Latest Odisha News

BREAKING NEWS

ବ୍ରହ୍ମପୁରରେ ଗୁରୁ ଶିଷ୍ୟ ଲଢେଇ

ଭୁବନେଶ୍ବର: ବ୍ରହ୍ମପୁର ବିଧାନସଭାରେ ଏଥର ଗୁରୁ ଶିଷ୍ୟ ମୁହାଁମୁହିଁ । ଲଢେଇ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ କେ. ଅନୀଲ କୁମାରଙ୍କ ମଧ୍ୟରେ । ଭେଟେରାନ୍ ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ୧୯୯୫ମସିହାରେ ଥରେ ଜନତା ଦଳକୁ ମିଶାଇ ବ୍ରହ୍ମପୁରରୁ ସେ ୫ଥର ବିଜୟୀ ହୋଇଛନ୍ତି । ୨୦୧୯ରେ ତାଙ୍କ ଜାଗାରେ କଂଗ୍ରେସରୁ ଆସି ଶଙ୍ଖ ଧରିଥିବା ବିକ୍ରମ ପଣ୍ଡା ବିଜେଡି ଟିକେଟରେ ଜିତିଥିଲେ । ଏଥର ପୁଣି ଥରେ ଚ୍ୟାଉପଟ୍ଟନାୟକଙ୍କୁ ଭରସା କରିଛି ବିଜେଡି ।

ଚ୍ୟାଉପଟ୍ଟନାୟକଙ୍କୁ ଟକ୍କର ଦେବେ ବିଜେପିର କେ. ଅନୀଲ କୁମାର । ୨୦ବର୍ଷ ଧରି ରାଜନୀତିରେ ରହିଥିବା କେ. ଅନୀଲ କୁମାର ୨୦୦୩ ଓ ୨୦୦୮ରେ ଦୁଇଥର ବ୍ରହ୍ମପୁର କାଉନସିଲର ହୋଇଥିଲେ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ରହିଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ କାମ କରିଥିଲେ। ତେବେ ଦଳରେ ଅଣଦେଖା ଅଭିଯୋଗ କରି ବିଜେପିରେ ସାମିଲ ହୋଇଥିଲେ।  ପ୍ରଦୀପ ପାଣିଗ୍ରାହୀଙ୍କର ଜଣେ ଦୃଢ ସମର୍ଥକ କୁହାଯାଉଥିବା କେ. ଅନୀଲ କୁମାର ଏଥର ବ୍ରହ୍ମପୁରରୁ ବିଜେପି ଟିକେଟରେ ବିଧାୟକ ପ୍ରାର୍ଥୀ ଭାବେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।

ଦିନେ କଂଗ୍ରେସ ଓ ସ୍ବାଧୀନ ଦଳର ଗଡ କୁହାଯାଉଥିବା ବ୍ରହ୍ମପୁର ଏବେ ବିଜେଡିର ଅଭେଦ୍ୟ ଦୁର୍ଗ ପାଲଟିଛି । ନବୀନଙ୍କ ଲୋକପ୍ରିୟତା ଓ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ବିଜେଡିର ପୁରୁଖା ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଗୁରୁଙ୍କୁ ମାତ୍ ଦେବାକୁ ରଣନୀତି କରୁଛନ୍ତି କେ. ଅନୀଲ କୁମାର । ସେପଟେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଆଇନଜୀବୀ ଦୀପକ ପଟ୍ଟନାୟକ।

Leave A Reply

Your email address will not be published.