Latest Odisha News

BREAKING NEWS

ଜେଲରୁ ବାହାରିଲେ କେଜ୍ରିୱାଲ, କହିଲେ କାଲି ହନୁମାନ ମନ୍ଦିରରେ ହେବ ଦେଖା

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୁପ୍ରିମକୋର୍ଟ ଆଜି କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଦୀର୍ଘ ୫୧ ଦିନ ପରେ ଜେଲ୍ରୁ ମୁକ୍ତ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ତିହାର ଜେଲରୁ ବାହାରିବା…

ଆଜ୍ଞାମାଳ ବିଜେ ପରେ ଅନୁକୁଳ ହେଲା ରଥକାଠ, ସେପଟେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିଲେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ରଥକାଠ ଅନୁକୁଳ ହୋଇଛି । ରଥ ନିର୍ମାଣ ପାଇଁ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ ହୋଇଛି । ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୁଳ ହୋଇଛି । ଏହାପରେ ରଥ ନିର୍ମାଣର ବିଧି ଆରମ୍ଭ ହେବ । ରଥଖଳାରେ ବନଯାଗ ବିଧିରେ…

ନବରଙ୍ଗପୁରରେ ବଦଳୁଛି ହାୱା !

ଭୁବନେଶ୍ବର : ନବରଙ୍ଗପୁରରେ ଘଡିକେ ଘୋଡା ଛୁଟୁଛି । ପ୍ରଥମେ ନେତା ବଦଳାଇଲେ ଦଳ, ଏବେ ବଦଳୁଛି ମାହୋଲ ! ବଦଳିବ କି ଲୋକସଭା ବାଜି ? ଏଥର ନବରଙ୍ଗପୁରରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାର ମଇଦାନରେ ଆକ୍ଟିଭ ରହିଛନ୍ତି । ତେବେ ସିଧାସଳଖ ମୁକାବିଲା ବିଜେଡି ଓ ବିଜେପି ମଧ୍ୟରେ ହେଇପାରେ ।…

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ୮ ନକ୍ସଲ ନିହତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ରାୟପୁର: ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଯବାନଙ୍କ ଗୁଳିରେ ୮ ଜଣ ନକ୍ସଲ ନିହତ ହୋଇଥିବାବେଳେ, ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି । ଖବର ମୁତାବକ, ଛତିଶଗଡର ପିଡ଼ିଆ…

ଈଶାନ, ଶ୍ରେୟାଶ ଘଟଣାରେ ଦୋଷ ଝାଡିଲେ ଜୟଶାହ

ନୂଆଦିଲ୍ଲୀ: ଈଶାନ କିଶାନ ଓ ଶ୍ରେୟାଶ ଆୟାରଙ୍କୁ ସେଂଟ୍ରାଲ କଂଟ୍ରାକ୍ଟରୁ ବାଦ ଦେବା ଘଟଣାରେ ବିସିସିଆଇ ସେକ୍ରେଟାରୀ ଜୟ ଶାହ ନିଜ ଦୋଷ ଝାଡିଛନ୍ତି । ସେ କହିଛନ୍ତି ସେମାନଙ୍କୁ ଏଥିରୁ ବାଦ ଦେବା ନିଷ୍ପତି ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଥିଲା । ଏଥିରେ ମୋର କୌଣସି ଭୂମିକା ନାହିଁ ।…

ମହିଳା ରେସଲର ଯୌନ ଉତ୍ପୀଡନ ମାମଲା: ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ

ନୂଆଦିଲ୍ଲୀ: ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ଓ ବିଜେପି ଏମପି ବ୍ରିଜଭୂଷଣ ସିଂଙ୍କ ଅଡୁଆ ବଢ଼ିଛି । ରାଉଜ ରେଭିନ୍ୟୁ କୋର୍ଟ ଶୁକ୍ରବାର ମହିଳା ରେସଲରଙ୍କ ଦ୍ୱାରା ତାଙ୍କ ବିରୋଧରେ ଲଗା ଯାଇଥିବା ଯୌନ ଉତ୍ପୀଡନ ମାମଲାରେ ଚାର୍ଜ ଫ୍ରେମ ଦାଖଲ କରିଛନ୍ତି । ଏ ପର୍ଯ୍ୟନ୍ତ ୫ ଜଣ…

ପକୁଡ଼ି ଖାଇ ଗୋଟିଏ ପରିବାରର ୧୦ ରୁ ଉର୍ଦ୍ଧ୍ୱ ଅସୁସ୍ଥ, କାରଣ ଅସ୍ପଷ୍ଟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଜଗନ୍ନାଥପାଲି ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପକୁଡ଼ି ଖାଇ ଗୋଟିଏ ପରିବାରର ୧୦ ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇଛନ୍ତି l ସମସ୍ତ ଅସୁସ୍ଥଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ସୂଚନା ଅନୁସାରେ, ଆଜି ସକାଳ…

ଓଡିଶାରେ ପ୍ରଥମ; ୩ ବ୍ରାଉନ୍ ସୁଗର ବେପାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରି ୩ ଜଣ ବ୍ରାଉନ୍ ସୁଗର ବେପାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ଜଜ୍‌ଙ୍କ କୋର୍ଟ । ଏନ୍‌ଡିପିଏସ୍ ଆକ୍ଟ ୧୯୮୫ ଅନୁଯାୟୀ ସେମାନଙ୍କୁ ବେଆଇନ ବ୍ରାଉନ୍ ସୁଗାର କାରବାରରେ ଜଡିତ ନେଇ…

୪ର୍ଥ ପର୍ଯ୍ୟାୟ ନିର୍ବାଚନ: ୩୨ଟି ଆସନ ଉପରେ ରହିବ ସମସ୍ତଙ୍କ ନଜର, ନିର୍ଦ୍ଧାରଣ ହେବ ହେବିୱେଟ୍ ନେତାଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ତୃତୀୟ ପର୍ଯ୍ୟାୟ ଭୋଟ୍ ପରେ ନିର୍ବାଚନର ଅଧା ଯାତ୍ରା ଶେଷ ହୋଇଛି ଏବଂ ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟର ସମୟ। ଚତୁର୍ଥ ପର୍ଯ୍ୟାୟରେ,୧୭୧୭ ପ୍ରାର୍ଥୀ ୧୦ଟି ରାଜ୍ୟରେ ୯୬ଟି ଲୋକସଭା ଆସନ ପାଇଁ ଲଢୁଛନ୍ତି, ଯାହାର ଭାଗ୍ୟ ମେ ୧୩ରେ ଭୋଟରଙ୍କ ଦ୍ୱାରା ସ୍ଥିର…

୭ ଜିଲ୍ଲାକୁ କାଳବୈଶାଖୀ ସତର୍କତା, ଆଗାମୀ ୩ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ

ଭୁବନେଶ୍ୱର:ଆଗାମୀ ୩ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ହେବାର ଆଶଙ୍କା ରହିଛି। ଏନେଇ ଟ୍ଲିନସିଟି ସମେତ ୭ ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କଲା ପାଣିପାଗ ବିଭାଗ। ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ସମେତ କନ୍ଧମାଳ, ମୟୁରଭଞ୍ଜ ଏବଂ…