Latest Odisha News

BREAKING NEWS

ଅଙ୍ଗନବାଡି କର୍ମୀଙ୍କ ଦରମା ବୃଦ୍ଧି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି: ଅପରାଜିତା

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଅଙ୍ଗନବାଡି କର୍ମୀ ଏବଂ ସହାୟିକା କର୍ମୀଙ୍କ ଲାଗି ଦରମା ବୃଦ୍ଧି ଘୋଷଣା କରିଥିଲେ, ମାତ୍ର ବିଜେପି ନେତ୍ରୀ ତଥା ପୂର୍ବତନ ଆଇଏଏସ ଅଧିକାରୀ ଅପରାଜିତା ଷଡଙ୍ଗୀ ଏହାକୁ ସମାଲୋଚନା କରିବା ସହ କହିଛନ୍ତି ଯେ ଏସମ୍ପର୍କରେ…

ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ: ୯ଜଣ ସେବାୟତଙ୍କୁ ପୁଣି ନୋଟିସ୍ ଜାରି

ପୁରୀ : କାରଣ ଦର୍ଶାଅ ନୋଟିସ୍ ଦେବାର ୨ମାସ ନପୂରୁଣୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପୁନର୍ବାର ୯ଜଣ ସେବାୟତଙ୍କୁ ନୋଟିସ୍ ଜାରି କରିଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ୨୦୧୬ ମସିହା ଜୁନ୍ ମାସରେ ଅନୁଷ୍ଠିତ ହୋଇଥିôବା ନବକଳେବର ସମୟରେ ବ୍ରହ୍ମ ପରିବର୍ତ୍ତନ ନୀତିରେ ବିଭ୍ରାଟ ଘଟିବା…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଆରମ୍ଭ

ବରଗଡ : ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ଚତୁର୍ଥ ଦିନ । ଏହି ଅବସରରେ ସମଗ୍ର ବରଗଡ ସହରରେ ଉତ୍ସବମୁଖର ପରିବେଶ ଲାଗି ରହିଛି । ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ କଳାକାରଙ୍କ ନିଖୁଣ କଳାକୃତିରେ ଶୋଭା ବର୍ଦ୍ଧନ କରୁଥିବାବେଳେ ଏବେ ବରଗଡ ମଥୁରା ନଗରୀ ପାଲଟିଥିବାବେଳେ ଓ…

ଆଜି ପବିତ୍ର ‘ମକର ସଂକ୍ରାନ୍ତି’, ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ଆଜି ପବିତ୍ର ‘ମକର ସଂକ୍ରାନ୍ତି’ । ହିନ୍ଦୁ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଏହି ପାଳନର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି । ଆଜିଠାରୁ ଦିନ ଧିରେ…

ରାଜଧାନୀରେ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହେବ: ନବୀନ

ଭୁବନେଶ୍ୱର: ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ପୂର୍ବତନ ଖଲ୍ଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଏକ ସମ୍ପୂର୍ଣ୍ଣ ଅବୟବର ଏକ ପ୍ରତିମୂର୍ତ୍ତି ସ୍ଥାପନ ହେବ ବୋଲି ରବିବାର ଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଧୁନିକ ଓଡ଼ିଶାର ଅନ୍ୟତମ ବିନ୍ଧାଣୀ…

ଜଟଣୀ: ଡକାୟତି ଯୋଜନା ବେଳେ ୨ ଗିରଫ

ଭୁବନେଶ୍ୱର : ଗଙ୍ଗପଡା ଓଲ୍ଡ ଗେଟ୍ ନିକଟରେ କିଛି ଦୁବୃର୍ତ୍ତ ଡକାୟତି ଯୋଜନା କରୁଥିବାବେଳେ ସେମାନଙ୍କ ଯୋଜନାକୁ ଜଟଣୀ ପୋଲିସ ପଣ୍ଡ କରିବା ସହ ଗିରଫ କରିଛି । ଗିରଫ ଡକାୟତମାନେ ପିତାପଲ୍ଲୀ ଗ୍ରାମର ରିଙ୍କୁ ପ୍ରଧାନ ଓ ଜଟଣୀ ଥାନା ଅନ୍ତର୍ଗତ ଗଙ୍ଗପଡା ଗ୍ରାମର ରାକେଶ କୁମାର ସାହୁ ବୋଲି…

କନ୍ଧମାଳ: ଛାତ୍ରୀନିବାସରେ ନାବାଳିକାଙ୍କ ସନ୍ତାନ ପ୍ରସବ, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଏକ ଛାତ୍ରୀନିବାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ କରିବା ଘଟଣା ପ୍ରଚାର ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଉତ୍ତେଜିତ ସ୍ଥାନୀୟ ଲୋକେ ଏନ୍ଏଚ୍-୫୯ ରାସ୍ତା ଉପରେ…

ବାଲେଶ୍ୱର: ପ୍ରବାସୀ ଓଡିଆ ଶ୍ରମିକଙ୍କର ମୃତଦେହ ପୈତୃକ ଗାଁରେ ପହଞ୍ଚିଲା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମରେ ରବିବାର ଦିନ ତେଲେଙ୍ଗାନାରେ କାର୍ଯ୍ୟରତ ଜଣେ ଓଡିଆ ଶ୍ରମିକଙ୍କର ମୃତଦେହ ଆସି ପହଞ୍ଚିଛି । ମୃତକଙ୍କ ନାମ ମନୋରଞ୍ଜନ ମହାପାତ୍ର ବୋଲି ଜଣାପଡିଥିବା ବେଳେ ତାଙ୍କ ମୃତଦେହ ଗ୍ରାମରେ ପହଞ୍ଚିବା ପରେ ସ୍ଥାନୀୟ…

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଫେରାର ଶାଶୂ-ଶ୍ୱଶୁରଙ୍କ ଘରେ ପୋଲିସ ଲଗାଇଲେ ‘ଲଟକା’

କଟକ : ଓଡିଆ ସିନେମା ତଥା ଟେଲି ଧାରାବାହିକ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଏବେ ମଧ୍ୟ ଶାଶୂ-ଶ୍ୱଶୁର ଫେରାର ରହିଛନ୍ତି । ନିକିତାଙ୍କ ମୃତ୍ୟୁ ଘଟଣା ପରେ ଶାଶୂ-ଶ୍ୱଶୁର ଫେରାର ରହିଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି । ତେବେ ଶନିବାର…

ଗୋଲ୍ଡେନ ବାବାଙ୍କୁ ରିମାଣ୍ଡରେ ନେଲା ଇଓଡବ୍ଲୁ

ଭୁବନେଶ୍ୱର : ଗୋଲ୍ଡେନ ବାବା (ଜ୍ୟୋତି ରଞ୍ଜନ ବେଉରା)ଙ୍କୁ ଶନିବାର ଦିନ କ୍ରାଇମ୍ ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଗୋଟିଏ ଦିନ ରିମାଣ୍ଡରେ ନେଇଛି । ଦୁଇଟି ଠକେଇ ମାମଲାରେ ପୋଲିସ ଗୋଲ୍ଡେନ ବାବାକୁ ଗୋଟିଏ ଦିନ ରିମାଣ୍ଡରେ ନେଇ ପଚରାଉଚରା କରିବ । ଉଲ୍ଲେଖଯୋଗ୍ୟ,…