Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ପାରାଦୀପରେ ସମୁଦ୍ରରେ ଦୁଇ ଦିନିଆ ମିଳିତ ସମରାଭ୍ୟାସ ‘ସାଗର କବଚ-୧’ ଆରମ୍ଭ

ପାରାଦୀପ: ଆଜି ପାରାଦୀପରେ ଆରମ୍ଭ ହୋଇଛି ସମରାଭ୍ୟାସ ‘ସାଗର କବଚ-୧’ । ଭାରତୀୟ ନୌସେନା, ତଟରକ୍ଷା ବାହିନୀ, ସାମୁଦ୍ରିକ ପୋଲିସ, ମତ୍ସ୍ୟବିଭାଗ ଓ ଗୁଇନ୍ଦା ବିଭାଗ ପରି ଏକାଧିକ ବିଭାଗ ମିଳିତ ଭାବରେ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଏହି ସମରାଭ୍ୟାସ ଦୁଇ ଦିନ ଧରି ଚାଲିବ ।…

ସରିଲା ୯୦ ପ୍ରତିଶତ କାମ, ସଂପୂର୍ଣ୍ଣ ସୁରକ୍ଷିତ ଏବେ ଶ୍ରୀମନ୍ଦିର ନାଟମଣ୍ଡପ: ଏଏସଆଇ

ପୁରୀ: ଏବେ ସୁରକ୍ଷିତ ଶ୍ରୀମନ୍ଦିର ନାଟମଣ୍ଡପ । ଆଉ ନାହିଁ ଶ୍ରୀମନ୍ଦିର ନାଟମଣ୍ଡପ ଭାଙ୍ଗିବାର ଭୟ । ଏଏସଆଇ ସୁପରିଟେଣ୍ଡଣ୍ଟଙ୍କ ନାଟମଣ୍ଡପ ବିମରେ ଫାଟର ମରାମତି କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଛି । ଆଉ ଅବଶିଷ୍ଟ ମରାମତି କାର୍ଯ୍ୟ ରଥଯାତ୍ରାରେ ଶେଷ ହେବା ନେଇ କୁହାଯାଇଛି । ଯାହା ଏବେ…

ରାଜ୍ୟରେ ପ୍ରବଳ ବର୍ଷା ଜାରି, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ଭୁବନେଶ୍ବର: କାଳବୈଶାଖୀ ପ୍ରଭାବରେ ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ରାଜ୍ୟ ତମାମ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମଧ୍ୟ ଜାରି ରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । କଟକ ସହରର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି । ଗଞ୍ଜାମ, ଗଜପତି, ରାୟଗଡା,…

ଝାରପଡ଼ା ଜେଲରେ ରେଡ୍, ୬ ଜଣ ଏସିପି ସାମିଲ

ଭୁବନେଶ୍ବର: ଗତକାଲି ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ପରେ ଆଜି କମିଶନରେଟ୍ ପୁଲିସ ପକ୍ଷରୁ ରେଡ୍ କରାଯାଇଛି । ଡିସିପି ପ୍ରତୀକ ସିଂହଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଜେଲରେ ପହଞ୍ଚି ଏହି ରେଡ୍ କରିଛନ୍ତି । ଜେଲର ପ୍ରତ୍ୟେକ ସେଲ୍ ଓ ଓ୍ବାର୍ଡରେ ଛାନଭିନ କରାଯାଉଛି । ଡିସିପିଙ୍କ ସମେତ…

ହୃଦରୋଗ ଜନିତ ମୃତ୍ୟୁର କାରଣ ସାଜିପାରେ ମଧ୍ୟବର୍ତ୍ତୀକାଳୀନ ଉପବାସ

ନୂଆଦିଲ୍ଲୀ: ଓଜନ କମାଇ  ଶରୀରକୁ ସୁସ୍ଥ ରଖିବା ପାଇଁ ମଧ୍ୟବର୍ତ୍ତୀକାଳୀନ ଉପବାସ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ । ବଢ଼ିପାରେ ହୃଦରୋଗ ଜନିତ ମୃତ୍ୟୁ ଆଶଙ୍କା । ନିକଟରେ ଏକ ଅଧ୍ୟୟନରୁ ଏମିତି ଚିନ୍ତା ଜନକ ତଥ୍ୟ ମିଳିଛି। ବର୍ତ୍ତମାନ ସମୟରେ ମଧ୍ୟବର୍ତ୍ତୀକାଳୀନ ଉପବାସ…

ଲଗାତର ପଞ୍ଚମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ହେଲେ ଭ୍ଲାଦିମିର ପୁଟିନ

ମସ୍କୋ: ଲଗାତର ପଞ୍ଚମ ଥର ପାଇଁ ରୁଷିଆର ରାଷ୍ଟ୍ରପତି ହୋଇଛନ୍ତି ଭ୍ଲାଦିମିର ପୁଟିନ । ଆୟୋଜିତ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ୮୭.୮% ପ୍ରତିଶତ ଭୋଟ୍ ମିଳିଛି । କ୍ରମାଗତ ଭାବେ ସେ ପଞ୍ଚମ ଥର ଦେଶର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଆଗାମୀ ୬ ବର୍ଷ ପାଇଁ ଶାସନ କରିବେ । ଭ୍ଲାଦିମର…

ବିଏମସି କମିଶନର ପଦରୁ ହଟାଯାଇଥିବା କୁଲାଙ୍ଗେ ହେଲେ ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ

ଭୁବନେଶ୍ୱର: ବିଜୟ ଅମୃତା କୁଲାଙ୍ଗେଙ୍କୁ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟେଡ୍ (ଓମଫେଡ୍)ର ନୂତନ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ମାର୍ଚ୍ଚ ୧୬ ତାରିଖରେ ଜାରି…

ଓଡ଼ିଶାକୁ ବିଶ୍ୱସ୍ତରୀୟ କ୍ରିକେଟ୍ କୋଚିଂରେ ପରିଣତ ହେବ: ରବି ଶାସ୍ତ୍ରୀ

ଭୁବନେଶ୍ୱର: କଟକରେ ଥିବା ଏମଜିଏମ ସ୍କୁଲ୍ ଅଫ୍ ସ୍ପୋର୍ଟସ୍ ଭାରତର ଅଗ୍ରଣୀ କ୍ରିକେଟ୍ କୋଚିଂ ଅନୁଷ୍ଠାନ 'କୋଚିଂ ବିୟଣ୍ଡ୍' ସହ ଚୁକ୍ତି କରିଛି। ଟିମ୍ ଇଣ୍ଡିଆର ପୂର୍ବତନ ପ୍ରଶିକ୍ଷକ ରବି ଶାସ୍ତ୍ରୀ, ବି ଅରୁଣ ଏବଂ ଆର ଶ୍ରୀଧରଙ୍କ ଦ୍ୱାରା ପ୍ରତିଷ୍ଠିତ କୋଚିଂ ବିୟଣ୍ଡ ଏହି ଅଭିଯାନ ପାଇଁ…

ମୟୂରଭଞ୍ଜରେ ମନରେଗା ପାଣ୍ଠି ଦୁର୍ନୀତି ଅଭିଯୋଗରେ ୩ ଇଞ୍ଜିନିୟରଙ୍କୁ ଇଡିର ନୋଟିସ୍

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ୩ କୋଟିରୁ ଅଧିକ ମୂଲ୍ୟର ମନରେଗା କାର୍ଯ୍ୟରେ ଅନିୟମିତତା ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୩ ଜଣ ଯନ୍ତ୍ରୀଙ୍କୁ ନୋଟିସ ଜାରି କରିଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଯଶୀପୁର ବ୍ଲକର ପୋଡ଼ାଗଡ଼ା, ବରେହିପାଣି, ଅଷ୍ଟକୁମାର, ଗୁରୁଗାଡିଆ ଓ ଧଲାବାଣୀ…

ସାଂସଦଙ୍କ ଗାଡ଼ି ଉପରକୁ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅପରାଧୀମାନେ ଖୋଲାଖୋଲି ରାଜଧାନୀ ଛାତି ଉପରେ ଅପରାଧ ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହେଉଛନ୍ତି। ଆଜି ରାଜଧାନୀ ଭୁବନେଶ୍ୱରର ଏକ ବ୍ୟସ୍ତବହୁଳ ୟୁନିଟ ୪ ଅଞ୍ଚଳରେ ଘଟିଥିବା ଏକ…