Latest Odisha News

ଅଣଦେଖା କରନ୍ତୁ ନାହିଁ ଆପଣଙ୍କ ପିଲାର ଏହି ବ୍ୟବହାର !

ଭୁବନେଶ୍ୱର: କୁହଯାଏ ଛୋଟ ପିଲା ଭଗବାନଙ୍କ ସହ ସମାନ । ସେମାନଙ୍କ ମନରେ ଛନ୍ଦ, କପଟ କିମ୍ବା କାହାପ୍ରତି କିଛି ଖରାପ ଭାବନା ରହି ନଥାଏ । ତେବେ ଆମ୍ବ ବେଳେ ବେଳେ ଲକ୍ଷ କରିଥିବା ନିଶ୍ଚିତ ଯେ, ପିଲାଟିଏ ବେଳେ ବେଳେ ସ୍ୱାର୍ଥପରଙ୍କ ଭଳି ବ୍ୟଭହାର କରେ । ତେବେ ଏତେ ଛୋଟ ପିଲା ଏଭଳି ବ୍ୟବହାର କରିବାର କାରଣ କଣ ହୋଇଥାଇ ପାରେ ବୋଲି ଆପଣ ଭାବୁଛନ୍ତି?

ଅନେକ କଥା ଆମେ ପିଲାଙ୍କ ପିଲାଳିଆମି ଭାବି ନଜରଅନ୍ଦାଜ କରି ଦିଅନ୍ତି । ତେବେ ଜାଣି ରଖନ୍ତୁ ଯେଉଁ ପିଲାଙ୍କର ଭାଇ ଭଉଣୀ ନାହାନ୍ତି ସେମାନେ ସ୍ୱାର୍ଥପର ହୋଇଯାଉଥିବା ଲକ୍ଷ୍ୟ କରାଯାଇଛି । କେବଳ ଏତିକି ନୁହଁ ଏଭଳି ପିଲାମାନେ ଏକୁଟିଆ ରହି ବିଭିନ୍ନ ମାନସିକ ଚାପ ଗ୍ରସ୍ତ ମଧ୍ୟ ହେଉଥିବା ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ , ଅନ୍ୟ ପିଲାମାନଙ୍କ ତୁଳନାରେ ଏହି ପିଲାଙ୍କର ମନୋଭାବ ଅନେକ ମାତ୍ରାରେ ଅଲଗା। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଭଳି ପିଲାମାନେ ଅନେକ ସମୟରେ ହାଇପରଟେନସନର ଶିକାର ହୋଇଥାନ୍ତି

ଡାକ୍ତରଙ୍କ ତଥ୍ୟ ଅନୁଯାୟୀ ପିଲାମାନେ ଯୌଥ ପରିବାର ଠୁ ଦୂରରେ ରହିବା କାରଣରୁ ଏଭଳି ସମସ୍ୟା ସମ୍ନାକୁ ଆସୁଛି । ନିଜ ଜିନିସୀ ବମାନଂବ କାହାକୁ ଭାଗ ଦେବାକୁ ପସନ୍ଦ କରନ୍ତି ନାହିଁ । ସେ କୌଣସି ଜିନିଷ ହେଉ ବା ଖାଦ୍ୟ ପଦାର୍ଥ । ଏଭଳିକି କି ଏହି ପିଲାମାନନେ କଥାରେ କଥାରେ ବିରକ୍ତି ମଧ୍ୟ ହୋଇଯାନ୍ତି ।

ଘରେ ଆଉ କେହି ଛୁଆ ନଥିବାରୁ ଏଭଳି ପିଲା ମାନେ ସୋସିଆଲ ହୋଇପାରନ୍ତି ନାହିଁ । ଏମାନଙ୍କର କୌଣସି କାମ ପାଇଁ ଧୈର୍ଯ୍ୟବି ନଥାଏ । ନିଜର ଇମୋଶନକୁ ମଧ୍ୟ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଛୋଟ ବୟସରୁ ଡିପ୍ରେସନର ମଧ୍ୟ ଶିକାର ହୁଅନ୍ତି ।

ସମସ୍ତେ ଭାବନ୍ତି ଛୋଟ ଛୋଟ ପିଲାମାନେ ଟେନସନ ଫ୍ରି ଥାନ୍ତି । ମାତ୍ର ପିଲାମାନେ ହାଇପରଟେନସନ ବା ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି । ଛୋଟ ଛୋଟ କଥାରେ ଟେନସନ ହୋଇଯାନ୍ତି କୁନି ପିଲାମାନେ । ଆପଣଙ୍କ ପିଲାଠାରେ ଏଭଳି ଲକ୍ଷଣ ଥିଲେ ଏହାକୁ ଅଣଦେଖା ନକରି ଏହାସର ସମାଧାନର ବାଟ ବାହାର କରନ୍ତୁ ।

Leave A Reply

Your email address will not be published.