Latest Odisha News

BREAKING NEWS

ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମରେ ଅଘଟଣ: ପିରାମିଡ ଭାଙ୍ଗି ୧୯୫ ଆହତ

ମୁମ୍ବାଇ: ପବିତ୍ର ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଅବସରରେ ଦେଶର ବିଭିନ୍ନ କୋଣ ଅନୁକୋଣରେ ଅନୁଷ୍ଠିତ ହୋଇଯାଇଛି ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ । ଏହାରି ଭିତରେ ମୁମ୍ବାଇ ସହରରେ ଘଟିଛି ବଡ ଅଘଟଣ । ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅନେକ ଯୁବକ ପିରାମିଡ ଭାଙ୍ଗିବା କାରଣରୁ ତଳେ ପଡି ଗୁରୁତର ଆହତ ହୋଇଛନ୍ତି । ମହାନଗର ନିଗମ ପକ୍ଷରୁ ଏହି ସୂଚନା ଜାରି କରାଯାଇଛି ।

ସୂଚନା ଅନୁସାରେ, ମୁମ୍ବାଇରେ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଏକ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମାଟି ହାଣ୍ଡିରେ କ୍ଷୀର, ଦହି, ଲହୁଣୀ ପରି ବିଭିନ୍ନ କ୍ଷୀର ଜାତୀୟ ପଦାର୍ଥ ମିଶାଇ ଏହାକୁ ଉପରେ ଏକ ରଶିରେ ଟଙ୍ଗା ଯାଇଥାଏ । ଏହାପରେ ଉପରକୁ ଯିବା ପାଇଁ ଜଣଙ୍କ ଉପରେ ଅନ୍ୟଜଣେ ଛିଡା ହୋଇ ଏକ ପିରାମିଡ କରି ଉପରକୁ ଯାଇଥାନ୍ତି, ଏହା ପରେ ଦହି ହାଣ୍ଡିକୁ ଭାଙ୍ଗିଥାନ୍ତି । କିନ୍ତୁ ଗତକାଲି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ହଠାତ୍ ପିରାମିଡଟି ଭାଙ୍ଗିଯାଇଥିଲା । ଫଳରେ ଜଣଙ୍କ ଉପରେ ଜଣେ ହୋଇ ବହୁ ଯୁବକ ତଳକୁ ଖସିପଡିଥିଲେ ।

ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୯୫ଜଣ ଲୋକ ଆହତ ହୋଇଥିବା ନେଇ ରିପୋର୍ଟ ଆସିଛି । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାକି ଅନ୍ୟ ୧୭୭ ଜଣ ଲୋକଙ୍କୁ ସାମାନ୍ୟ ଚିକିତ୍ସା ପରେ ଛାଡି ଦିଆଯାଇଛି । ତେବେ ସୂଚନା ଅନୁସାରେ ୪ ଜଣ ଗମ୍ଭୀର ଭାବରେ ଆହତ ହୋଇଛନ୍ତି  ଏବଂ ୨୨ ଜଣଙ୍କ ଚିକିତ୍ସା ଏବେ ଚାଲିଛି ।

Leave A Reply

Your email address will not be published.