Latest Odisha News

‘ମହାରାଷ୍ଟ୍ର ରାଜନୀତି’, ଘରକୁ ପଳେଇଲେ ସିନ୍ଦେ !

ଭୁବନେଶ୍ୱର: ମହାରାଷ୍ଟ୍ର ରାଜନୀତିକୁ ନେଇ ପ୍ରତିଦିନ ନୂଆ ନୂଆ ଚର୍ଚ୍ଚା ପଦାକୁ ଆସୁଛି। ସିନ୍ଦେ ବିଜେପି ସରକାରର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଥିବା ଆଲୋଚନା ହେଉଛି।

ଗୋଟିଏ ପଟେ ସିନ୍ଦେ ଗୋଷ୍ଠୀ ବିଧାୟକଙ୍କ ସମ୍ପର୍କିତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବାକୁ ଥିବା ବେଳେ ଏନସିପି ନେତା ଅଜିତ ପାୱାର ନିଜର ପ୍ରାୟ ୪୦ ବିଧାୟକଙ୍କୁ ନେଇ ବିଜେପିରେ ମିଶିବା ଚର୍ଚ୍ଚା କେବେଠୁ ହେଉଛି।

ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ତିନି ଦିନିଆ ଛୁଟିକୁ ନେଇ ଚର୍ଚ୍ଚା ଆହୁରି ବଢିଛି। କେବଳ ସେତିକି ନୁହେଁ ଏକନାଥଙ୍କ ଛୁଟି ଚର୍ଚ୍ଚା ସାଙ୍ଗକୁ ମହାରାଷ୍ଟ୍ରରେ ଅଜିତ ପାୱାରଙ୍କ ସମର୍ଥନରେ ପୋଷ୍ଟର ଲାଗିବା ଘଟଣାକୁ ଆହୁରି ରୋଚକ କରୁଛି।

ଏପରିକି ଅଜିତ ପାୱାର ଗୋଷ୍ଠୀ ବିଜେପିରେ ସାମିଲ ହେଲେ ସିନ୍ଦେ ଗୋଷ୍ଠୀ ମେଣ୍ଟରୁ ଓହରିଯିବା ନେଇ ସ୍ପଷ୍ଟ କରି ସାରିଛନ୍ତି। ତେଣୁ ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ସିନ୍ଦେ ନିଜ ଅଞ୍ଚଳ ସତାରା ଗସ୍ତରେ ଯିବାକୁ ବିରୋଧୀ ପ୍ରସଙ୍ଗ କରିଛନ୍ତି। ପ୍ରବଳ ଚାପରେ ଥିବା ସିନ୍ଦେ ବେସରକାରୀ ଭାବେ ନିଜ ଅଞ୍ଚଳକୁ ଯିବା ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।

କିନ୍ତୁ ସିନ୍ଦେ ଏ ପ୍ରସଙ୍ଗରେ ନିଜ ମତ ରଖିବା ସହ ସତାରାରେ ରହି ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଭାବେ ବିଭିନ୍ନ ଫାଇଲ କ୍ଲିୟର କରୁଛନ୍ତି ଓ ସେଠାରେ ବହୁ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି ବୋଲି କହିଛନ୍ତି। କିନ୍ତୁ ଏ ସବୁ ଭିତରେ ମହାରଷ୍ଟ୍ର ରାଜନୀତିରେ ଭିତିରିଆ ବହୁତ କିଛି ଘଟୁଥିବା ଆଲୋଚନା ହେଉଛି। ଯାହାର ବିସ୍ଫୋରଣ ଖୁବ ଶୀଘ୍ର ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.