Latest Odisha News

ଭାରତ ରାଜନୈତିକ ଇତିହାସରେ ପ୍ରଥମ: ୧୩ ଜଣ ଡାକ୍ତର ହେଲେ ଲୋକଙ୍କ ପ୍ରତିନିଧୀ

ଭୁବନେଶ୍ୱର: ପଞ୍ଜାବ ବିଧାନସଭା ନିର୍ବାଚନରେ ୧୩ ଜଣ ଡାକ୍ତର ବିଧାୟକ ନିର୍ବାଚିତ ହୋଇଛନ୍ତି । ଯାହା ଭାରତ ରାଜନୈତିକ ଇତିହାସରେ ପ୍ରଥମ ଥର ହୋଇଛି । ଏଭଳି ଦାବି କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଶୁକ୍ରବାର ଦିନ ସେ ଟ୍ୱିଟ୍ କରି ସୂଚନା ଦେଇ ସୂଚନା ଦେଇଛନ୍ତି ।

ଜୈନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ପଞ୍ଜାବରେ ପ୍ରଥମ ଥର ପାଇଁ ୧୩ ଜଣ ଡାକ୍ତର ଆମ ଆଦମୀ ପାର୍ଟିର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଲାଇଫଗାର୍ଡ ବର୍ତ୍ତମାନ ଲୋକଙ୍କ ପ୍ରତିନିଧୀ ହୋଇପାରିଛନ୍ତି ।

ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଡାକ୍ତରମାନେ ହେଲେ ବଙ୍ଗାରୁ ସୁଖବିନ୍ଦର କୁମାର ସୁଖୀ, ଚାବୱାଲର ରାଜକୁମାର ଚାବୱାଲ, ଟାରନରୁ କାଶ୍ମୀର ସିଂ ସୋହଲ, ଶାମ କାହୁରାସିର ରାବଜତ ସିଂ, ଚାମକାଉର ସାହିବରୁ ଚରଣଜିତ ସିଂ, ନୱାନଶାହର ନାଚତର ପାଲ, ଅମୃତସର ଦକ୍ଷିଣରୁ ଇନ୍ଦରବୀର ନିଜାଜ ଏବଂ ଅନ୍ୟମାନେ ।

Comments are closed, but trackbacks and pingbacks are open.