Latest Odisha News

BREAKING NEWS

କାହା ଅପେକ୍ଷାରେ ନୀତୁ ଚନ୍ଦ୍ରା ?

ମୁମ୍ବାଇ:”ମୁଁ କୌଣସି ବ୍ରେକ୍ ନେଇନାହିଁ, ମୁଁ କେବଳ ଏକ ଭଲ କାହାଣୀର ଅପେକ୍ଷାରେ ଅଛି” – ଏହା କହିଛନ୍ତି ଅଭିନେତ୍ରୀ ନୀତୁ ଚନ୍ଦ୍ରା। ‘ଗରମ ମସଲା’, ‘ଟ୍ରାଫିକ୍ ସିଗନାଲ୍’ ଏବଂ ‘ଓଏ ଲକି ! ଲକି ଓଏ !’ ପରି ଚଳଚ୍ଚିତ୍ର ମାଧ୍ୟମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନୀତୁ ଏବେ ନିଜର କ୍ୟାରିୟରକୁ ନେଇ କିଛି ସାଂଘାତିକ ତଥ୍ୟ ରଖିଛନ୍ତି। ନୀତୁଙ୍କ କହିବା କଥା ଯେ, ସଂଖ୍ୟା ଅପେକ୍ଷା ଗୁଣବତ୍ତା ବା କ୍ୱାଲିଟି ଉପରେ ସେ ଅଧିକ ଗୁରୁତ୍ୱ ଦିଅନ୍ତି।

ଏକ ସାଧାରଣ ପରିବାରରୁ ଆସି ହଲିଉଡ୍ ପର୍ଯ୍ୟନ୍ତ ପହଞ୍ଚିବା ନୀତୁଙ୍କ ପାଇଁ ଆଦୌ ସହଜ ନଥିଲା। ବିନା କୌଣସି ‘ଗଡ୍‌ଫାଦର’ରେ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ପକ୍କା କରିବା ପାଇଁ ତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି। ମଧ୍ୟବିତ୍ତ ପରିବାରରୁ ଆସି ଏକାକୀ ନିଜ ଦମରେ ଠିଆ ହେବା ପାଇଁ ଅତ୍ୟଧିକ ଧୈର୍ଯ୍ୟ ଏବଂ ସାହସ ଦରକାର ବୋଲି ସେ ପ୍ରକାଶ କରିଛନ୍ତି।

ଆଜିକାଲିର ‘ଏୟାରପୋର୍ଟ ଲୁକ୍’ ଏବଂ ଦେଖାଶିଖା ଦୁନିଆରୁ ନୀତୁ ବହୁତ ଦୂରରେ। ସେ କହିଛନ୍ତି ଯେ, “ମୋ ପାଖରେ ଏୟାରପୋର୍ଟ ଲୁକ୍ ପାଇଁ ସମୟ ନାହିଁ, ମୁଁ କେବଳ ମୋର ପରବର୍ତ୍ତୀ ପ୍ରୋଜେକ୍ଟ ଉପରେ ଧ୍ୟାନ ଦିଏ।” ଗ୍ଲାମର ଅପେକ୍ଷା କାମକୁ ସେ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି ବୋଲି କହିଛନ୍ତି ନୀତୁ।

ସମାଲୋଚକଙ୍କୁ ଜବାବ ଦେଇ ନୀତୁ କହିଛନ୍ତି ଯେ, ଏକାକୀ ଲଢ଼ିବା ପାଇଁ ସାହସ ଦରକାର। ଇଣ୍ଡଷ୍ଟ୍ରିରେ ଅନେକ ଉଥାନ ପତନ ଦେଖିବା ପରେ ମଧ୍ୟ ସେ ହାର୍ ମାନି ନାହାନ୍ତି। ତାଙ୍କର ଏହି ନିଭୀକ ବୟାନ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ଏବେ ଅପେକ୍ଷା କେଉଁ ଭଲ ସ୍କ୍ରିପ୍ଟ ସହ ନୀତୁ ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି। ନିଶ୍ଚିତ ଭାବେ ତାଙ୍କର ଏହି ସଂଘର୍ଷର କାହାଣୀ ଅନେକ ଯୁବ କଳାକାରଙ୍କ ପାଇଁ ପ୍ରେରଣା ସାଜିବ।

Leave A Reply

Your email address will not be published.