Latest Odisha News

BREAKING NEWS

Browsing Category

Uncategorized

ଆଗାମୀ ୩ ଦିନ ଯାଏଁ ୬ ଜିଲ୍ଲାରେ ଜାରି ରହିବ କୁହୁଡି

ଭୁବନେଶ୍ୱର: ଦିନକୁ ଦିନ ରାତିର ତାପମାତ୍ରା ହ୍ରାସ ପାଉଛି। ଏହା ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଗାମୀ ୩ ଦିନ ଯାଏଁ ୬ ଜିଲ୍ଲାରେ କୁହୁଡ଼ି ନେଇ ଆକଳନ କରିଛି। ନଭେମ୍ବର ୨୧ ତାରିଖ ସକାଳ ପର୍ଯ୍ୟନ୍ତ ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ, କଳାହାଣ୍ଡି ଏବଂ କନ୍ଧମାଳ…

ଆମ୍ବୁଲାନ୍ସକୁ ଛାଡିଲେନି ରାସ୍ତା; କଟିଲା ୨.୫ ଲକ୍ଷ ଫାଇନ, ଲାଇସେନ୍ସ ରଦ୍ଦ

ତ୍ରିଶୁଲ: ଆମ୍ବୁଲାନ୍ସକୁ ଛାଡିଲେନି ରାସ୍ତା। କେରଳରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣା ନଭେମ୍ବର ୭ରେ ଘଟିଥିଲା ​। କେରଳର ତ୍ରିଶୁଲରେ ଜଣେ ବ୍ୟକ୍ତି କାର ଚଳାଉଥିଲେ ଏବଂ ଆମ୍ବୁଲାନ୍ସ ତାଙ୍କୁ ପଛରେ ଥିଲା। ଆମ୍ବୁଲାନ୍ସ ସାଇରନ ଏବଂ ହର୍ଣ୍ଣ ବଜାଇ ଚାଲିଥିଲେ ମଧ୍ଯ କାର…

ଧୋନିଙ୍କ ପାଇଁ ୭ଟଙ୍କିଆ କଏନ!

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନିଙ୍କୁ ସମ୍ମାନ ଦେବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତାଙ୍କ ନାମରେ ସାତ ଟଙ୍କାର ମୁଦ୍ରା ଜାରି କରୁଛି। କାରଣସାତ ହେଉଛି ଧୋନିଙ୍କ ଜର୍ସି ନମ୍ବର। ସୋସିଆଲ ମିଡିଆରେ ଏଭଳି ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଧୋନିଙ୍କ ନାମରେ ଏକ ସାତ…

୨୦୨୪ରେ ସାଉଦି ଆରବରେ ୧୦୦ ବିଦେଶୀଙ୍କୁ ଫାଶୀ

ଦୁବାଇ: ସାଉଦି ଆରବରେ ଚଳିତ ବର୍ଷ ୧୦୦ରୁ ଅଧିକ ବିଦେଶୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ସାଉଦି ପ୍ରେସ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ  ଶନିବାର ଦିନ ଦକ୍ଷିଣ-ପଶ୍ଚିମରେ ଥିବା ନାଜରାନରେ ଜଣେ ୟେମେନ ନାଗରିକଙ୍କୁ ଡ୍ରଗ୍ସ କାରବାରରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମୃତ୍ୟୁଦଣ୍ଡ…

ଅଚ୍ୟୁତ ସାମନ୍ତଙ୍କୁ ଏଫ୍‍ଆଇଭିବି ଗ୍ରାଣ୍ଡ କ୍ରସ୍‍ ସମ୍ମାନ

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅନ୍ତର୍ଜାତୀୟ ଭଲିବଲ୍‍ ଫେଡେରେସନ୍‍ (ଏଫ୍‍ଆଇଭିବି)ର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କ୍ରସ୍‍ ସମ୍ମାନ’ ପ୍ରଦାନ କରାଯାଇଛି। ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ପର୍ତ୍ତୁଗାଲର ପର୍ତ୍ତୋଠାରେ ଚାଲିଥିବା…

ପାଟପୁର ଥାନାକୁ ଦେଶର ଶ୍ରେଷ୍ଠ ଥାନା ଭାବରେ ପୁରସ୍କୃତ କରିବେ ଗୃହମନ୍ତ୍ରୀ

ଗଞ୍ଜାମ :  ପାଟପୁର ଥାନାକୁ ମିଳିବ ଦେଶରେ ଶ୍ରେଷ୍ଠ ଥାନା ପୁରସ୍କାର। ୨୦୨୪ ପାଇଁ ଦେଶର ୩ ଟି ସର୍ବୋତ୍ତମ ଥାନା ଚୟନ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତେବେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନାକୁ ମିଳିବ ଶ୍ରେଷ୍ଠ ଥାନା ପୁରସ୍କାର। ନଭେମ୍ବର ୨୯ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଭୁବନେଶ୍ୱରରେ…

ରାସ୍ତା ନିର୍ମାଣକୁ ନେଇ ସ୍ୱତନ୍ତ୍ର ନୀତି: ବିନା ଅନୁମତିରେ ରାସ୍ତା ଖୋଳିଲେ ଜରିମାନା

ଭୁବନେଶ୍ୱର: ରାସ୍ତା ନିର୍ମାଣକୁ ନେଇ ରାଜ୍ୟ ସରକାର ଆଣିବେ ସ୍ୱତନ୍ତ୍ର ନୀତି । ଏନେଇ ଯୋଜନା କରୁଛନ୍ତି ସରକାର। ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ଅଧିନରେ ଥିବା ରାସ୍ତାଗୁଡ଼ିକର ନିର୍ମାଣକୁ ନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ନିୟମ ଆଣିବେ । ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି…

ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର: ଭେଟେରାନ ଅଭିନେତା ଜୟରାମ ସାମଲଙ୍କୁ ରବିବାର ଜୀବନବ୍ୟାପୀ ସାଧନା ସମ୍ମାନରେ ପୁରସ୍କୃତ କରାଯାଇଛି। ଭୁବନେଶ୍ୱରରେ ଆୟୋଜିତ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କାର୍ଯ୍ୟକ୍ରମରେ ତାଙ୍କୁ ଏହି ଆୱାର୍ଡରେ ସମ୍ମାନିତ କରାଯାଇଛି। ରାଜ୍ୟପାଳ ରଘୁବର ଦାସ, ଉପମୁଖ୍ୟମନ୍ତ୍ରୀ…

ସପ୍ତାହେ ମଧ୍ୟରେ ମନୋଜ ମିଶ୍ର କ୍ଷମା ନମାଗିଲେ କୋର୍ଟକୁ ଯିବୁ: ଗୌତମବୁଦ୍ଧ ଦାସ

ବାଲେଶ୍ବର: ଅଭିନେତା ମନୋଜ ମିଶ୍ରଙ୍କ ବିବାଦ ଏବେ ନୂଆ ମୋଡ ନେଇଛି। ବିଭ୍ରାନ୍ତିକର ବିବାଦ ପାଇଁ ଟାର୍ଗେଟ ହୋଇଛନ୍ତି। ସପ୍ତାହେ ଭିତରେ ଅଭିନେତା ମନୋଜ ମିଶ୍ର ସର୍ବ ସମ୍ମୁଖରେ କ୍ଷମା ନମାଗିଲେ ଆମେ କୋର୍ଟଙ୍କ ଆଶ୍ରୟ ନେବୁ ବୋଲି ଆଜି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଚେତାବନୀ ଦେଇଛନ୍ତି।…

ହନୁମାନ ଚାଳିଶା ପାଇଁ ହିନ୍ଦୁଙ୍କୁ ଛୁଟି ଦିଆଯିବା ଉଚିତ୍: ହିମନ୍ତ ବିଶ୍ବଶର୍ମା

ରାଞ୍ଚି: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ। ନିର୍ବାଚନ ପୂର୍ବରୁ ସମସ୍ତ ଦଳ ପକ୍ଷରୁ ରାଲି ଏବଂ ରୋଡ୍ ଶୋ ମଧ୍ୟ କରାଯାଉଛି। ଝାଡଖଣ୍ଡର ଏକ ସାଧାରଣ ସଭାରେ ଆସାମ ମୁଖ୍ୟମନ୍ତ୍ରୀ…