Latest Odisha News

BREAKING NEWS

ପୁନର୍ବାର ଅଜା ହେଲେ ଧର୍ମେନ୍ଦ୍ର

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଭେଟେରାନ ତାରକା ଧମେନ୍ଦ୍ର ପୁନର୍ବାର ଅଜା ହୋଇଛନ୍ତି । ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ଛୋଟ ଝିଅ ଅହାନା ଦେଓଲ (୩୫) ଯାଆଁଳ ଝିଅ ଜନ୍ମ କରିଛନ୍ତି । ସୋସିଆଲ ସାଇଟରେ ଅହାନା ଏହି ସୂଚନା ଦେଇଛନ୍ତି । ଝିଅ ୨ଜଣଙ୍କ ନାମ ଏଷ୍ଟ୍ରିୟା ଓ ଏଡିୟା ରଖାଯାଇଛି ।

BjdElectrycity

ଗଣମାଧ୍ୟମ ଓ ଗ୍ଲାମର ଦୁନିଆଠାରୁ ଅହାନା ସର୍ବଦା ଦୂରେଇ ରହିଥାନ୍ତି । ୨୦୧୪ରେ ସେ ବୈଭବ ବୋହରାଙ୍କୁ ବିବାହ କରିଥିଲେ । ୨୦୧୫ରେ ସେମାନଙ୍କ ପ୍ରଥମ ସନ୍ତାନ ଡ୍ୟାରିୟନ ଜନ୍ମଗ୍ରହଣ କରିଥିଲେ । କେବଳ ଗୁଜାରିଶ ଫିଲ୍ମରେ ସେ ଆସିଷ୍ଟାଂଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ । ଧମେନ୍ଦ୍ର ଓ ହେମାମାଳିନୀଙ୍କ ବଡ ଝିଅ ଈଶା ଦେଓଲ ୨୦୧୭ରେ ବ୍ୟବସାୟୀ ଭରତ ତଖତାନୀଙ୍କୁ ବିବାହ କରିଥିଲେ । ସେମାନଙ୍କ ରାଧ୍ୟା ଓ ମିରାୟା ନାମରେ ୨ଝିଅ ଅଛନ୍ତି ।

Leave A Reply

Your email address will not be published.