Latest Odisha News

BREAKING NEWS

ନିଜ ପାର୍ଟନରଙ୍କୁ କେବେବି ପଚାରନ୍ତୁ ନାହିଁ ଏହିସବୁ କଥା…

ଭୁବନେଶ୍ୱର: ବିଶ୍ୱାସର ଖିଅରେ ବନ୍ଧା ସମ୍ପର୍କର ଡୋରୀ । ସାମନ୍ୟତମ କଥାରୁ ସମ୍ପର୍କ ଭାଙ୍ଗିବାର ଅନେକ ନଜିର ମଧ୍ୟ ରହିଛି। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ରିଲେସନସିପର କିଛି ସିକ୍ରେଟ ଯାହାକୁ ମାନିଲେ ସୁଖମୟ ହେବ ଆପଣଙ୍କ ସମ୍ପର୍କ ।

ଆପଣ ଯଦି ଆପଣଙ୍କ ସାଥୀଙ୍କ ସହ ସବୁ କିଛି ସେୟାର କରୁଥାନ୍ତି ତେବେ ଏହି ପୋଷ୍ଟଟି ଆପଣଙ୍କ ପାଇଁ । କ’ଣ ଆପଣ ସବୁକିଛି ଆପଣଙ୍କ ଜୀବନ ସାଥୀଙ୍କ ସହ ସେୟାର କରୁଛନ୍ତି କି’ ? ତେବେ ଜାଣି ରଖନ୍ତୁ ଏହିସବୁ କଥା…

ପ୍ରତ୍ୟେକ ମଣିଷ ଏମିତି ଏକ ସାଥିଟିଏ ଖୋଜନ୍ତି ଯାହା ସହ ଆମେ ମନର ସବୁ କଥା ସେୟାର କରିପାରିବା । କିନ୍ତୁ କେତକ କ୍ଷେତ୍ରରେ ଆମକୁ କିଛି କଥା ସିକ୍ରେଟ୍ ମଧ୍ୟ ରଖିବାକୁ ପଡେ । ସମ୍ପର୍କକୁ ବଞ୍ଚାଇବା ପାଇଁ ନିଜ ସାଥୀଙ୍କ ସହ କେବେ ମଧ୍ୟ ଏହିସବୁ କଥା ସେୟାର କରନ୍ତୁ ନାହିଁ ।

ପାର୍ଟନରଙ୍କ ମା’ଙ୍କୁ ଭଲ ପାଉନଥିଲେ:

ନିଜ ଲୋକଙ୍କୁ ନେଇ ସମସ୍ତେ ବହୁତ ଯତ୍ନବାନ । ନିଜ ଲୋକଙ୍କ ବିରୁଦ୍ଧରେ କିଛି ଶୁଣିଲେ ସମସ୍ତଙ୍କୁ ଖରାପ ଲାଗିଥାଏ । କଥା ପୁଣି ଯଦି ମାଆଙ୍କ ସମ୍ପର୍କରେ ହୋଇଥାଏ ତେବେ ଏଥିପାଇଁ ଆହୁରି ଯତ୍ନବାନ ହେବାକୁ ପଡେ। କେହି ବି ଆମ ପରିବାରକୁ ନେଇ କିଛି ବି କହିଲେ ତାହା ଆମକୁ ଭଲ ଲାଗିନଥାଏ । ତେବେ ଆପଣଙ୍କୁ ଯଦି ନିଜ ପାର୍ଟନରଙ୍କ ପରିବାରର କୌଣସି ବ୍ୟକ୍ତି ବିଶେଷ କରି ମାଆ ଙ୍କ ବ୍ୟବହାର ଭଲ ନଲାଗେ ତେବେ ହଠାତ ଏସମ୍ପର୍କରେ ସାଥୀଙ୍କୁ ନଜଣାଇ ପ୍ରଥମେ ନିଜେ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ସବୁବେଳେ ତାଙ୍କ ଆଗରେ ଅଭିଯୋଗ କରନ୍ତୁ ନାହିଁ । ଏହା ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ ।

ଆହୁରି ମଧ୍ୟ ଯଦି ଆପଣ କେହି ଜଣେ ସାଙ୍ଗଙ୍କ ସହ କଥା ହେଉ ହେଉ ଯଦି ସେ ବା ଆପଣ କିଛି ଅନ୍ତରଙ୍ଗ କଥା ସେୟାର କରୁଥାନ୍ତି ତେବେ ତାହାକୁ ନେଇ ନିଜ ଜୀବନ ସାଥିଙ୍କ ସହ କିଛିବି ସେୟାର କରନ୍ତୁ ନାହିଁ । ଏହା ଦୁହିଁଙ୍କ ଭିତରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିବ ।

ନିଜ ସାଥିଙ୍କ ଆର୍ଥିକ ସ୍ଥିତି: ଟଙ୍କା ଆଜି ଅଛି କାଲି ନାହିଁ। ତେବେ ଯଦି କୌଣସି କାରଣରୁ ଆପଣଙ୍କ ସାଥୀଙ୍କ ପାଖରେ ଟଙ୍କା ଅଭାବ ରହୁଛି ତେବେ ପରଫେକ୍ଟ ଲାଇଫ ପାର୍ଟନର ଭାବେ ସବୁବେଳେ ନିଜ ସାଥୀଙ୍କ ସାଥ ଦିଅନ୍ତୁ।

ତାଙ୍କ ସୁବିଧା ଅସୁବିଧାକୁ ବୁଝି ସେଥିରେ ଭାଗିଦାର ହେବାକୁ ଚେଷ୍ଟା କରନ୍ତୁ । ତାଙ୍କ ଆର୍ଥିକସ୍ଥିତି କଥା ତାଙ୍କୁ ସବୁବେଳେ କହି ତାଙ୍କ ଉପରେ ଚାପ ପକାଇବା ଉଚିତ ନୁହେଁ । ଏହା ଦ୍ୱାରା ସେ ଅବସାଦରେ ରହିବା ସହ ତାଙ୍କ ମନରେ କ୍ରୋଧ ଜାତ ହୋଇଥାଏ । ଯାହା ଆପଣଙ୍କ ସମ୍ପର୍କ ପାଇଁ ଆଦୌ ଭଲ ନୁହେଁ ।

ପାଷ୍ଟ ରିଲେସନସିପ:

ଯଦି ଆପଣଙ୍କ ସାଥୀଙ୍କର ପୂର୍ବରୁ କିଛି ପ୍ରେମ ସମ୍ପର୍କ ଥାଏ ତେବେ ତାଙ୍କ କଥା ନିଜ ସାଥୀଙ୍କୁ ବାରମ୍ବାର କୁହନ୍ତୁ ନାହିଁ । ଏହା ସମ୍ପର୍କରେ ଅସନ୍ତୋଷର କାରଣ ସାଜିଥାଏ । ତେବେ ଆପଣ ତାଙ୍କ ପୂର୍ବ ପ୍ରେମିକା/ ପ୍ରେମିକ କଥା ଉଠାଇବା ଅର୍ଥ ଜାଣି ଜାଣି କଳହକୁ ନିମନ୍ତ୍ରଣ ଦେବା ହୋଇଥାଏ । ତେଣୁ ସବୁକଥାକୁ ଜଗି ରଖି ସୁଖଶାନ୍ତିରେ ନିଜ ସଂସାର ଚଳାଇବାକୁ ଚେଷ୍ଟା କରନ୍ତୁ।

Leave A Reply

Your email address will not be published.