମେ ହସିଲେ ଦେଶ ହସିବ

କୁଞ୍ଜ ବିହାରୀ ସାହୁ  ସ୍ୱାଧୀନ ଦେଶର ଶିଶୁ ଆମେରେ ଆମରି ଓଠରେ ଭରିଛି ହସ, ଆମେରେ ନାଚୁଛୁ ଥେଇକି ଥେଇ ସଭିଙ୍କୁ କହୁଛୁ ଏକାଠି ବସ । ଉଡ଼େଇ ଦେଉଛୁ ତ୍ରିରଙ୍ଗା ବାନା ଅଗଷ୍ଟ ପନ୍ଦର ଆସିଛି ବୋଲି, ସଭିଏଁ ଆମେରେ ଭଉଣୀ ଭାଇ ବୁଲୁଛୁ ଖୁସିରେ ଗୀତଟି ବୋଲି । ଭାଷଣ ଦେଉଛୁ…

ଶିଶୁ କବିତା: ଘାସ ଫୁଲ

ସୁଜାତା ମିଶ୍ର ଘାସ ଗାଲିଚାରେ ମୁଁ ଘାସ ଫୁଲ.. କେ କଳି ପାରିବ ମୋହର ମୂଲ! କାକର ଟୋପାରେ ଝଟକୁ ଥାଏ.. ଜୋଛନା ରାତିରେ କୁରୁଳୁ ଥାଏ.., ରେଶମୀ ଖରା ମୋ ତନୁକୁ ଛୁଏଁ.. ବରଷା ଧାରାରେ ଧୋଇ ମୁଁ ହୁଏ.., ଚାଲି ଶିଖୁଥିବା ଶିଶୁର ପାଦ ଛୁଇଁ ଯାଏ ଯେବେ ତନୁ ମୋହର.., କୋମଳ…