Latest Odisha News

BREAKING NEWS

କବି ରାମକୃଷ୍ଣଙ୍କ ଚାରୋଟି ପୁସ୍ତକ ଉନ୍ମୋଚିତ

ସମ୍ବଲପୁର: ଅନ୍ୟା ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବରେ କବି ରାମକୃଷ୍ଣଙ୍କ ପ୍ରବନ୍ଧ ସଂକଳନ ‘ଜୀବନ ଶୃଂଗାର’, ‘ଆତ୍ମୋପଲବ୍ଧିର କଥନ’, ‘ଅଜ୍ଞାତର ପଦଚିହ୍ନ’ ଏବଂ ୧୨୬ ପୃଷ୍ଠାର ବିରଳ କବିତା ସଂକଳନ ‘ରାଗ ଉତ୍ତରା’ ଲୋକାର୍ପିତ ହୋଇଯାଇଛି।

ଏହି ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିରଞନ ସାହୁ ଯୋଗ ଦେଇ ଭଲ ବହି ଖୋଜୁଥିବା ଲୋକଙ୍କ ପାଇଁ ଏହି ବହିମାନେ ସଂଗ୍ରହଣୀୟ ବୋଲି ବିଚାର ରଖିଥିଲେ । ପ୍ରଫେସର ପଞ୍ଚାନନ ମିଶ୍ର ରାଗ ଉତ୍ତରାର ସମୀକ୍ଷା କରି ରାମକୃଷ୍ଣଙ୍କ କାବ୍ୟୋକ୍ତିର ଉତ୍ତରଣକୁ ଅବତାରଣା କରିଥିଲେ । ପ୍ରଫେସର ମୀନକେତନ ପାଠୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁକାନ୍ତ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ କବି ଡ଼. ପ୍ରଦୀପ କୁମାର ପଣ୍ଡା ସଭାରେ ସଭାପତିତ୍ବ କରିଥିଲେ । ଅନ୍ୟାର ଆବାହକ ଡ଼. ଦ୍ବାରିକାନାଥ ନାୟକଙ୍କ ସ୍ବାଗତ ସମ୍ଭାଷଣ, କବି ରାମକୃଷ୍ଣଙ୍କ କବିତା ପାଠ ସଭାର ଆଉ ଏକ ଉପଲବ୍ଧି ଥିଲା ।  କରୋନା କଟକଣା ମାନି ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

Leave A Reply

Your email address will not be published.