Latest Odisha News

BREAKING NEWS

Browsing Category

ଶିଶୁ କବିତା

ଶିଶୁ କବିତା : ପତର

ପ୍ରତିଭା ସାହୁ  ପତର ପତର ନାଆଁଟି ପତର ଛୋଟ ବଡ଼ ମୋ ଆକାର ଦେହଟି ମୋହର ସବୁଜ ରଙ୍ଗର ସଦା କରେ ଉପକାର ।। ଅନେକ ସୁଗୁଣ ରହିଛି ମୋ ପାଖେ ପତରୁ ହୁଏ ଔଷଧ ହୋମ ଯଜ୍ଞ ଆଦି ପୂଜା ପାର୍ବଣରେ ଲୋଡା ହୁଏ ମୁଁ ଆଦ୍ୟ ।। ଜାତି ଜାତିକା ପତରରେ ମୋର ରନ୍ଧା ହୁଏ ପୁଣି ଶାଗ ରକ୍ତ…

ଶିଶୁ କବିତା : ସନ୍ଧ୍ୟା

ଝରଣା ବାରିକ  ଦିନର ଶେଷରେ ରାତି ଆରମ୍ଭରେ ପାଦ ଚିପି ଚିପି ଆସ, ମୁଣ୍ଡରେ ଓଢ଼ଣା ହାତେ ବାଜେ ବୀଣା କଳା ଶାଢୀ ପିନ୍ଧି ହସ। ସୂର୍ଯ୍ୟ ଲୁଚିଯାଏ ଜହ୍ନ ଆସିଯାଏ ତୁମ ମୁହଁ ଯେବେ ଚାହେଁ, ପକ୍ଷୀମାନେ ଉଡି ଯାଆନ୍ତି ବସାକୁ ଯେତେ ଦୂରେ ଥାଉ ଯିଏ। ତରତର ହୋଇ ଲୁଗା ପାଲଟାଇ ବୋଉ…

ଶିଶୁ କବିତା : ଟିକି ଚଢେଇ

ବନ୍ଦିତା ଦାଶ  ଟିକି ଚଢେଇ,ଟିକି ଚଢେଇ ଥଣ୍ଟରେ ନେଉ କିସ, କେଉଁଠି ରହୁ,କେଉଁଠି ଖାଉ, କେଉଁଠି ତୋ'ର ଦେଶ ? ଆକାଶେ ଉଡୁ ମନଖୁସିରେ କେବେ ବଗିଚାସାରା ସାଙ୍ଗମେଳରେ ଥାଉ ପୁଣି ତୁ କେବେ ଏକଲା ବାଆଁରା । ବରଷା ଆଗୁ ଘର କରୁତୁ ଗଛଡାଳ ସନ୍ଧିରେ କାଠି,କୁଟାକୁ ଗୋଟେଇଆଣି…

ଶିଶୁ କବିତା : ଆଲୋ ମୋର କଣ୍ଢେଇ

ପ୍ରତିଭା ସାହୁ  କଣ୍ଢେଇ ମୋ କଣ୍ଢେଇ ଆଲୋ ମୋର କଣ୍ଢେଇ ପିନ୍ଧେଇ ଦେବି ନୂଆ ଜାମା ଚନ୍ଦନ ଟିପା ଲଗେଇ ଆଲୋ ମୋର କଣ୍ଢେଇ । ଗଜରାମାଳ ଖୋସି ଦେବି ମୁଣ୍ଡ ତୋର କୁଣ୍ଡାଇ ପାଦକୁ ମାନିବ ସରୁ ପାଉଁଜି ଦେବିଲୋ ତତେ ପିନ୍ଧାଇ ଆଲୋ ମୋର କଣ୍ଢେଇ । ଗାଡ଼ିରେ ମୋର ବସେଇ ତତେ ସହର…

ଶିଶୁ କବିତା : ଦେଖିଦେଖି ଶିଖ

ବନ୍ଦିତା ଦାଶ ପିମ୍ପୁଡିକୁ ଦେଖ ପିଲେ ପିମ୍ପୁଡିକୁ ଦେଖ ଠିକବେଳେ ଠିକ୍ କାମ ତାହାଠାରୁ ଶିଖ।। ନିଜ କାମ ନିଜେ କର ନିରିଭର କରନା ସମୟକୁ କେବେ ହେଲେ ଅପଚୟ କରନା। ମିଛକଥା କୁହନାହିଁ କରନାହିଁ ବାହାନା ମିଳିମିଶି ରୁହ ତୁମେ ରାଗ ରୁଷା କରନା ।। ସମାଜରୁ ନେଇଥାଅ…

ଶିଶୁ କବିତା : ଫିକା ଲାଗେ ନୂଆ ବରଷ

ପ୍ରତିଭା ସାହୁ ଫିକା ଫିକା ଲାଗେ ନୂଆ ବରଷଟା ମନ କର ନାହିଁ ଊଣା ବଣଭୋଜି ପାର୍ଟି ଵୁଲାବୁଲି ସଵୁ ସେଲିବ୍ରେସନ୍ ତ ମନା ।। ଓମିକ୍ରନ୍ ରୋଗ ଆସିଗଲା ପୁଣି ତେଣୁ ହେଲା କଟକଣା ଘରେ ରହି ନୂଆ ବରଷ ପାଳିବା ଖାଇ ପିଇ ପିଠାପଣା ।। ନୂଆ ବରଷର ନୂତନ ପ୍ରଭାତେ ଉଦୟ ଭାନୁକୁ ଚାହିଁ…

ଶିଶୁ କବିତା : ସମୟ ମୂଲ୍ୟବାନ

ବନ୍ଦିତା ଦାଶ  ପାଠ ଆମେ ପଢିବା ଆମ ଦେଶ ଗଢିବା ଠିକ୍ ସମୟରେ ଆମେ ଠିକ୍ କାମ କରିବା । ସକାଳଟା ସଞ୍ଜ ହୁଏ ସଞ୍ଜ ହୁଏ ରାତି ଦିନ ଦିନ ବଢିଚାଲେ ବଢିଚାଲେ ଗତି । ସାତଦିନ ମିଶିହୁଏ ଗୋଟିଏ ସପ୍ତାହ ଚାରି ସପ୍ତାହକୁ ନେଇ ମାସଟିଏ କୁହ । ବାରମାସ ମିଶିଗଲେ ହୁଏ ଏକ ବରଷ…

ଶିଶୁ କବିତା : ଆସିଲାଣି ଶୀତ

ପ୍ରତିଭା ସାହୁ  ପାହାଡକୁ ଛୁଇଁ ଆସିଲାଣି ଧିରେ ଘନ କୁହୁଡ଼ିରେ ଶୀତ ପାଚିଲା ଧାନକୁ ଦେଖି ଦେଇ ଚାଷୀ ଖୁସିରେ ଗାଉଛି ଗୀତ ।। ଘାସ ପତରରୁ ଶିଶିର ମୁକୁତା ଟୋପା ଟୋପା ଝରୁଅଛି ସୁନେଲି ସୂରୁଜ ସୋରିଷ ଫୁଲରେ କିରଣ ଢାଳି ହସୁଛି ।। ଶୀତର ପୋଷାକ ଖୋଜା ପଡିଲାଣି ସୁଏଟର ମଫଲର…