Latest Odisha News

BREAKING NEWS

ହୁମାଙ୍କ ‘ଏପ୍ରିଲ୍ ଡମ୍ପ’ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ହୁମା କୁରେଶୀ ଏବେ ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ । ଏପ୍ରିଲ ମାସ ଶେଷ ହେବା ପରେ ହୁମା ଟିକେ ଭାବପ୍ରବଣ ହୋଇ ନିଜ ପ୍ରଶଂସକଙ୍କ ସହ ଗତ ମାସର କିଛି ସ୍ମୃତି ବାଣ୍ଟିଛନ୍ତି। ପଲକ ପକାଉ ପକାଉ ସମୟ କେମିତି ହାତରୁ ଖସିଗଲା, ସେ ନେଇ ହୁମା ଏକ ସ୍ପେଶାଲ ପୋଷ୍ଟ କରିଛନ୍ତି।

“ସମୟ କେମିତି ବିତିଗଲା ଜଣା ପଡିଲାନି…” – ଏହା ଆମର କଥା ନୁହେଁ, ବରଂ ବଲିଉଡର ଦମଦାର ଅଭିନେତ୍ରୀ ହୁମା କୁରେଶୀଙ୍କର। ନିକଟରେ ହୁମା ଇନଷ୍ଟାଗ୍ରାମରେ ଏକ ଫଟୋ ଆଲବମ୍ ସେୟାର କରିଛନ୍ତି, ଯାହାକୁ ସେ ‘ଏପ୍ରିଲ୍ ଡମ୍ପ’ ବୋଲି କହିଛନ୍ତି। କେଉଁଠି ସେ ଆରାମ କରୁଥିବାର ନଜର ଆସୁଛନ୍ତି ତ ଆଉ କେଉଁଠି ତାଙ୍କର ଗ୍ଲାମରସ ଅନ୍ଦାଜ୍ ଫ୍ୟାନମାନଙ୍କ ମନ ଜିଣୁଛି।

ଏପ୍ରିଲ ମାସଟି ହୁମାଙ୍କ ପାଇଁ ବେଶ୍ ବ୍ୟସ୍ତବହୁଳ ଥିଲା। କେବେ କାଫେରେ ବନ୍ଧୁଙ୍କ ସହ ସମୟ ବିତାଇବା ତ କେବେ ରାସ୍ତାରେ ବୁଲି ସପିଂ କରିବାର ମଜା ନେବା – ହୁମା ଜୀବନର ପ୍ରତିଟି ଛୋଟ ଛୋଟ ମୁହୂର୍ତ୍ତକୁ ଉପଭୋଗ କରିଛନ୍ତି। ତାଙ୍କ ପୋଷ୍ଟରୁ ସ୍ପଷ୍ଟ ଜଣାପଡୁଛି ଯେ, କାମ ସହିତ ସେ ନିଜ ପାଇଁ ମଧ୍ୟ ସମୟ ବାହାର କରିଛନ୍ତି।

ହୁମା କେବଳ ଜଣେ ଭଲ ଅଭିନେତ୍ରୀ ନୁହନ୍ତି, ବରଂ ଜଣେ ବଡ଼ ‘ଫୁଡି’ ମଧ୍ୟ। ତାଙ୍କର ଏହି ଏପ୍ରିଲ୍ ଆଲବମରେ ଦେଶୀ ଥାଳି ଠାରୁ ଆରମ୍ଭ କରି ବଡ଼ାପାଓ ଏବଂ ବର୍ଗର ପରି ଫାଷ୍ଟଫୁଡର ଝଲକ ଦେଖିବାକୁ ମିଳିଛି। ଏହା ସହିତ ନିଜ ପୋଷା ପ୍ରାଣୀ ସହ ତାଙ୍କର ନିବିଡ଼ ସମ୍ପର୍କ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ କଥା କେବଳ ପର୍ସନାଲ ଲାଇଫରେ ଅଟକି ନାହିଁ। ହୁମା ଏବେ ନିଜର ଆଗାମୀ ଫିଲ୍ମ ‘ଟକ୍ସିକ୍: ଏ ଫେୟାରି ଟେଲ୍ ଫର୍ ଗ୍ରୋନ୍-ଅପ୍ସ’କୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ‘ଏଲିଜାବେଥ୍’ ଭୂମିକାରେ ଅଭିନୟ କରୁଛନ୍ତି, ଯାହାକୁ ଦେଖିବା ପାଇଁ ଦର୍ଶକ ଚାହିଁ ରହିଛନ୍ତି।

Comments are closed.