Latest Odisha News
Browsing Category

ଶିଶୁ କବିତା

ଶିଶୁ କବିତା : କାର୍ତ୍ତିକ ଚାଲିଛି ବୋଲି

ତରୁଣ କୁମାର ମିଶ୍ର ଫୁଲଝରି ଧରି ମାଙ୍କଡ଼ ନାଚୁଛି ଭାଲୁ ଖେଳେ ଲୁଚକାଳି , ହାତୀ ପିଠି ପରେ ବାଘ ମାମୁଁ ବସି ଆନନ୍ଦେ ବଜାଏ ତାଳି । କୁକୁର ମୁଣ୍ଡରେ ହେଲମେଟ ବାନ୍ଧି ସ୍କୁଟି ଚଲାଉଛି ଦେଖ , ତା ପଛରେ ବସି ଛେଳି ମହାନନ୍ଦେ ଚୋବାଉଛି ବରପତ୍ର । ବିଲେଇ ନାନୀ ତ ସେଲଫି ଉଠାଏ…

ଶିଶୁ କବିତା : ଆମେ ସବୁ ସୁନାଫୁଲ

ବନ୍ଦିତା ଦାଶ  ଭାରତ ଆମର ଘର, ଆମେସବୁ ସୁନାଫୁଲ ହାତରେ ମିଶାଇ ହାତ ଗାଇବା ଏକତା ଗୀତ ଶୁଣିବକି ତୁମେସବୁ କୁହ ଏଥର ଛୋଟିଆ ଆମର ସ୍ଵପ୍ନ ଆମେ ନୋହୁଁ କେହି ଭିନ୍ନ ମନରେ ମିଶାଇ ମନ ଶାନ୍ତିର ବାରତା ଗାନ ହେଉ ଆଜି ଆମ ପାଇଁ ମୂଳ ମନ୍ତର।୧। ଛୋଟ ବୋଲି କହିଦେଇ ଆମକୁ ଏଡ଼ାଇ ଦେଇ…

ଶିଶୁ କବିତା : ଆମରି କଥା

ତରୁଣ କୁମାର ମିଶ୍ର ଆମେ ସବୁ ଏ ଦେଶର ଟିକି ଟିକି ତାରକା , ଅଜ୍ଞାନର ଅନ୍ଧକାରେ ଆଲୋକର ବର୍ତ୍ତିକା । ଜାତି ଭାଷା ବିଭେଦତା ନାହିଁ ଆମ ମନରେ , ମାନବତା ଆମ ଜାତି ଆମେ ଭାରତୀୟରେ । ଆମ ମନ ବଗିଚାରେ ଭଳି ଭଳି କୁସୁମ , ବାସନାରେ ଚହଟଇ ଗୁଣ ମଧ୍ଯ ଅସୀମ । ଅହିଂସା ଆମର…

ଶିଶୁ କବିତା : ଶ୍ରମିକ ଭାଇ

କୁଞ୍ଜ ବିହାରୀ ସାହୁ ଶ୍ରମିକ ଭାଇରେ ଶ୍ରମିକ ଭାଇ ଖରା,ବରଷାକୁ ଖାତିରି ନାଇଁ ସକାଳୁ ଯାଉଛୁ କାମ କରିବାକୁ ବାସିପଖାଳକୁ ସଅଳ ଖାଇ । ସଭିଙ୍କ କଥାକୁ ସରାଗେ ଶୁଣି ତାଙ୍କରି କଥାକୁ ହେଉଛୁ ଗୁଣି ମନଯୋଗ ଦେଇ କାମ କରୁଥାଉ ତୋଅରି କାମରେ ସଭିଏଁ ଋଣୀ । ଆସୁଥାଉ ପଛେ ଗ୍ରୀଷମ…

ଶିଶୁ କବିତା : ମାଆ ଆସିଛନ୍ତି

ତରୁଣ କୁମାର ମିଶ୍ର ଧରଣୀ ହସଇ କାଶତଣ୍ଡୀ ମୁଖେ ଆଶ୍ବିନ ଆସିଛି ବୋଲି , ବିଞ୍ଚି ମହୀ ପରେ ଗଙ୍ଗଶିଉଳୀକୁ ଫୁଲର ପସରା ମେଲି । ନାନା ଜାତି ଫୁଲ ଫଳ ସମ୍ଭାରରେ ସଜାଇ ଧରଣୀ ରାଣୀ , ସମ୍ଭାଷଣ କରେ ମାଆ ଅମ୍ବିକାଙ୍କୁ ଆସ ଦୁର୍ଗତି ନାଶିନୀ । ତଡ଼ାଗ ତଟିନୀ ଶୁଭ୍ର ଜଳ ଘେନି…

ଶିଶୁ କବିତା : ଘରଚଟିଆ

ରୁଣ କୁମାର ମିଶ୍ର କୁନି କୁନି ଗୋଡ଼ ଦୁଇ ଟିକି ଥଣ୍ଟ ତା' ର , ମାଟିଆ ଶରୀରେ ଶୋହେ ଧଳା ଧଳା ଗାର । ଦିଶେ କେଡ଼େ ଶୋଭାବନ୍ତ ସେ ଟିକି ଚଢ଼େଇ , ଘରଚଟିଆ ନାମରେ ଚିହ୍ନା ପରା ସେହି । ଘର ଚାଳ ସନ୍ଧିରେ ସେ ବସା ଥାଏ କରି , ସକାଳ ହୋଇଲେ ଉଡ଼ି ଯାଏ ଫୁର୍ କରି । କିଚିରି…

ଶିଶୁ କବିତା : ଆମ ଘରେ ଏକ ଚଟିଆ

ପୂଣ୍ୟପ୍ରଭା ଦେବୀ ଆମ ଘରେ ଏକ ଘର ଚଟିଆ ଥିଲା ସିଏ ଭାରି ନଟଖଟିଆ କିଚିରିମିଚିରି ପାଟି କରି କରି ଉଡିଉଡିଯାଏ ବାରିପଟିଆ। ଆମ ଘରେ ଥିଲା ଘରଚଟିଆ। ସକାଳୁ ସକାଳୁ ଯାଏ ସେ ଚରି ଆଣେ କାଠିକୁଟାସାଥିରେ ଧରି ପଙ୍ଖା ଉପରେ କରେ ସେ ବସା ସବୁ ହୋଇଯାଏ ଫସରଫସା। ଆମ ଘରେ ଥିଲା…

ଶିଶୁ କବିତା : ଗରମ୍ ଗରମ୍ ମୁଢ଼ି

ପୂଣ୍ୟପ୍ରଭା ଦେବୀ ଗରମ୍ ଗରମ୍ ମୁଢ଼ି ଭାଜୁଥିଲେ ବସି ଖୁଡ଼ୀ କେଉଁଠୁ ଆସିଲା ଦକ୍ଷିଣା ପବନ ସବୁଯାକ ଗଲା ଉଡ଼ି। ଗରମ୍ ଗରମ୍ ମୁଢ଼ି ଯାଉଥିଲା ବେଳେ ଉଡ଼ି କେଉଁଠୁ କେଜାଣି ଆସିଗଲେ କାଉ ଉଠିଲେ ଧାଡ଼ିକୁ ଧାଡ଼ି ଗରମ୍ ଗରମ୍ ମୁଢ଼ି ଯେଉଁ ଠାରେ ଗଲା ପଡ଼ି ତାକୁ ଖାଇବାକୁ ତା…

ଶିଶୁ କବିତା : ମାମୁଁଘର ଗାଆଁ

ତରୁଣ କୁମାର ମିଶ୍ର ନଈ ସେପାରି ତାଳବଣରେ ମୋ ମାମୁଁଘର ଗାଆଁ , ଦୂରରୁ ଦିଶେ ସୁନ୍ଦର ଭାରି ତାଳବଣିଆ ତା ' ନାଁ । ମାମୁଁଘରକୁ ଯାଉଥିଲି ମୁଁ ଡଙ୍ଗାରେ ପାରି ହୋଇ , ଅକାତ କାତ ପାଣିର ସୁଅ ନିଏ ଡଙ୍ଗା ଭସାଇ । ଏବେ ତ ଆଉ ରହୁନି ପାଣି ନଈରେ ପକା ପୋଲ , ଗାଡ଼ି ମଟର ଯାହାକୁ…

ଶିଶୁ କବିତା : ବୁଲି ଯାଇଥିଲି ଶିମିଳିପାଳ

କୁଞ୍ଜ ବିହାରୀ ସାହୁ ବାପା-ବୋଉ ସାଥେ ଯାଇଥିଲି ବୁଲି ମୟୁରଭଞ୍ଜର ଶିମିଳିପାଳ, ଦେଖୁଥିଲି ମୁହିଁ ଚାରିପଟେ ଅଛି ଉଚ୍ଚ ପରବତ, ନଦୀ ଓ ନାଳ। ଗୋଡ଼ିମାଟି ରାସ୍ତା ବାଟେ ଖାଲଖମା ଚାଲୁଥିଲି ମୁହିଁ ଥିଇରିଥିରି, ବେଳେବେଳେ ବୋଉ ହାତ ଧରୁଥିଲା ପିଲା ହସୁଥିଲେ କିଇରିକିରି ।…