Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବବିଙ୍କ ଇସାରା ପରେ ମୁହଁ ଖୋଲିଲେ ସୁଜାତା, କହିଲେ ‘ଇସ୍ତଫା ଦେବାର ନାହିଁ’

ଭୁବନେଶ୍ବର: ଉଠୁଛି ପଡୁଛି ଯାଜପୁର ରାଜନୀତି  । ଖୋଲା ମଇଦାନରେ ବବିଙ୍କ ରଣହୁଙ୍କାର ପରେ ସୁଜତା ଦେଲେ ସଫେଇ । କହିଲେ, ମୋର ଇସ୍ତଫା ଦେବାର ନାହିଁ, କି ବବିଙ୍କୁ ଉପନିର୍ବାଚନ ବି ଲଢିବାର ନାହିଁ । ସେ ଯାଜପୁର ପାଇଁ ଲଢିବାକୁ କହିଛନ୍ତି, ଉପନିର୍ବାଚନ ନୁହେଁ । ତେବେ ଗତକାଲି ବିଜେଡି…

ମାଆ ଦୁର୍ଗାଙ୍କ ନଅଟି ରୂପରୁ ଶିଖନ୍ତୁ ନଅଟି କଥା, ଜାଣନ୍ତୁ କ’ଣ ରହିଛି ନଅ ଦେବୀଙ୍କ ରହସ୍ୟ

ଆଜିଠାରୁ ମାଆଙ୍କ ନବରାତ୍ରୀ ପୂଜା। ନିଜ ନିଜ ଘରେ ମାଆଙ୍କୁ ସ୍ଥାପନା କରି ୯ ଦିନର ବ୍ରତ ପାଳିବେ ଶ୍ରଦ୍ଧାଳୁ। ନଅ ଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ବରୂପିଣୀ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା ପାଇବେ। ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରୀତିନୀତିରେ ପାଳନ ହୋଇଥାଏ…

ଓଡିଶାରେ ମାଟିରେ ବିଚରଣ କରୁଛନ୍ତି ୬୯୬ କଲରାପତରିଆ ବାଘ

ଭୁବନେଶ୍ବର: ରାଜ୍ୟରେ ବଢିଛି କଲରାପତରିଆ ବାଘଙ୍କ ସଂଖ୍ୟା । ଏମିତି କିଛି ଖୁସି ଖବର ଦେଇଛି ରାଜ୍ୟର ପ୍ରଥମ ନିଜସ୍ବ କଲରାପତରିଆ ବାଘ ଗଣନା ରିପୋର୍ଟ । ତେବେ ଚଳିତ ଥର ନିଜସ୍ୱ କଲରାପତରିଆ ଗଣନା କରିଛି ବନବିଭାଗ । ରିପୋର୍ଟ କହୁଛି,  ଓଡ଼ିଶାରେ ମୋଟ ୬୯୬ କଲରାପତରିଆ ବାଘ ରହିଛନ୍ତି ।…

‘ବିଜେଡି ଶେଷ ହେବାକୁ ଯାଉଛି, ଆଉ ବିକଳ୍ପ ନାହିଁ’

ଭୁବନେଶ୍ବର: ଭାଙ୍ଗିଯିବ ବିଜେଡି ଗଡ । ଧିରେ ଧିରେ ଶେଷ ହୋଇଯିବ । ଆଉ ବିକଳ୍ପ ନାହିଁ । ବିଜେଡିକି ନେଇ ଆଜି ଏମିତି କିଛି ଭବିଷ୍ୟବାଣୀ କରିଛନ୍ତି ବିଜେପି ବିଧାୟକ ସନାତନ ବିଜୁଳି । ଏନେଇ ସନାତନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେଡି ଶେଷ ହେବାକୁ ଯାଉଛି, ଆଉ କିଛି…

ଟଙ୍କା ହେରଫେର୍ ମାମଲାରେ ଆଜହାରୁଦ୍ଦିନଙ୍କୁ ଇଡି ସମନ

ହାଇଦ୍ରାବାଦ୍: ମହମ୍ମଦ ଆଜହାରୁଦ୍ଦିନଙ୍କୁ ଇଡିର ସମନ । ଭାରତୀୟ କ୍ରିକେଟର ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଜହାରୁଦ୍ଦିନଙ୍କୁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଦୁର୍ନୀତି ମାମଲାରେ ସମନ ଜାରି କରିଛି ଇଡି ।…

ଅନଲାଇନ ପରୀକ୍ଷାକୁ ବିରୋଧ: ମନ୍ତ୍ରୀଙ୍କ ଘର ଆଗରେ ପରୀକ୍ଷାର୍ଥୀ, କଟକରେ ବିଶାଳ ରାଲି

ଭୁବନେଶ୍ବର: ବିଭିନ୍ନ ପରୀକ୍ଷାରେ ଅନିୟମିତତା ଏବେ ଯେମିତି ଟ୍ରେଣ୍ଡ କରୁଛି । ଆଉ ଏଥିରେ ଅତିଷ୍ଠ ହୋଇଗଲେଣି ପରୀକ୍ଷାର୍ଥୀ । ଗତ ସୋମବାର ଦିନ ଭୁବନେଶ୍ବରରେ ଯେପରି ଗ୍ରୁପ୍ ସି ଓ ଗ୍ରୁପ୍ ଡି ପରୀକ୍ଷାର୍ଥୀ ମାନେ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ବିକ୍ଷୋଭ ପ୍ରଦର୍ଶନ…

ପୁଣି ବଡ ଯୁଦ୍ଧ!, ନସରଲ୍ଲାହ ମାଟିରେ ଲୀନ ହେବା ପୂର୍ବରୁ ବଦଲା ନେବ ହିଜବୋଲ୍ଲା…ଇସ୍ରାଏଲ ବି ପ୍ରସ୍ତୁତ….

ନୂଆଦିଲ୍ଲୀ: ଇସ୍ରାଏଲ ଏୟାରଷ୍ଟ୍ରାଇକରେ ନିହତ ହେବା ପରେ ଆସନ୍ତାକାଲି ହିଜବୁଲ୍ଲା ମୁଖିଆ ହସନ ନସରଲ୍ଲାହଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହେବ ବୋଲି ସୂଚନା ମିଳିଛି । ସେପଟେ ମୁଖ୍ୟ ନେତାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିବା ହିଜବୁଲ୍ଲା ଏବେ ପ୍ରତିଶୋଧ ପରାୟଣ ହୋଇଉଠିଲାଣି । ହିଜବୁଲ୍ଲା ଇସ୍ରାଏଲ…

ପ୍ରଥମ ପତ୍ନୀଙ୍କ ଦୁଃଖରେ ପରିବାର ସହ ଛିଡା ହେଲେ ଅମୀର

ମୁମ୍ବାଇ: ଆମୀର ଖାନଙ୍କ ପ୍ରଥମ ତଥା ପୂର୍ବ ପତ୍ନୀ ରୀନା ଦତ୍ତଙ୍କ ପିତାଙ୍କର ଦେହାନ୍ତ ହୋଇଛି। ତେବେ ମୃତ୍ୟୁର କାରଣ ଜଣା ପଡିନାହିଁ। ବୁଧବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି କଷ୍ଟ ସମୟରେ ଆମୀର ଖାନ ରୀନାଙ୍କ ପରିବାର ସହିତ ଠିଆ ହୋଇଥିବା ନଜର ଆସିଛନ୍ତି। ରୀନାଙ୍କ ପିତା ଏକଦା…

୪ରେ ଲଘୁଚାପ: ଭିଜିବ ପୂଜା ବଜାର!

ଭୁବନେଶ୍ବର: ପ୍ରବଳ ବର୍ଷିବ । ଆସୁଛି ଆଉ ଏକ ଲଘୁଚାପ । ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ନିକଟରେ ଆସନ୍ତାକାଲି…

ଆକ୍ରମଣ ପାଇଁ କ୍ଷେପଣାସ୍ତ୍ର ବାହାର କଲାଣି ଇସ୍ରାଏଲ, ହାତ ଛାଡିଦେବ ଆମେରିକା…

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହିଜବୁଲ୍ଲା ସଂଘର୍ଷ ମଧ୍ୟରେ ଲେବାନନରେ ଇସ୍ରାଏଲର କମାଣ୍ଡର ସମେତ ୮ ସୈନିକଙ୍କ ମୃତ୍ୟୁ ହୋଇଛି। ଲେବାନନରେ ପଶି ଅପରେସନ୍‌ କରୁଥିବା ଇସ୍ରାଏଲ ସୈନିକଙ୍କ ଏହା ପ୍ରଥମ ମୃତ୍ୟୁ। ଦିନକୁ ଦିନ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଉଭୟ ଦେଶ…